IPS: ବରିଷ୍ଠ ଆଇପିଏସ୍ ଅଫିସର ଅମିତ ଗର୍ଗ ଏନ୍ସିଆର୍ବି ମୁଖ୍ୟ: ଆଲୋକ କୁମାର ମିତ୍ତଲ ହେବେ ବିପିଆର୍ଡି ମୁଖ୍ୟ
"ନୂଆଦିଲ୍ଲୀ: ୩ ଜଣ ଆଇପିଏସ୍ ଅଫିସରଙ୍କୁ ଆଜି ଏନ୍ସିଆର୍ବି ( ଜାତୀୟ ଅପରାଧ ରେକର୍ଡ୍ସ ବ୍ୟୁରୋ), ଏସ୍ଭିପିଏନ୍ପିଏ (ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମି) ଏବଂ ବିପିଆର୍ଡି (ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ)ର ନୂଆ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।
ଏନେଇ କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ପକ୍ଷରୁ ଏକ ଅର୍ଡର ଜାରି ହୋଇଛି।
ଏହି ଅର୍ଡର ଅନୁଯାୟୀ ହରିୟାଣା କ୍ୟାଡର୍ ଆଇପିଏସ୍ ଅଫିସର ଆଲୋକ କୁମାର ମିତ୍ତଲ ବିପିଆର୍ଡିର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି।
୧୯୯୩ ବ୍ୟାଚ୍ ଅଫିସର ମିତ୍ତଲ ୨୦୨୯ ଜୁନ୍ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ।Advertisment ଆହୁରି ପଢନ୍ତୁ: TRUMP : ବିଶ୍ବକପ୍ରେ ଟ୍ରମ୍ପଙ୍କ ହସ୍ତକ୍ଷେପ !
ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ ଆନ୍ଧ୍ରପ୍ରଦେଶ କାଡର୍ର ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ଅମିତ ଗର୍ଗଙ୍କୁ ଏନ୍ସିଆରବିର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।
ଡିଓପିଟି ଅର୍ଡର ଅନୁଯାୟୀ ଗର୍ଗ ୨୦୨୭ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏନ୍ସିଆର୍ବି ନିର୍ଦ୍ଦେଶକ ପଦରେ ରହିବେ।
ଗର୍ଗ ଏବେ ହାଇଦ୍ରାବାଦରେ ଦେଶର ପ୍ରମୁଖ ପୁଲିସ ଏକାଡେମି ଏସ୍ଭିପିଏନ୍ପିଏରେ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି।
ତେବେ ଗର୍ଗଙ୍କ ନୂଆ ନିଯୁକ୍ତି ପରେ ଏସ୍ଭିପିଏନ୍ପିଏରେ ତାଙ୍କ ସ୍ଥାନରେ ଉତ୍ତରପ୍ରଦେଶର ୧୯୯୪ ବ୍ୟାଚ୍ ଅଫିସର ସୁଜିତ ପାଣ୍ଡେ ନିଯୁକ୍ତ ହୋଇଛନ୍ତି।
୨୦୨୮ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।