ISKCON: ନିଜ କଥା ନିଜେ ରଖିଲାନି ‘ଇସ୍କନ୍‌’: ପୁଣି ଜିବିସିକୁ ଚିଠି ଲେଖିଲେ ଗଜପତି ମହାରାଜ

Jul 06, 2026 - 02:54
ISKCON: ନିଜ କଥା ନିଜେ ରଖିଲାନି ‘ଇସ୍କନ୍‌’: ପୁଣି ଜିବିସିକୁ ଚିଠି ଲେଖିଲେ ଗଜପତି ମହାରାଜ

"ପୁରୀ: ଇସ୍କନ୍‌ର ଗଭର୍ଣ୍ଣିଂ ବଡି କମିସନ (ଜିବିସି) ଅଧ୍ୟକ୍ଷ ଚିଠି ଲେଖି ସ୍ପଷ୍ଟ କ‌ଲେ ଯେ ସମଗ୍ର ବିଶ୍ବରେ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ହେବ।

ମହାପ୍ରଭୁ ଉକ୍ତ ଦିନ ଆବିର୍ଭାବ ହୋଇଥିବାରୁ ସମଗ୍ର ବିଶ୍ବରେ ଇସ୍କନ୍‌ ଶାଖା ସେଇଦିନ ସ୍ନାନଯାତ୍ରା ଆୟୋଜନ କରିବ।

ଏହାସତ୍ତ୍ବେ ଚଳିତ ବର୍ଷ ମେ" ୧ରୁ ଜୁଲାଇ ୪ ତାରିଖ ମଧ୍ୟରେ ୨୩ଟି ସ୍ଥାନରେ ଅ-ତିଥି ସ୍ନାନଯାତ୍ରା ପାଳନ ହୋଇଛି।

ପୁଣି ଆସନ୍ତା ଅଗଷ୍ଟ ୯ ମଧ୍ୟରେ ଆଉ ୫ଟି ସ୍ଥାନରେ ସ୍ନାନଯାତ୍ରା ହେବାକୁ ଯାଉଛି।

ଦେଶ ଭିତରେ ଇସ୍କନ୍‌ କେବଳ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ବାହୁଡ଼ା ଯାତ୍ରା ମଧ୍ୟରେ ରଥଯାତ୍ରା ଆୟୋଜନ କରିବ ବୋଲି ଚିଠିରେ ଦର୍ଶାଇଲା।

ହେଲେ ଇସ୍କନ୍‌ ମଧ୍ୟପ୍ରଦେଶ ଉଜ୍ଜୟିନୀ ଶାଖାର ଛତରପୁର ଓ ବଡ଼ନାୱାରରେ ବାହୁଡ଼ା ପରଦିନ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି।

ଇସ୍କନ୍‌ କେବଳ ନିଜର ପ୍ରତିଶ୍ରୁତି ଭାଙ୍ଗୁନାହିଁ, ବରଂ ଇସ୍କନ୍‌ର ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଗୁରୁଶିଷ୍ୟ ମାନ୍ୟତାକୁ ଜଳାଞ୍ଜଳି ଦେଇଛି ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି।

ଏହି ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁନର୍ବାର ଗତ ୪ ତାରିଖରେ ଇସ୍କନ୍‌ ଜିବିସିର ନୂଆ ଅଧ୍ୟକ୍ଷ ମଧୁସେବିତ ଦାସ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।

ଇସ୍କନ୍‌ର ଅ-ତିଥି ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନରେ ଶାସ୍ତ୍ରୀୟ ବିଧିବିଧାନ ଅନୁକରଣ କରିବାକୁ ନିବେଦନ କରିଛନ୍ତି।Advertisment Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ ପୁଣି ଜିବିସିକୁ ଚିଠି ଲେଖିଲେ ଗଜପତି ମହାରାଜମେ" ୧ରୁ ଜୁଲାଇ ୪ ମଧ୍ୟରେ ୨୩ ସ୍ଥାନରେ ଅ-ତିଥି ସ୍ନାନଯାତ୍ରା ଗଜପତି ଦର୍ଶାଇଛନ୍ତି ଯେ ଗତ ୨୦୨୪ ମସିହା ଡିସେମ୍ବରରେ ତତ୍କାଳୀନ ଜିବିସି ଅଧ୍ୟକ୍ଷ ଗୁରୁପ୍ରସାଦ ସ୍ବାମୀ ମହାରାଜଙ୍କ ପରାମର୍ଶରେ ଭୁବନେଶ୍ବରରେ ୨୦୨୫ ମସିହା ମାର୍ଚ୍ଚ ୨୦ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବିଦ୍ବାନ ଏବଂ ଇସ୍କନ୍‌ ବିଦ୍ବାନମାନଙ୍କୁ ନେଇ ବୈଠକ କରାଗଲା।

