International face of Odisha: ନିମେଶିକା: ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା
"ଦେଶରେ ଫ୍ୟାସନ୍ କ୍ଷେତ୍ରରେ ନୂଆଧାରା ଆଣିଥିବା "ମୁଜେରା" ବ୍ରାଣ୍ଡ୍ର ସହ-ସଂସ୍ଥାପକ ନିମେଶିକାଙ୍କ କାହାଣୀ ବେଶ୍ ପ୍ରେରଣାଦାୟୀ।
ଓଡ଼ିଶାରୁ ଯାଇ ବୈଶ୍ବିକ ପରିସରରେ ପରିଚୟ ପାଇଥିବା ନିମେଶିକା ଭେମୁଲାକୋଣ୍ଡା ସର୍ଜନଶୀଳତା, ବୈଶ୍ବିକ ଉନ୍ମୁକ୍ତି ଓ ବ୍ୟାବସାୟିକ ଦୂରଦୃଷ୍ଟିର ସମନ୍ବୟରେ ସଫଳତା ହାସଲ କରୁଥିବା ନୂଆପିଢ଼ିର ଭାରତୀୟ ଉଦ୍ୟୋଗୀଙ୍କ ମଧ୍ୟରୁ ଅନ୍ୟତମ।
କଟକର ଝିଅ ନିମେଶିକାଙ୍କ ସଫଳତାର କହାଣୀ ସଂପ୍ରତି ଖ୍ୟାତିସଂପନ୍ନ ଭୋଗ୍ ଇଣ୍ଡିଆ ପତ୍ରିକା ପ୍ରକାଶ କରିଛି।Advertisment Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ଅନ୍ତର୍ଜାତୀୟ ପ୍ରଖ୍ୟାତି ପାଇଥିବା "ମୁଜେରା"ର ମୂଳଦୁଆ କିନ୍ତୁ ବହୁବର୍ଷ ପୂର୍ବରୁ ଓଡ଼ିଶା ମାଟିରେ ହିଁ ପଡ଼ିଥିଲା।
କଟକରେ ଜନ୍ମିତ ନିମେଶିକା ଏଭଳି ଗୋଟିଏ ପରିବେଶରେ ଲାଳିତ ହୋଇଥିଲେ, ଯେଉଁଠି ରକ୍ଷଣଶୀଳତା ଅପେକ୍ଷା ସର୍ଜନଶୀଳତାକୁ ଅଧିକ ଉତ୍ସାହ ଦିଆଯାଉଥିଲା।
ପିଲାଦିନୁ ତାଙ୍କର ନୂଆ କିଛି କରିବାର ଆଗ୍ରହକୁ ମିଳୁଥିଲା ପ୍ରୋତ୍ସାହନ।
ସେ ଡ୍ରଇଁ, ନୃତ୍ୟ ହେଉ ଅଥବା ଅନ୍ୟାନ୍ୟ ସର୍ଜନାତ୍ମକ କ୍ଷେତ୍ର, ତାଙ୍କ ପିତାମାତା ନିମେଶିକାଙ୍କ ଆଗ୍ରହକୁ ସମର୍ଥନ ଦେଉଥିଲେ।ତରୁଣ ବୟସରୁ ସୌନ୍ଦର୍ଯ୍ୟପ୍ରିୟତା, ନିଜସ୍ବ ଶୈଳୀ ଓ ସବୁ ଜିନିଷର ସର୍ଜନାତ୍ମକ ପରିପ୍ରକାଶ ଥିଲା ନିମେଶିକାଙ୍କର ସହଜାତ ପ୍ରବୃତ୍ତି।
ସ୍ବଭାବଗତ ଭାବେ ଡିଜାଇନିଂ ପ୍ରତି ତାଙ୍କ ମନରେ ସୃଷ୍ଟି ହୋଇଥିବା ଭଲପାଇବା କ୍ରମେ ବୃତ୍ତିଗତ ଅଭିଳାଷ ପାଲଟିଗଲା।
