Indian ODI squad: ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଦଳ: ଫେରିଲେ ଜାଡ଼େଜା, ଗାଏକ୍ବାଡ୍‌; ନବି, ନମନଙ୍କୁ ସୁଯୋଗ

Sep 17, 2026 - 09:10
Indian ODI squad: ୱେଷ୍ଟଇଣ୍ଡିଜ ଶୃଙ୍ଖଳା ପାଇଁ ଭାରତୀୟ ଦିନିକିଆ ଦଳ: ଫେରିଲେ ଜାଡ଼େଜା, ଗାଏକ୍ବାଡ୍‌; ନବି, ନମନଙ୍କୁ ସୁଯୋଗ

"ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି।

ଦିନିକିଆ ଦଳକୁ ଅଭିଜ୍ଞ ରବୀନ୍ଦ୍ର ଜାଡ଼େଜା ଓ ଋତୁରାଜ ଗାଏକ୍ବାଡ ଫେରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କୁ ସାମିଲ କରାଯାଇନାହିଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି।ସେହିପରି ଜମ୍ମୁ ଓ କଶ୍ମୀର ଦ୍ରୁତ ବୋଲର ଆକ୍ବିବ ନବି ଓ ପଞ୍ଜାବର ନମନ ଧୀରଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଦଳକୁ ଡାକରା ମିଳିଛି।

ଶ୍ରେୟସ୍‌ ଆୟର ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ବ କରିବାକୁଥିବାରୁ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ଦିନିକିଆ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି।

Advertisment From Smoke to Space: ଧୂଆଁରୁ ମହାକାଶ ଯାଏଁ: ସୁଭଦ୍ରା ସହ ଆଗେଇ ଚାଲିଛି ଓଡ଼ିଶାର ନାରୀଶକ୍ତି ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏସୀୟ କ୍ରୀଡ଼ା ଦଳରେ ସାମିଲ ଥିବାରୁ ତାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ, ଗୁରନୂର ବ୍ରାର୍, ପ୍ରସିଦ୍ଧ କୃଷ୍ଣ ଓ ଆକ୍ବିବ ନବି ଦଳର ଦ୍ରୁତ ବୋଲିଂ ଭାର ସମ୍ଭାଳିବେ।

ୱେଷ୍ଟଇଣ୍ଡିଜ ନିଜର ଭାରତ ଗସ୍ତରେ ୩ ଦିନିକିଆ ଓ ୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ।

ଦିନିକିଆ ଶୃଙ୍ଖଳା ଚଳିତ ମାସ ୨୭ରୁ ଆରମ୍ଭ ହେବ ଓ ଅକ୍ଟୋବର ୬ରୁ  ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ।

ଟ୍ବେଣ୍ଟି-୨୦ ଶୃଙ୍ଖଳା ବେଳକୁ ଏସୀୟ କ୍ରୀଡ଼ା ଖେଳୁଥିବା ଦଳ ଫେରିସାରିଥିବାରୁ ଶ୍ରେୟସ ଆୟରଙ୍କ ନେତୃତ୍ବରେ ଦଳ ପଡ଼ିଆକୁ ଓହ୍ଲାଇବ।

ଅନ୍ୟପକ୍ଷରେ ଋଷଭ ପନ୍ତଙ୍କୁ ଇରାନୀ ଟ୍ରଫି ପାଇଁ ଅବଶିଷ୍ଟ ଭାରତ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।

ଭାରତୀୟ ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ବାଡ, କେ.ଏଲ୍.

ରାହୁଲ୍ (ଉପଅଧିନାୟକ), ଧ୍ରୁବ ଜୁରେଲ୍, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ମହମ୍ମଦ ସିରାଜ୍, ଆକ୍ବିବ ନବି, ଯଶସ୍ୱୀ ଜୟସ୍ୱାଲ୍, ନମନ ଧୀର୍।

UPI: ୟୁପିଆଇରେ ଶୁଳ୍କ: ବିପଦରେ ୨୦ ହଜାର କୋଟିର ବେପାର, ଚିନ୍ତାରେ ୩୨ ଲକ୍ଷ ଛୋଟ ବେପାରୀ ଭାରତୀୟ ଟ୍ବେଣ୍ଟି-୨୦ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ (ୱିକେଟ୍‌ରକ୍ଷକ), ସଂଜୁ ସାମସନ (ୱିକେଟ୍‌ରକ୍ଷକ), ତିଳକ ବର୍ମା (ଉପଅଧିନାୟକ), ଶିବମ ଦୁବେ, କୁଳଦୀପ ଯାଦବ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋୟୀ, ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)