ଇସ୍କନ୍‌ ବିଦ୍ବାନଙ୍କ ମତାମତକୁ ଶ୍ରୀମନ୍ଦିର ପ୍ରଶାସନ ନିୟୋଜିତ ବିଦ୍ବାନମାନେ ଖଣ୍ଡନ କଲେ।

ଦେଶ, କାଳ, ପାତ୍ର ନ୍ୟାୟରେ ଅଦିନିଆ ରଥଯାତ୍ରା ଆୟୋଜନ କେଉଁଠାରେ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ରଖିଲେ।

ଯୁକ୍ତିକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ତତ୍କାଳୀନ ଜିବିସି ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ସେପ୍ଟେମ୍ବର ୬ ତାରିଖରେ ଚିଠି କରାଗଲା।

ଏହି ଆଧାରରେ ଗୋବର୍ଦ୍ଧନ ଦାସ ପ୍ରଭୁ ୧୯ ତାରିଖରେ ଚିଠି ଲେଖି ଅବଗତ କଲେ ଯେ କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ବିଶ୍ବର ସମସ୍ତ ଇସ୍କନ୍‌ ମନ୍ଦିରରେ ସ୍ନାନଯାତ୍ରା ଆୟୋଜନ ହେବ।

ଦେଶ ଭିତରେ ଇସ୍କନ୍‌ ଆଷାଢ଼ ଶୁକ୍ଳ ଦ୍ବିତୀୟାରୁ ବାହୁଡ଼ା ମଧ୍ୟରେ ରଥଯାତ୍ରା ଆୟୋଜନ କରିବ।

ବିଦେଶରେ ୨୪୭ ସ୍ଥାନରେ ତିଥି ଅନୁଯାୟୀ ରଥଯାତ୍ରା ଆୟୋଜନ ହୋଇଥିଲେ ହେଁ ୩୫୦ ସ୍ଥାନରେ ନିର୍ଦ୍ଦିଷ୍ଟ ୯ ଦିନ ମଧ୍ୟରେ ହୋଇପାରିବ ନାହିଁ।

ମାତ୍ର କୌଣସି ଗୋଟିଏ ସର୍ତ୍ତ ବି ରଖିଲେ ନାହିଁ।

ଗଜପତି ମହାରାଜ ଚିଠିରେ ଉଲ୍ଲେଖ କରିଛନ୍ତି, ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ହେଉଛି।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା ମହର୍ଷି ବେଦବ୍ୟାସଙ୍କ ରଚିତ ଶାସ୍ତ୍ର ଆଧାରରେ ନିର୍ଦ୍ଦିଷ୍ଟ ତିଥି ସ୍ନାନ ଓ ରଥଯାତ୍ରା ପାଇଁ ସ୍ଥିରୀକୃତ।

ଯଦି ମହର୍ଷି ବେଦବ୍ୟାସଙ୍କ ସ୍କନ୍ଦପୁରାଣରେ ନିର୍ଦ୍ଦେଶିତ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ ହେଉଛି ତେବେ ଅ-ତିଥିରେ ମହାପ୍ରଭୁଙ୍କ ଆବିର୍ଭାବ ଦିବସ ବା ସ୍ନାନଯାତ୍ରା ପାଳନ ହେବା କେମିତି ଗ୍ରହଣୀୟ?

ଶଙ୍କରାଚାର୍ଯ୍ୟ ଓ ବୈଷ୍ଣବାଚାର୍ଯ୍ୟଙ୍କ ଭଳି ସନାତନ ଧର୍ମଗୁରୁମାନେ ମଧ୍ୟ ଶାସ୍ତ୍ରୀୟ ବିଧିବିଧାନ ଅନୁକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେଣୁ ଜିବିସି ଅଧ୍ୟକ୍ଷ ଏ ସମସ୍ତ କଥାକୁ ବିଚାର ସହ ବିଦେଶରେ ପାଳିତ ହେଉଥିବା ଅଦିନିଆ ରଥଯାତ୍ରା ସମ୍ପର୍କରେ ପୁନର୍ବିଚାର କରି ଶାସ୍ତ୍ରୀୟ ବିଧିବିଧାନ ଅନୁସରଣ କରିବାକୁ ଗଜପତି ଚିଠିରେ ଦର୍ଶାଇଛନ୍ତି।

ଗଜପତିଙ୍କ ଏହି ଚିଠିକୁ ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ସ୍ବାଗତ କରିଛନ୍ତି।"