ସେ ପୁନେର ସିମ୍ବାଓସିସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ରେ ଫ୍ୟାସନ୍ ଡିଜାଇନିଂ ଅଧ୍ୟୟନ କଲେ।
ଲଣ୍ଡନ୍ରେ ଫ୍ୟାସନ୍ ଡିଜାଇନିଂରେ କ୍ୟାରିୟର୍ ଆରମ୍ଭ କରିବା ପୂର୍ବରୁ ନିଜର ଡିଜାଇନ୍ ଦକ୍ଷତା ଲାଗି ପରିଚିତି ପାଇସାରିଥିଲେ ସେ।
ତାଙ୍କର ଗ୍ରାଜୁଏସନ୍ କଲେକ୍ସନ୍ ଇଟାଲିର ଏସିଆନ୍ ଡିଜାଇନର୍ ଉଇକ୍ ଏବଂ ମ୍ୟାଡ୍ମୁଡ୍ ମିଲାନୋ ଫ୍ୟାସନ୍ ଉଇକ୍ରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଥିଲା।
ଏହା କ୍ୟାରିୟର୍ କ୍ଷେତ୍ରରେ ତାଙ୍କୁ ଆନ୍ତର୍ଜାତିକ ପ୍ଲାଟ୍ଫର୍ମ ଯୋଗାଇ ଦେଇଥିଲା।
ତାଙ୍କ ଡିଜାଇନ୍ କୃତିଗୁଡ଼ିକ ଆଦରଲାଭ କରିଥିଲା।
ଜାତୀୟ-ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ବୀକୃତି ଲାଗି ନିମେଶିକା ପାଇଲେ ସମ୍ମାନଜନକ ବିଜୁ ପଟ୍ଟନାୟକ ୟୋଥ୍ ଏସ୍କେଲେନ୍ସ୍ ଆୱାର୍ଡ।
ଓଡ଼ିଶାର ଯୁବ ପ୍ରତିଭା ଭାବେ ତାଙ୍କର ସଫଳତା ପ୍ରତି ଏହା ଥିଲା ଗୁରୁତ୍ବପୂର୍ଣ୍ଣ ସ୍ବୀକୃତି।
ନିଜର ଦକ୍ଷତା ଓ ଦୃଷ୍ଟିଭଙ୍ଗୀକୁ ଅଧିକ ମାର୍ଜିତ ଓ ପ୍ରଶସ୍ତ କରିବା ସକାଶେ ନିମେଶିକା ଫ୍ୟାସନ୍ ବିଜ୍ନେସ୍ ମ୍ୟାନେଜ୍ମେଣ୍ଟ୍ରେ ମାଷ୍ଟର୍ସ ଡିଗ୍ରି ହାସଲ କରିବା ପାଇଁ ଲଣ୍ଡନ୍ର ୱେଷ୍ଟ୍ମିନ୍ଷ୍ଟର୍ ୟୁନିଭର୍ସିଟିରେ ପଢ଼ିଲେ।
ସେଠାରେ ତାଙ୍କୁ ବୈଶ୍ବିକ ଫ୍ୟାସନ୍ ଶିଳ୍ପକୁ ପ୍ରବେଶର ସୁଯୋଗ ମିଳିଗଲା।
ସେ ସେଠାକାର ପ୍ରସିଦ୍ଧ ଫ୍ୟାସନ୍ ଡିଜାଇନିଂ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କଲେ।
