Israeli Strikes: ଦକ୍ଷିଣ ଲେବାନନରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜଣଙ୍କର ମୃତ୍ୟୁ, ୨୦ ସହର ଖାଲି କରିବାକୁ ନିର୍ଦ୍ଦେଶ
"ବେରୁତ: ଦକ୍ଷିଣ ଲେବାନନରେ ଆଜି ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଲେବାନନର ନ୍ୟାସନାଲ ନ୍ୟୁଜ୍ ଏଜେନ୍ସି (ଏନଏନଏ) ରିପୋର୍ଟ ଅନୁଯାୟୀ ଦକ୍ଷିଣ ଲେବାନନର ଟାୟର ଜିଲ୍ଲାର ମରକେ ପୌରପାଳିକାରେ ଇସ୍ରାଏଲ ବିମାନ ଆକ୍ରମଣ କରିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ ଇସ୍ରାଏଲୀ ମାନେ କହୁଥିବା "ୟେଲୋ ଲାଇନ୍"ର ବିଭିନ୍ନ ଗ୍ରାମ ଏବଂ ସହରରେ ଶୁକ୍ରବାର ସନ୍ଧ୍ୟାରୁ ଲଗାତାର ଆକ୍ରମଣ ଜାରି ରହିଛି।
ଅନ୍ୟପକ୍ଷେ ଲେବାନନ୍ର ୨୦ ସହର ଏବଂ ଗାଁ ଖାଲି କରିବାକୁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେଇଛି।
ନାଗରିକମାନଙ୍କୁ ତୁରନ୍ତ ଘର ଛାଡ଼ି ଜହରାନୀ ନଦୀର ଉତ୍ତରକୁ ଚାଲିଯିବାପାଇଁ କୁହାଯାଇଛି।Advertisment ଉଭୟ ଆମେରିକା ଏବଂ ଇରାନ ରାଜି ଅଛନ୍ତି ଉଲ୍ଲେଖଯୋଗ୍ୟ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଶେଷ ପାଇଁ ହୋଇଥିବା ଚୁକ୍ତିରେ ଉଭୟ ଆମେରିକା ଏବଂ ଇରାନ ରାଜି ଅଛନ୍ତି ଏବଂ ମଧ୍ୟସ୍ଥିମାନେ ମଧ୍ୟ ଏନେଇ ଏକ ଚୁକ୍ତି ଚୂଡ଼ାନ୍ତ କରିବାପାଇଁ ଉଭୟ ପକ୍ଷ ସହ କାର୍ଯ୍ୟ କରୁଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର କହିବାର ଦିନକ ପରେ ଆଜି ଇସ୍ରାଏଲ ଦକ୍ଷିଣ ଲେବାନନରେ ଏହି ଆକ୍ରମଣ କରିଛି।
କିନ୍ତୁ ଇରାନ ଅଧିକାରୀମାନେ ଲଗାତାର ଭାବେ କହିଛନ୍ତି ଯେ ଯୁଦ୍ଧବନ୍ଦ ନେଇ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ।
ଇତି ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଗତକାଲି ରାତିରେ ଏକ ବାଣିଜ୍ୟିକ ଜାହାଜ ଉପରକୁ ଟାର୍ଗେଟ କରିଥିବା ୨ଟି ଇରାନ ଜାହାଜକୁ ଆମେରିକା ମାରି ଖସାଇ ଦେଇଛି।
ଇସ୍ରାଏଲ ମଧ୍ୟ ଆଜି କେନ୍ଦ୍ରୀୟ ଗାଜର ବୁରେଜ ଶିବିରରେ ଆକ୍ରମଣ କରିବା ଫଳରେ ଜଣେ ପାଲେଷ୍ଟିନୀୟ ପୌର କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି।
Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘରେ ସକାଳୁ ସକାଳୁ ପହଞ୍ଚିଲେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀ: ମଦନ ମିତ୍ରଙ୍କ ଘରେ ବି ଚଢାଉ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।