Interstate Athletics: ଅନ୍ତଃରାଜ୍ୟ ଆଥଲେଟିକ୍ସ: ଓଡ଼ିଶାକୁ ପ୍ରଜ୍ଞା ଦେଲେ ପ୍ରଥମ ପଦକ

Jun 25, 2026 - 04:27
Interstate Athletics: ଅନ୍ତଃରାଜ୍ୟ ଆଥଲେଟିକ୍ସ: ଓଡ଼ିଶାକୁ ପ୍ରଜ୍ଞା ଦେଲେ ପ୍ରଥମ ପଦକ

"ଭୁବନେଶ୍ୱର: ୬୫ତମ ଜାତୀୟ ଅନ୍ତଃରାଜ୍ୟ ଆଥଲେଟିକ୍ସ ବୁଧବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି।

୬୩୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବା ଏହି ପ୍ରତିଯୋଗିତା ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଭାରତୀୟ ଆଥଲେଟ୍‌ଙ୍କ ପାଇଁ ଶେଷ ସୁଯୋଗ ପ୍ରଦାନ କରୁଛି।

ପ୍ରଥମ ଦିନରେ ଜାତୀୟ ରେକର୍ଡଧାରୀ ମହିଳା ବାଧାଦୌଡ଼ ତାରକା ଜ୍ୟୋତି ୟାରାଜୀ ଗୋଟିଏ ବର୍ଷର ବିରତି ପରେ ଟ୍ରାକ୍‌କୁ ଫେରି ଜବରଦସ୍ତ ପ୍ରଦର୍ଶନ କରିଥିଲେ।

ଆଘାତ ଜନିତ ସମସ୍ୟା ଲାଗି ଗତ ଏକ ବର୍ଷରୁ ଅଧିକ ସମୟ ହେବ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରହିଥିବା ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟ୍‌ ଜ୍ୟୋତି ମହିଳା ୧୦୦ ମିଟର ବାଧାଦୌଡ଼ରେ ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ଅତିକ୍ରମ କରିଛନ୍ତି।

ଗତ ବର୍ଷ ଜୁନ୍‌ମାସରେ ଅଭ୍ୟାସ ସମୟରେ ଗୁରୁତର ଜ୍ୟୋତିଙ୍କର ଲିଗାମେଣ୍ଟ ଅସ୍ତ୍ରୋପଚାର ହୋଇଥିଲା।

ଏବେ କିନ୍ତୁ ସେ ପୂରା ଫିଟ୍‌ ଥିବା ନିଜ ପ୍ରଦର୍ଶନରୁ ପ୍ରମାଣିତ କରିଛନ୍ତି।

Advertisment TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା ଅନ୍ତଃରାଜ୍ୟ ଆଥଲେଟିକ୍ସ: ଜ୍ୟୋତିଙ୍କ ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଏସୀୟ କ୍ରୀଡ଼ା ଯୋଗ୍ୟତା ମାନଦଣ୍ଡ ଟପିଲେ ବୁଧବାର ନିଜ ପ୍ରଥମ ହିଟ୍ ଦୌଡ଼ରେ ୧୩.୧୪ ସେକେଣ୍ଡ ସମୟ ନେଇଥିଲେ ସେ।

ଯାହା ଭାରତୀୟ ଦୌଡ଼କୁଦ ମହାସଂଘ ଦ୍ୱାରା ନିର୍ଦ୍ଧାରିତ ୧୩.୩୪ ସେକେଣ୍ଡର ଏସିଆନ୍ ଗେମ୍ସ ଯୋଗ୍ୟତା ମାନଠାରୁ ଯଥେଷ୍ଟ ଭଲ ଥିଲା।

୨୬ ବର୍ଷୀୟା ଜ୍ୟୋତି ଦୁଇ ଗୋଡ଼ରେ ଟେପ୍ ବାନ୍ଧି ଦୌଡ଼ିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶକ ଓ କ୍ରୀଡ଼ାପ୍ରେମୀଙ୍କୁ ମୁଗ୍ଧ କରିଥିଲା।

୨୦୨୨ ଏସୀୟ କ୍ରୀଡ଼ାରେ ଜ୍ୟୋତି ରୌପ୍ୟ ପଦକ ଜିତିଥିବା ବେଳେ ୨୦୨୩ରେ ସେ ସ୍ଥାପନ କରିଥିବା ୧୨.୭୮ ସେକେଣ୍ଡର ଜାତୀୟ ରେକର୍ଡ ଏବେ ବି ଅକ୍ଷୁଣ୍ଣ ରହିଛି।

ଏହି ବର୍ଗରେ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତୀ ସାହୁ (୧୩.୪୮) ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲା ବେଳେ ଅନ୍ୟତମ ଓଡ଼ିଆ ତାରକା ସବିତା ଟପ୍ପୋ (୧୩.୭୮) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

ରୋପ୍ୟ ପଦକ ତାମିଲନାଡ଼ୁର କେ ନନ୍ଦିନୀ (୧୩.୨୨)ଙ୍କୁ ଯାଇଥିଲା।

ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶାର ୨୮ଜଣ ଆଥଲେଟ୍‌ ଅଂଶଗ୍ରହଣ କରୁଛନ୍ତି।

ସମସ୍ତଙ୍କ ନଜର ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ଓ ଏକଦା ଦେଶର ଦ୍ରୁତତମ ଧାବକ ଥିବା ଅନିମେଷ କୁଜୁରଙ୍କ ଉପରେ ରହିଛି।

Health: ଭୁବନେଶ୍ବରରେ ଖୋଲିବ ନୂଆ କିଡ୍‌ନି ହସ୍ପିଟାଲ ବୁଧବାର ପୂର୍ବାହ୍ନରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ସୂରଜ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିର ପ୍ରଶଂସା କରିଥିଲେ।

ଦେଶର ଶ୍ରେଷ୍ଠ ଆଥଲେଟ୍‌ମାନଙ୍କୁ ସ୍ୱାଗତ କରି ସେ ସେମାନଙ୍କର ସଫଳତା କାମନା କରିବା ସହ ଏହି ପ୍ରତିଯୋଗିତା ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଏସୀୟ ଦୌଡ଼କୁଦ ମହାସଂଘର ସଭାପତି ଡ.ଲଳିତ କୁମାର ଭନୋଟ୍‌, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୂନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ.ୟେଦୁଲା ବିଜୟ, ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ ସଭାପତି ଅଭିଜିତ୍ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।"