Inter-State Drug Smuggling Network Busted: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ୨ ଜଣ ଗିରଫ, ଦୁଇ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

Jul 21, 2026 - 10:43
Inter-State Drug Smuggling Network Busted: ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ୨ ଜଣ ଗିରଫ, ଦୁଇ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ୨ ଜଣ ଗିରଫ । ୧ କୋଟି ୩୨ ଲକ୍ଷ ଟଙ୍କାର ୨୬୩ କେଜି ଗଞ୍ଜେଇ ଜବତ। କନ୍ଧମାଳରୁ ଝାଡ଼ଖଣ୍ଡକୁ ବହୁ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଏସଟିଏଫ୍  ଟିମ୍  ଜାତୀୟ ରାଜପଥରେ ଛକି ରହିଥିଲା। ପୋଲିସର ଉପସ୍ଥିତି ଦେଖି ସନ୍ଦିଗ୍ଧ ଗାଡ଼ିରେ ଥିବା ବ୍ୟକ୍ତିମାନେ ଭୁବନେଶ୍ୱରରେ ବାଙ୍କୁଆଳ ଅଭିମୁଖେ ଗାଡ଼ି ବୁଲାଇ ଖସିଯିବାକୁ ଚେଷ୍ଟା କରିଥିଲେ।

ତେବେ ଏସଟିଏଫ୍  ଟିମ୍  ପିଛା କରି ବଡ଼ଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ନିକଟରେ ସୋମାନଙ୍କୁ ଧରିଥିଲା । ଗାଡ଼ି ତଲାସୀ ବେଳେ ଅବୈଧ ଭାବେ ଲୁଚାଇ ନିଆଯାଉଥିବା ୨୬୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯକ୍ତ ୨ ଜଣ ହେଲେ କନ୍ଧମାଳ ଅଞ୍ଚଳର ନରସିଂହ ଦିଗାଲ ଓ  ମୃତ୍ୟୁଞ୍ଜୟ ଦିଗାଲ।  ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।....

ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟର ୨ ଜଣ ଗିରଫ 
ଗିରଫ ଅଭିଯୁକ୍ତ ହେଲେ ନରସିଂହ ଦିଗାଲ ଓ  ମୃତ୍ୟୁଞ୍ଜୟ ଦିଗାଲ 
୨୬୩ କେଜି ଗଞ୍ଜେଇ ଜବତ 
୧ କୋଟି ୩୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ  
ବଡ଼ଗଡ଼ ଥାନା ଅନ୍ତର୍ଗତ ବାଙ୍କୁଆଳ ନିକଟରୁ ଗଞ୍ଜେଇ ଜବତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।