ଆନ୍ତର୍ଜାତିକ ସ୍ତରରେ ଗୋଟାଏ ସଫଳ ଫ୍ୟାସନ୍ ବ୍ରାଣ୍ଡ୍ ନିର୍ମାଣ କରିବାର କୌଶଳ ବୁଝିବାକୁ ସମର୍ଥ ହେଲେ।ବିଦେଶରେ ଚାକିରି ସୁଯୋଗ ପାଇ ସୁଦ୍ଧା ତାଙ୍କ ମନରେ ସର୍ବଦା ନିଜସ୍ବ ବ୍ରାଣ୍ଡ୍ ଗଢ଼ିବାର ଆକାଂକ୍ଷା ଉଙ୍କି ମାରୁଥିଲା।
ଏହି ସମୟରେ ବତ୍ସଳ ଦିବେଚାଙ୍କ ସହିତ ନିମେଶିକାଙ୍କର ସାକ୍ଷାତ ହେଲା ଓ ସ୍ବପ୍ନରେ ଡେଣା ଲାଗିଲା। "ମୁଜେରା"ର ଅଙ୍କୁେରାଦ୍ଗମ ହେଲା।
ଦିବେଚାଙ୍କର ଫ୍ୟାସନ୍ ବ୍ୟବସାୟ କ୍ଷେତ୍ରରେ ଅଭିଜ୍ଞତା ଏବଂ ନିମେଶିକାଙ୍କ ଡିଜାଇନିଂ ଦକ୍ଷତାର ସମନ୍ବୟରେ ଜନ୍ମନେଲା "ମୁଜେରା"।
ଦୁହେଁ ମିଶି ଭାରତୀୟ ଫ୍ୟାସନ୍ ବଜାରରେ ଥିବା ଗୋଟାଏ ଗୁରୁତ୍ବପୂର୍ଣ୍ଣ ଶୂନ୍ୟସ୍ଥାନ ଚିହ୍ନଟ କଲେ।
ସେମାନେ ଲକ୍ଷ୍ୟ କଲେ, ଭାରତୀୟ ମହିଳାମାନେ ପ୍ରାୟତଃ ଦୈନନ୍ଦିନ ବ୍ୟବହାର ଲାଗି ଶସ୍ତା ପୋଷାକ ଅଥବା ବିଶେଷ ଅବସର ପାଇଁ ଦାମୀ ପରିଧାନ ହିଁ ଖରିଦ କରୁଛନ୍ତି।
କିନ୍ତୁ, ଏ ଦୁଇଟି ମଝିରେ ଯେଉଁ ମୂଲ୍ୟର ପୋଷାକ ମିଳିବା କଥା ସେସବୁ ପ୍ରାୟତଃ ବଜାରରେ ନାହିଁ।
ନିମେଶିକା କହନ୍ତି, ସାଧାରଣ ଓ ଦାମୀ ବର୍ଗର ବସ୍ତ୍ର ମଧ୍ୟରେ ଥିବା ଫାଙ୍କକୁ ଆମେ ପୂରଣ କରିବାକୁ ଯୋଜନା କଲୁ।
ତେଣୁ, ଆମେ ଏ ଭଳି ପୋଷାକ ତିଆରି କରିବାକୁ ଚାହିଲୁ, ଯାହା ଅସାଧାରଣ ଲାଗୁଥିବ ଏବଂ ଦୈନିନ୍ଦିନ ଜୀବନର ଅଂଶବିଶେଷ ବି ହୋଇପାରିବ।
ଏକାଧିକ ଅବକାଶରେ ପିନ୍ଧି ହେବାପରି ପୋଷାକ ଉପରେ ଧ୍ୟାନ ଦେଲା ମୁଜେରା।
ଏହାର ମୂଳରେ ଥିଲା ଗୋଟିଏ ସରଳ ଭାବନା- କେବଳ ଉତ୍ସବ କି ପର୍ବପର୍ବାଣି ନୁହେଁ, ପ୍ରତି ଅବସରରେ ରୁଚିସଂପନ୍ନ ପରିଧାନ ନାରୀ ଜୀବନର ଅଂଶବିଶେଷ ହେବା ଉଚିତ।
ମାର୍ଜିତ, ଆରାମଦାୟକ ଓ ଆକର୍ଷଣୀୟ ଡିଜାଇନ୍ର ପୋଷାକ ମୁଜେରାକୁ ଦେଲା ଭିନ୍ନ ପରିଚୟ।
