Indravati: ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ: ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ଲକ୍ଷ୍ୟ

Jul 21, 2026 - 07:27
Indravati: ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ: ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ଲକ୍ଷ୍ୟ

"ଦେବେନ୍ଦ୍ର କୁମାର ବିଶି ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପରେ ବର୍ତ୍ତମାନ ୬୦୦ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେଉଛି।

ଏହି ପାଣିକୁ ପୁଣି ଥରେ ପମ୍ପ ଦ୍ୱାରା ଉପରକୁ ନେଇ ଆହୁରି ୬ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।

ଏହାଦ୍ବାରା ସମୁଦାୟ ୧୨ ଶହ ମେଗାୱାଟ୍‌ ବିଜୁଳି ଉତ୍ପାଦନ ହେବ।

ଏଥିପାଇଁ ଆବଶ୍ୟକ ହେଉଥିବା ୧୦୭.୫୯୬ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏଥି ନିମନ୍ତେ ଗ୍ରାମସଭା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏପର୍ଯ୍ୟନ୍ତ ୪୯ ଏକର ଘରୋଇ ଜମିରୁ ୧୬ ଏକର ଜମି ଅଧିଗ୍ରହଣ ସରିଛି।

ସେହିଭଳି ମହୁଲପାଟଣା ଅଞ୍ଚଳରେ ୧୨ ଏକର ସରକାରୀ ଜମି ଅଧିଗ୍ରହଣ ହୋଇଛି।

Advertisment Coastal Highway: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ ବ୍ୟୟ ଅଟକଳ ୪ ହଜାର ୬୦ କୋଟି  ଯାହା ନାଁରେ ଦୁର୍ନୀତି ତାକୁ ପ୍ରକଳ୍ପ କାମ  ଗତ ଜୁନ୍‌ ୨୦ ତାରିଖରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜରୁ ଆଭାସୀ ଯୋଗେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ପ୍ରଥମେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୩୫ ଶହ କୋଟି ଥିବାବେଳେ ବର୍ତ୍ତମାନ ଏହା ୪୦୬୦ କୋଟି ଟଙ୍କାରେ ପହଞ୍ଚିଛି।

ପ୍ରକଳ୍ପ ନିମନ୍ତେ ଟେଣ୍ଡର୍‌ ପ୍ରକ୍ରିୟା ଚାଲିଥିବାବେଳେ ବିଜେଡି ଅମଳରେ ଜିଲ୍ଲାରେ ଆରମ୍ଭ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ।

ଜଳଯୋଗାଣ ପ୍ରକଳ୍ପ କାମ ନେଇଥିବା ହାଇଦ୍ରାବାଦର ମେଗା ଇନ୍‌ଫ୍ରା ସଂସ୍ଥା ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ଉକ୍ତ ସଂସ୍ଥାକୁ ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍‌ ପ୍ରକଳ୍ପ କାମ ପାଇଁ ଟେଣ୍ଡର୍‌ ଦେବାକୁ ମସୁଧା ଚାଲିଛି, ଯାହାକି ତଦନ୍ତ ସାପେକ୍ଷ।

Egg Price Hike: ଅଣ୍ଡାଦର ହେଲା ସାଢ଼େ ଆଠ, ମଧ୍ୟାହ୍ନଭୋଜନ ଥାଳିରୁ ଉଭାନ ଅପର କୋଲାବ ଓ ବାଲିମେଳା ଜଳ ବିଦ୍ୟୁତ୍‌ ପ୍ରକଳ୍ପରେ ୫ ଶହ ମେଗାୱାଟ୍‌ ଲେଖାଁଏ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ପ୍ରକଳ୍ପ ହୋଇଥିବାବେଳେ ଇନ୍ଦ୍ରାବତୀ ପାଇଁ ୬ ଶହ ମେଗାୱାଟ୍‌ ନିମନ୍ତେ ଶିଳାନ୍ୟାସ ହୋଇଛି।

ଦେଶର ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଏଭଳି ପ୍ରକଳ୍ପ ଥିବାବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଛି।

୧୯୯୯ ମସିହାରେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଥିଲା।

୨୭ ବର୍ଷ ପରେ ପୁଣି ୬୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାରୁ ଏହା ରାଜ୍ୟକୁ ଅଧିକ ଶକ୍ତି ଯୋଗାଇବ ବୋଲି ମତପ୍ରକାଶ ପାଇଛି।

ଏ ନେଇ ଓଏଚ୍‌ପିସି ଜେନେରାଲ୍‌ ମ୍ୟାନେଜରଙ୍କୁ ପଚାରିବାରୁ ପ୍ରକଳ୍ପର ଟେଣ୍ଡର୍‌ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ହାଇଦ୍ରାବାଦର ମେଗା ଇନ୍‌ଫ୍ରାକୁ ମିଳିବାର ସମ୍ଭାବନା ରହିଛି ବୋଲି କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।