National Awards 2026: ଟଲିଉଡରେ ଖୁସିର ଲହରୀ; ଜାତୀୟ ପୁରସ୍କାର ପାଇଲା ଏହିସବୁ ପିଲ୍ମ

Jul 21, 2026 - 16:16
National Awards 2026: ଟଲିଉଡରେ ଖୁସିର ଲହରୀ; ଜାତୀୟ ପୁରସ୍କାର ପାଇଲା ଏହିସବୁ ପିଲ୍ମ

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତେଲୁଗୁ ସିନେମା ପାଇଁ ଗର୍ବର ମୁହୂର୍ତ୍ତ ପାଲଟିଛି। ' ପୁଷ୍ପା-୨: ଦ ରୁଲ୍, ଲକି ଭାସ୍କର, ଏହି ପରି ଚଳଚ୍ଚିତ୍ର ପାଇଁ ବିଭିନ୍ନ ବର୍ଗରେ ପୁରସ୍କୃତ ହେବା ପରେ ଟଲିଉଡରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଆଲୁ ଅର୍ଜୁନ, ଜୁନିଅର ଏନଟିଆର ଏବଂ ଚିରଞ୍ଜୀବୀ ସୋସିଆଲ୍ ମିଡିଆରେ ସମସ୍ତ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବର୍ଷର ଜାତୀୟ ପୁରସ୍କାରରେ 'ପୁଷ୍ପା-୨: ଦ ରୁଲ’ ବଡ଼ ସଫଳତା ହାସଲ କରିଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁକୁମାର ଶ୍ରେଷ୍ଠ ସ୍କ୍ରିନପ୍ଲେ ଲେଖକ ଭାବେ ସମ୍ମାନିତ ହୋଇଥିବା ବେଳେ, ଦୀପାଳି ନୂର ଓ ଶୀତଲ ଶର୍ମା ଶ୍ରେଷ୍ଠ କଷ୍ଟୁମ ଡିଜାଇନ୍ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି।

ପ୍ରଡକ୍ସନ୍ ହାଉସ୍ ମୈଥ୍ରୀ ମୁଭି ମେକର୍ସ ସୋସିଆଲ୍ ମିଡିଆରେ ସୁକୁମାର ଓ କଷ୍ଟୁମ ଡିଜାଇନ୍ ଟିମକୁ ଅଭିନନ୍ଦନ ଜଣାଇ କହିଛି, ଏହା ସମସ୍ତ ଟିମର ପରିଶ୍ରମର ଫଳ ଅଟେ।

ଅଭିନେତା ଆଲୁ ଅର୍ଜୁନ ସମସ୍ତ ଜାତୀୟ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁକୁମାର, ଦୀପାଳି ନୂର, ଶୀତଲ ଶର୍ମା, ନିହାରିକା କୋନିଡେଲା ଓ ସମସ୍ତ ଟିମକୁ ସ୍ୱତନ୍ତ୍ର ଭାବେ ଶୁଭେଛା ଜଣାଇଛନ୍ତି। ଜାତୀୟ ସ୍ତରରେ ତେଲୁଗୁ ସିନେମାର ଏଭଳି ସଫଳତା ଦେଖି ସେ ଗର୍ବିତ।

ଜୁନିଅର ଏନଟିଆର ମଧ୍ୟ ଜାତୀୟ ପୁରସ୍କାର ପାଇଁ ଖୁସି ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଜାତୀୟ ମଞ୍ଚରେ ତେଲୁଗୁ ସିନେମାର ସଫଳତା ଦେଖି ସେ ଗର୍ବିତ। ସମସ୍ତ ଟିମକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି ସୁକୁମାର, ନାଗ ଅଶ୍ୱିନ୍, ନିହାରିକା କୋନିଡେଲା, ଓ ଅନ୍ୟ ମାନଙ୍କୁ ସଫଳତାର ପ୍ରଶଂସା କରି ସେ କହିଛନ୍ତି, ଭାରତୀୟ ସିନେମା ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବ।

ଏହି ସିନେମା ଗୁଡିକର ସଫଳତା ପୁଣିଥରେ ପ୍ରମାଣ କରିଛି ଯେ, ତେଲୁଗୁ ସିନେମା ଏବେ କେବଳ ବକ୍ସ ଅଫିସରେ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛି। ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ସ୍ମରଣୀୟ ଦିନ ହୋଇ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।