23 JULY 2026

Welcome!

Unlock your personalized experience.
Sign Up

Infosys: ଆଶିଷ କୁମାର ଦାଶ ଇନଫୋସିସର ନୂଆ ସିଇଓ

Jul 23, 2026 - 20:17
Infosys: ଆଶିଷ କୁମାର ଦାଶ ଇନଫୋସିସର ନୂଆ ସିଇଓ

ବେଙ୍ଗାଲୁରୁ: ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ଇନଫୋସିସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଲିଲ ପାରେଖ ନିଜ ପଦବୀରୁ ଓହରିଯିବା ନେଇ ଘୋଷଣା କରିଛନ୍ତି। ୨୦୨୭ ଏପ୍ରିଲ ୧ରୁ ସେ ଏହି ଦାୟିତ୍ୱରୁ ଅବସର ନେବେ। ଏହା ସହିତ କମ୍ପାନୀର ବୋର୍ଡ ଆଶିଷ କୁମାର ଦାଶଙ୍କୁ ନୂଆ ସିଇଓ ଘୋଷଣା କରିଛି। ପରେଖ ଅବ୍ୟାହତି ନେବା ପରେ ଆଶିଷ ଦାୟିତ୍ୱ ଗ୍ରହଣ କରିବେ। ୨୦୧୮ ଜାନୁଆରିରେ ଇନଫୋସିସରେ ଯୋଗ ଦେଇଥିବା ପାରେଖ କମ୍ପାନିର ପ୍ରତିଷ୍ଠାତା ପରିବାର ବାହାରୁ ଆସି ସବୁଠାରୁ ଦୀର୍ଘ ସମୟ ଧରି ସିଇଓ ଅଛନ୍ତି।

ଆହୁରି ପଢନ୍ତୁ: Odisha medical colleges ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନୂତନ ପଦବିକୁ ମଞ୍ଜୁରି

ନିଜର ପ୍ରାୟ ୯ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ କମ୍ପାନିକୁ କାର୍ଯ୍ୟକ୍ଷମ ସ୍ଥିରତା ଦେବା ସହ ଡିଜିଟାଲ୍ ରୂପାନ୍ତରଣ ଓ ଏଆଇ କ୍ଷେତ୍ରରେ ଏକ ଦୃଢ଼ ପରିଚୟ ଦେଇଛନ୍ତି। ତାଙ୍କର ଚଳିତ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୭ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଛି।କମ୍ପାନିର ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି ଯେ ଆଶିଷଙ୍କୁ ନୂତନ ସିଇଓ ନିଯୁକ୍ତ କରି ବୋର୍ଡ ଅତ୍ୟନ୍ତ ଆନନ୍ଦିତ। ଆମ ଶିଳ୍ପ ଏବେ ଏକ ବଡ଼ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛି। ଆମର ପରବର୍ତ୍ତୀ ଲିଡରଙ୍କ ପାଖରେ ବଳିଷ୍ଠ ରୂପାନ୍ତରଣ କରିବାର ଦକ୍ଷତା ସହ କମ୍ପାନିର ମୂଲ୍ୟବୋଧ ଓ ଗ୍ରାହକଙ୍କ ବିଶ୍ୱାସକୁ ବଜାୟ ରଖିବାର କ୍ଷମତା ଥିବା ଦରକାର। ତାହା ବୋର୍ଡ ଚାହୁଥିଲା। କମ୍ପାନି ଭିତରୁ ହିଁ ଜଣେ ଲିଡରଙ୍କୁ ଏହି ଦାୟିତ୍ୱ ମିଳିବା ଗୌରବର ବିଷୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।