Indus Water Treaty: ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ

Aug 02, 2026 - 15:20
Indus Water Treaty: ସିନ୍ଧୁ ଚୁକ୍ତି ସ୍ଥଗିତ: ପାକିସ୍ତାନକୁ ଭାରତର କଡ଼ା ଜବାବ

"ୱାଶିଂଟନ୍: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ଦୃଢ଼ ସମର୍ଥନ କରିଛନ୍ତି।

ସେ କହିଛନ୍ତି ଯେ, ଏହି ଚୁକ୍ତି ସଦ୍ଭାବନା ଓ ବନ୍ଧୁତା ଉପରେ ଆଧାରିତ ଥିଲା, କିନ୍ତୁ ପାକିସ୍ତାନ ନିଜ କାର୍ଯ୍ୟକଳାପ ଦ୍ୱାରା ଦୀର୍ଘ ଦଶନ୍ଧି ଧରି ଏହାକୁ ଉଲ୍ଲଂଘନ କରିସାରିଛି।

ଭାରତର ସ୍ଥଗିତାଦେଶ କେବଳ ସେହି ସତ୍ୟକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିଛି।Advertisment ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ୧୯୬୦ ଚୁକ୍ତି ଅନୁଯାୟୀ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ମିଳୁଥିବା ବେଳେ ଭାରତ ମାତ୍ର ୨୦ ପ୍ରତିଶତ ପାଉଥିଲା।

ଏହି ଅସମାନତା ସତ୍ତ୍ୱେ ଭାରତ ଚୁକ୍ତିକୁ ସମ୍ମାନ ଦେଇଆସିଥିଲା, ମାତ୍ର ପାକିସ୍ତାନ ଏହାର ନବୀକରଣ ଓ ଆଧୁନିକୀକରଣରେ କ୍ରମାଗତ ବାଧା ସୃଷ୍ଟି କରିଛି।

ପାକିସ୍ତାନର ଜଳସଙ୍କଟ ପାଇଁ ଭାରତ ନୁହେଁ, ବରଂ ସେଠାକାର ଖରାପ ଆଭ୍ୟନ୍ତରୀଣ ଜଳ ପରିଚାଳନା ଦାୟୀ।

ପାକିସ୍ତାନ ପାଉଥିବା ଜଳରୁ ୩୦ ପ୍ରତିଶତରୁ ଅଧିକ ଜଳ ବାଟରେ ନଷ୍ଟ ହେଉଥିବା ବେଳେ ବହୁ ପରିମାଣର ଜଳ ଅବ୍ୟବହୃତ ହୋଇ ସମୁଦ୍ରକୁ ବହିଯାଉଛି।

US Defense: ଇସ୍ରାଏଲକୁ ସୁରକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ନୌସେନା ଶକ୍ତିର ଅଭାବ: ଆମେରିକୀୟ ଜେନେରାଲଙ୍କ ଚେତାବନୀ ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ସେ କହିଛନ୍ତି ଯେ "ସନ୍ତ୍ରାସବାଦ ଓ ଆଲୋଚନା, ସନ୍ତ୍ରାସବାଦ ଓ ବାଣିଜ୍ୟ ଏବଂ ରକ୍ତ ଓ ପାଣି କେବେହେଲେ ଏକାଠି ବହିପାରିବ ନାହିଁ।" ସୂଚନାଯୋଗ୍ୟ, ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମଠାରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।