ଓଡ଼ିଶାର ମୂଲ୍ୟବୋଧ ଅତୁଟ ରଖି ଆନ୍ତର୍ଜାତିକ ଅଭିଜ୍ଞତା ଆଧାରରେ ନିମେଶିକା ଯେଉଁ ବ୍ରାଣ୍ଡ୍ ଗଢ଼ିଲେ ତାହା ଟ୍ରେଣ୍ଡ୍ ଅପେକ୍ଷା ସ୍ଥାୟୀତ୍ବ ଓ ବହୁବିଧ ଉପଯୋଗିତା ଉପରେ ଗୁରୁତ୍ବ ଦେଲା।
ସଭାସମିତିରେ ଯୋଗ ଦେଉଥିବା ଅବସର ହେଉ କି କଫି ପିଇବାକୁ ସାଙ୍ଗସାଥୀଙ୍କ ସହ ମେଳ, ପୁଣି ଭ୍ରମଣ ଅଥବା ବିଶେଷ ମୁହୂର୍ତ୍ତ ପାଳନ, ସବୁ ଅବସର ପାଇଁ ପରିଧାନ ପ୍ରସ୍ତୁତ କଲା ମୁଜେରା।
Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ ଆକର୍ଷଣୀୟ ତଥା ମାର୍ଜିତ ଦେଖାଯିବା ଲାଗି ଆଗ୍ରହୀ ମହିଳାଙ୍କ ପ୍ରଥମ ପସନ୍ଦ ଏବେ ମୁଜେରା କଲେକ୍ସନ୍।
୫ ବର୍ଷର ଅଭିଜ୍ଞତା ଥିବା ଫ୍ୟାସନ୍ ଡିଜାଇନର୍ ନିମେଶିକା ନିଜସ୍ବ କମ୍ପାନି ଗଢ଼ିବା ଆଗରୁ ଲଣ୍ଡନ୍ସ୍ଥିତ ଡିଜାଇନର୍ ଏକ୍ସ୍ଚେଞ୍ଜ୍ରେ ପ୍ରଡକ୍ଟ ଆନାଲିଷ୍ଟ୍ ଓ କ୍ଲାଏଣ୍ଟ୍ ଆଡ୍ଭାଇଜର୍ ଥିଲେ।
ଏହାଛଡ଼ା, ଲଣ୍ଡନ୍ର କାର୍ଲ ଲାଗର୍ଫିଲଡ୍ରେ ସିନିୟର୍ ଫ୍ୟାସନ୍ ଆଡ୍ଭାଇଜର୍, ଗ୍ରିଜି ପ୍ରିଣ୍ଟ୍ସ୍ରେ ପ୍ରିଣ୍ଟ୍ ଡିଜାଇନର୍ ଓ ମାର୍କେଟିଙ୍ଗ୍ ଆସିଷ୍ଟାଣ୍ଟ୍, ଲଣ୍ଡନ୍ର ଡଚେସ୍ ଏଚ୍.
କୋଟିୟର୍ରେ ଫ୍ୟାସନ୍ ଡିଜାଇନର୍, ମହାରାଷ୍ଟ୍ରର ବିଲ୍ବିନ୍ ସାବୁରେ ଆସିଷ୍ଟାଣ୍ଟ୍ ଫେସନ୍ ଡିଜାଇନର୍ ଓ ପ୍ରଡକ୍ସନ୍ ମ୍ୟାନେଜର୍, ଇଟାଲିର ମ୍ୟାଡ୍ମୁଡ୍ ମିଲନ୍ ଫ୍ୟାସନ୍ ଉଇକ୍ରେ ଫେସନ୍ ଡିଜାଇନର୍ ଭାବେ କାର୍ଯ୍ୟ କରିଥିଲେ।
ଫ୍ୟାସନ୍ ଶିଳ୍ପରେ ଦକ୍ଷତା ପ୍ରଦର୍ଶନ କରିଥିବା ନିମେଶିକାଙ୍କୁ ବେଷ୍ଟ୍ ଗ୍ରିଗି ଲଣ୍ଡନ୍ ଲାଇଭ୍ ରିଟେଲ୍ ପ୍ରୋଜେକ୍ଟ୍, ଟେକ୍ଷ୍ଟାଇଲ୍ ଆଣ୍ଡ୍ ଲାଇଫ୍ ଥ୍ରି ଏବଂ ନେକ୍ଷ୍ଟ୍ ଜେନ୍ ଏମର୍ଜିଙ୍ଗ୍ ଟାଲେଣ୍ଟ୍ ଆଦି ପୁରସ୍କାର ଓ ସମ୍ମାନ ମିଳିଛି।"