Iran: ଇରାନ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାର, କଂଗ୍ରେସକୁ ପେଣ୍ଟାଗନ୍‌ର ସୂଚନା

Sep 20, 2026 - 21:16
Iran: ଇରାନ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାର, କଂଗ୍ରେସକୁ ପେଣ୍ଟାଗନ୍‌ର ସୂଚନା

"ୱାସିଂଟନ୍‌: ଇରାନ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାରରେ ପହଞ୍ଚିଛି।

ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ଶୁକ୍ରବାର କଂଗ୍ରେସକୁ ଏହି ତଥ୍ୟ ଦେଇଥିବା ରିପୋର୍ଟ ହୋଇଛି।

ସିଏନ୍‌ଏନ୍‌ ଦୁଇଜଣ ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ଆଧାରରେ ଏହି ଖବର ପ୍ରକାଶ କରିଛି।

ସେପ୍ଟେମ୍ବର ୩ ସୁଦ୍ଧା ଯୁଦ୍ଧ ସମ୍ପର୍କିତ ଖର୍ଚ୍ଚ ୪୩.୬ ବିଲିୟନ ଡଲାର ଥିବା ବେଳେ ଅତିରିକ୍ତ ଇନ୍ଧନ କିଣିବା ପାଇଁ ଆଉ ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି।

ଏହାକୁ ମିଶାଇ ମୋଟ ଖର୍ଚ୍ଚ ୪୫.୧ ବିଲିୟନ ଡଲାର ହୋଇଛି।Advertisment ତେବେ ଏହି ୪୫.୧ ବିଲିୟନ ଡଲାର ଯୁଦ୍ଧର ସମ୍ପୂର୍ଣ୍ଣ ଆର୍ଥିକ ଖର୍ଚ୍ଚ ନୁହେଁ।

ପେଣ୍ଟାଗନ୍‌ର ଏହି ଆକଳନରେ ଯୁଦ୍ଧରେ କ୍ଷତିଗ୍ରସ୍ତ ଆମେରିକାର ସାମରିକ ଘାଟି ଓ କୋଠାଗୁଡ଼ିକର ମରାମତି ଖର୍ଚ୍ଚ ସାମିଲ ହୋଇନାହିଁ।

ଏଥିସହ ସାମରିକ ଅଭିଯାନର ପରୋକ୍ଷ ଖର୍ଚ୍ଚର ବିସ୍ତୃତ ହିସାବ ମଧ୍ୟ କଂଗ୍ରେସକୁ ଦିଆଯାଇନାହିଁ।

ତେଣୁ ଯୁଦ୍ଧର ପ୍ରକୃତ ଖର୍ଚ୍ଚ ଆହୁରି ଅଧିକ ହୋଇପାରେ।

ନୂଆ ଆକଳନ ପେଣ୍ଟାଗନ୍‌ର ଜୁଲାଇ ମାସର ଆକଳନଠାରୁ ମଧ୍ୟ ବହୁତ ଅଧିକ।

ଜୁଲାଇରେ ପେଣ୍ଟାଗନ୍‌ ଯୁଦ୍ଧର ଖର୍ଚ୍ଚ ୩୭.୫ ବିଲିୟନ ଡଲାର ବୋଲି ଆକଳନ କରିଥିଲା।

ଅନ୍ୟପକ୍ଷରେ, କଂଗ୍ରେସର ବଜେଟ୍‌ କାର୍ଯ୍ୟାଳୟ (ସିବିଓ) ଅଗଷ୍ଟ ୧ ସୁଦ୍ଧା ଯୁଦ୍ଧରେ ପ୍ରାୟ ୩୮ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ଆକଳନ କରିଥିଲା।

ଏହି ହିସାବରେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧରେ ବ୍ୟବହୃତ ସାମରିକ ସାମଗ୍ରୀର ପୁନଃଯୋଗାଣ, ଅଧିକ ବିମାନ ଉଡ଼ାଣ, ଅନ୍ୟ ସାମରିକ କାର୍ଯ୍ୟ ଏବଂ ଅଧିକ ଇନ୍ଧନ ଖର୍ଚ୍ଚ ରହିଛି।

ଆହୁରି ପଢନ୍ତୁ: Congress: କହ୍ନେୟାଙ୍କୁ ବେଣୁଗୋପାଳଙ୍କ କଡ଼ା ତାଗିଦ୍‌; କଂଗ୍ରେସର ରାତିଅଧିଆ ବୈଠକ ସିବିଓ ଆକଳନ କରିଛି ଯେ ଅଗଷ୍ଟ ୧ ପରେ ମଧ୍ୟ ଯୁଦ୍ଧ ଚାଲିଲେ ଆମେରିକାର ପ୍ରତିମାସରେ ପ୍ରାୟ ୨ରୁ ୩ ବିଲିୟନ ଡଲାର ଖର୍ଚ୍ଚ ହୋଇପାରେ।

ଯୁଦ୍ଧ ତୀବ୍ର ହେଲେ ଏହି ଖର୍ଚ୍ଚ ଆହୁରି ବଢ଼ିପାରେ।

ଯୁଦ୍ଧର ପ୍ରଭାବ କେବଳ ପ୍ରତିରକ୍ଷା ବଜେଟ୍‌ରେ ସୀମିତ ନଥାଇ ତେଲ ଓ ପ୍ରାକୃତିକ ଗ୍ୟାସ ପରିବହନ ଏବଂ ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପଡ଼ିଛି।

ହର୍ମୁଜ୍‌ ପ୍ରଣାଳୀ ଓ ଲୋହିତ ସାଗରରେ ପରିବହନ ବାଧାପ୍ରାପ୍ତ ହେବାରୁ ଶକ୍ତି ମୂଲ୍ୟ ବଢ଼ିବା ଏବଂ ଆମେରିକାରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ରହିଛି।

ସିବିଓ ଅନୁସାରେ, ୨୦୨୭ର ପ୍ରଥମ ତ୍ରିମାସୀରେ ମୁଦ୍ରାସ୍ଫୀତି ପୂର୍ବ ଆକଳନଠାରୁ ୦.୫ ପ୍ରତିଶତ ଅଧିକ ହୋଇପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)