Industrial Projects ରାଜ୍ୟରେ ନିବେଶ ହେବ ୨୭୮୦ କୋଟି, ୧୪ହଜାର ନିଯୁକ୍ତି ସୃଷ୍ଟି ହେବ

Aug 21, 2026 - 21:54
Industrial Projects ରାଜ୍ୟରେ ନିବେଶ ହେବ ୨୭୮୦ କୋଟି, ୧୪ହଜାର ନିଯୁକ୍ତି ସୃଷ୍ଟି ହେବ

"ଭୁବନେଶ୍ୱର:   ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଆଜି (ଶୁକ୍ରବାର) ୧୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ପ୍ରସ୍ତାବିତ ଶିଳ୍ପପ୍ରକଳ୍ପଗୁଡ଼ିକ ଜରିଆରେ ୨୭୮୦.୧୦ କୋଟି ଟଙ୍କା ନିବେଶ ହେବ ଓ ୧୪,୧୦୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Advertisment ରିଲାଏନ୍ସ କରିବ ବାୟୋଗ୍ୟାସ୍ କାରଖାନା: ସିଙ୍ଗଲ ୱିଣ୍ଡୋରେ ୧୪୮୩ କୋଟିର ୭ ପ୍ରକଳ୍ପ ମଞ୍ଜୁର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁମୋଦିତ ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରାସାୟନିକ, ମେଡିକାଲ ଡିଭାଇସ୍‌, ଇଲେକ୍ଟ୍ରୋନିକ୍ସ, ଇସ୍ପାତ ଓ ଭିତ୍ତିଭୂମି ବିକାଶ ରହିଛି।

ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରକଳ୍ପଗୁଡ଼ିକ ଗଢ଼ିଉଠିବ।

ସିଙ୍ଗଲ ୱିଣ୍ଡୋରେ ୧୬ ପ୍ରକଳ୍ପ ଅନୁମୋଦିତ, ୨୪୦ କୋଟି ନିବେଶ ହେବ ଖାଦ୍ୟ ପ୍ରକ୍ରିୟାକରଣରେ ହଳଦୀରାମ ସ୍ନାକ୍ସ ଫୁଡ୍‌ ୫୦୦ କୋଟି ଟଙ୍କା ବିନିଯୋଗରେ ସ୍ନାକ୍ସ ଓ ବେକ୍‌ଡ୍‌ ପ୍ରଡକ୍ଟ ୟୁନିଟ୍‌ ସ୍ଥାପନ କରିବ।

ଏଥିରେ ୮୦୦ ନିଯୁକ୍ତି ସୃଷ୍ଟି ହେବ।

ତିୱାନା ନ୍ୟୁଟ୍ରିସନ୍‌ ୧୪୦ କୋଟିରେ କ୍ୟାଟଲ୍‌ ଫିଡ୍‌ ୟୁନିଟ୍‌ କରି ୨,୫୦୦ ନିଯୁକ୍ତି ଦେବ।

ବୟନ କ୍ଷେତ୍ରରେ ସାହାନା କ୍ଲୋଥିଂ ୨୫୧.୪୫ କୋଟି ଟଙ୍କାରେ ୟୁନିଟ୍‌ ସ୍ଥାପନ କରି ୫,୧୦୪ ନିଯୁକ୍ତି ସୃଷ୍ଟି କରିବ।

ରାସାୟନିକ କ୍ଷେତ୍ରରେ ପ୍ରାସୋଲ୍‌ କେମିକାଲ୍ସ ୪୫୦ କୋଟି ଟଙ୍କା ନିବେଶ କରିବ।

ଖୋର୍ଦ୍ଧାରେ ସିର୍ମା ଏସ୍‌ଜିଏସ୍‌ ଟେକ୍ନୋଲୋଜି ୩୦୦ କୋଟି ଟଙ୍କାରେ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ଆସେମ୍ବଲି ୟୁନିଟ୍‌ କରିବ।

କେନ୍ଦୁଝରରେ ମେଟାଲ୍‌ସ ଓ ଫେରୋ ଆଲଏଜ୍‌ ପ୍ରକଳ୍ପରେ ୧୬୦ କୋଟି ଟଙ୍କା ନିବେଶ ହେବ।

ଏଥିରେ ୧,୪୬୦ ନିଯୁକ୍ତି ସମ୍ଭାବନା ରହିଛି।

ଏହା ବ୍ୟତୀତ ଅନୁଗୁଳରେ ଏମ୍‌ସିଏଲ୍‌ ୪୦୫.୩୫ କୋଟି ଟଙ୍କାରେ ଘରୋଇ ରେଳ ସାଇଡିଂ ବିକଶିତ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)