ISRO: ବେଙ୍ଗାଲୁରୁରେ ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ

Jul 02, 2026 - 20:14
ISRO: ବେଙ୍ଗାଲୁରୁରେ ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ

"ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଆଜି ଇସ୍ରୋ ( ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନ)କୁ ବୋମା ଧମକ ମିଳିଛି।

ପୁଲିସ ଅନୁଯାୟୀ ଇସ୍ରୋ ଅଧ୍ୟକ୍ଷ ଡ.

ଭି ନାରାୟଣନଙ୍କ ପାଖକୁ ଏହି ଧମକପୂର୍ଣ୍ଣ ଇମେଲ୍‌ ଆସିବାପରେ ତୁରନ୍ତ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବୋମା ନିଷ୍କ୍ରିୟକାରୀ ଦଳ ସହ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛନ୍ତି ଏବଂ ପରିସରକୁ ଭଲଭାବେ ଯାଞ୍ଚ କରିଛନ୍ତି।

କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ।

ତେବେ କିଏ ଏହି ଇମେଲ୍‌ ପଠାଇଥିଲା ଏବଂ ତା"ର ଉଦ୍ଦେଶ୍ୟ କ"ଣ ଜାଣିବାପାଇଁ ଏକାଧିକ ପୁଲିସ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।Advertisment ଆହୁରି ପଢ଼ନ୍ତୁ: Lakshmi Purana Corridor ବଳରାମ ଦାସଙ୍କ ସମାଧିପୀଠରେ ନିର୍ମାଣ ହେବ "ଲକ୍ଷ୍ମୀ ପୁରାଣ କରିଡର", ବଣ୍ଟାଯିବ ୧କୋଟି ଲକ୍ଷ୍ମୀପୁରାଣ ତେବେ ଦେଶ ବାହାରୁ ଏହି ଇମେଲ୍‌ଟି ଆସିଛି କି ନା" ସେନେଇ ମଧ୍ୟ କର୍ତ୍ତୃପକ୍ଷମାନେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦେଇଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ।

ଗତବର୍ଷ ମଧ୍ୟ ଡିପିଏସ୍‌ ଦ୍ବାରକା, କ୍ରୀଷ୍ଣା ମଡେଲ ସ୍କୁଲ୍‌ ଏବଂ ସର୍ବୋଦୟ ବିଦ୍ୟାଳୟ ସ‌ମେତ ଦିଲ୍ଲୀର ଏକାଧିକ ସ୍କୁଲ୍‌କୁ ଏହି ସମାନ ଢଙ୍ଗରେ ବୋମା ଧମକ ମିଳିଥିଲା।

ଇସ୍ରୋକୁ ବୋମା ଧମକ ମିଳିବା ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।"