Internal Rift Surfaces in BJD After Sujata Joins the Party: ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ... ଜଳଜଳ ଦିଶିଲା ବିଦ୍ରୋହ
ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ ବଡ଼ ହଲଚଲ୍। ବରିଷ୍ଠଙ୍କ ମେଳି, ଜଳଜଳ ଦିଶିଲା ବିଦ୍ରୋହ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ ଭୂପିନ୍ଦର ସିଂ । ସୁଜାତାଙ୍କ ମିଶ୍ରଣ ପର୍ବରେ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ଭୂପିନ୍ଦର ସିଂ ଅନୁପସ୍ଥିତ ରହିଥିଲେ | ଆଜି ପ୍ରସନ୍ନ ଓ ଭୂପିନ୍ଦରଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା |
ମିଶ୍ରଣ ଦିନ ଅନୁପସ୍ଥିତ ରହିବା ନେଇ ବଡ଼ ବୟାନ ରଖିଛନ୍ତି ଭୂପିନ୍ଦର । କହିଛନ୍ତି, ସୁଜାତା ମିଶିବା ନୂଆ ଖବର ନୁହେଁ, ଦୁଇ ବର୍ଷ ଆଗରୁ ସେ ବିଜେଡିରେ ମିଶିବା କଥା। ଶଙ୍ଖ ଭବନ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକାଯାଇନଥିଲା। ସମୟକୁ ଅପେକ୍ଷା କରନ୍ତୁ କୋଉ ପାଣି କୁଆଡ଼େ ଯାଉଛି ଦେଖନ୍ତୁ ବୋଲି କହି ଦଳର ଫାଟକୁ ପଦାରେ ପକାଇ ଦେଇଛନ୍ତି ଭୂପିନ୍ଦର।
ସେପଟେ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ପରୋକ୍ଷରେ ଦଳ ବିରୋଧରେ ଅସନ୍ତୋଷ ଝାଡ଼ିଛନ୍ତି । ସବୁ ଘଟଣାରେ ସମସ୍ତେ ଉପସ୍ଥିତ ରହିବା କଣ ଜରୁରୀ କି ବୋଲି ପ୍ରସନ୍ନ କହିଛନ୍ତି ।
ବିଜେଡିରେ ସୁଜାତାଙ୍କ ମିଶ୍ରଣ ପରେ ବଡ଼ ହଲଚଲ୍
ବରିଷ୍ଠଙ୍କ ମେଳି, ଜଳଜଳ ଦିଶିଲା ବିଦ୍ରୋହ
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ ଭୂପିନ୍ଦର ସିଂ
ମିଶ୍ରଣ ଦିନ ପ୍ରସନ୍ନ ଓ ଭୂପିନ୍ଦର ଅନୁପସ୍ଥିତ ରହିଥିଲେ
ସମୟକୁ ଅପେକ୍ଷା କର କହିଲେ ଭୂପିନ୍ଦର
କୋଉ ପାଣି କୁଆଡ଼େ ଯାଉଛି ଦେଖନ୍ତୁ: ଭୂପିନ୍ଦର
ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ
ସବୁ ଘଟଣାରେ ସମସ୍ତେ ଉପସ୍ଥିତ ରହିବା କଣ ଜରୁରୀ: ଭୂପିନ୍ଦର