Iran: ଆମେରିକାର ସୁଦୃଢ଼ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଇରାନର ସମସ୍ତ କ୍ଷେପଣାସ୍ତ୍ରକୁ ଅଟକାଇ ପାରୁନି
"ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଏବେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଛି।
ଇରାନ ଆମେରିକା ସହିତ ଚୁକ୍ତିନାମାରୁ ଓହରି ଯିବା ଘୋଷଣା କରିଛି।
ଅପରପକ୍ଷରେ ଆମେରିକା ଲଗାତାର ଇରାନର ସାମରିକ ଏବଂ ବେସାମରିକ ଭିତ୍ତିଭୂମିକୁ ନଷ୍ଟ କରୁଛି।
ଇରାନ କୁଏତରୁ ଜୋର୍ଡାନ ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ଆକ୍ରମଣ କରି ତାଣ୍ଡବ ରଚୁଛି।
ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିଯାଇଛି।
କାରଣ ଇରାନର ସମସ୍ତ କ୍ଷେପଣାସ୍ତ୍ରକୁ ଅଟକା ଯାଇ ପାରୁନାହିଁ।Advertisment ଆମେରିକୀୟ ଖବରକାଗଜ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଇରାନ ଆମେରିକାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଭେଦ କରିବା ପାଇଁ ନିଜର କ୍ଷେପଣାସ୍ତ୍ର ରଣନୀତିରେ ପରିବର୍ତ୍ତନ କରିଛି।
ଇରାନୀ କ୍ଷେପଣାସ୍ତ୍ରଗୁଡ଼ିକ ଏବେ ଦ୍ରୁତ ଗତିରେ ଉଡୁଛି।
ଏହି କ୍ଷେପଣାସ୍ତ୍ରଗୁଡ଼ିକ ଲକ୍ଷ୍ୟଭେଦ ପୂର୍ବରୁ ହଠାତ୍ ଦିଗ ପରିବର୍ତ୍ତନ କରିବାରେ ସକ୍ଷମ, ଯାହା ଫଳରେ ସେଗୁଡ଼ିକୁ ଅଟକାଇବା କଷ୍ଟକର ହୋଇପଡୁଛି।
ରିପୋର୍ଟରେ କୁହାଯାଇଛି ଯେ ଇରାନ ସମ୍ବେଦନଶୀଳ ସାମରିକ ଘାଟିଗୁଡ଼ିକୁ ଅଧିକ ସଠିକତାର ସହିତ ଟାର୍ଗେଟ କରୁଥିବାରୁ ଆମେରିକୀୟ ପ୍ରତିରକ୍ଷା ବିଭାଗ ଚିନ୍ତିତ, ଏହା ଏକ ନୂତନ ରଣନୀତି ଯାହା ଆମେରିକୀୟ ବାୟୁ ପ୍ରତିରକ୍ଷା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ଆହୁରି ପଢନ୍ତୁ: Marriage: ଜେଲ୍ ଭିତରେ ଦୁଇ କଏଦୀଙ୍କ ଶୁଭ ବିବାହ ଇରାନ ନିଜର ସଦ୍ୟତମ ଆକ୍ରମଣରେ ଆମେରିକାକୁ ବହୁତ କ୍ଷତି ପହଞ୍ଚାଇଛି।
ଜୋର୍ଡାନରେ ଥିବା ଏକ ଆମେରିକୀୟ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।
ଏହି ଆକ୍ରମଣରେ ଦୁଇ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଅଛନ୍ତି।
ଏହା ସହିତ ବହୁ ସୈନିକ ଆହତ ହୋଇଥିବା ସୂଚନା ମିଳିଛି।
ଇରାନ ଜୋର୍ଡାନର ମୁୱାଫାକ ସାଲ୍ଟି ବାୟୁସେନା ଘାଟି ଉପରେ ସିରିଜ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା।
ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଆମେରିକୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଏଡ଼ାଇ ଲକ୍ଷ୍ୟଭେଦ କରିଥିଲା।
ଫଳରେ ବାୟୁସେନା ଘାଟିର ବହୁ କ୍ଷତି ହୋଇଥିଲା।
ଆହୁରି ପଢନ୍ତୁ: Khamenei: ମୋଜତାବା ଖେମିନି ଇରାନରେ ନାହାନ୍ତି: ଇସ୍ରାଏଲୀ ସୂତ୍ର ଆଧାରରେ ସାଉଦି ଗଣମାଧ୍ୟମର ଦାବି ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ।
ଆମେରିକା ଲଗାତାର ଅଷ୍ଟମ ରାତିରେ ଇରାନ ଉପରେ ବିମାନ ଆକ୍ରମଣ କରିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଏହି ଆକ୍ରମଣକୁ ଅନୁମତି ଦେଇଛନ୍ତି।
ଜୋର୍ଡାନରେ ଦୁଇଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁର ଜବାବରେ ଏହା କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।