Indian Men's Squash Team : ବିଶ୍ବ କନିଷ୍ଠ ସ୍କ୍ବାସ୍‌: ଭାରତକୁ ପୁଣି କାଂସ୍ୟ

Jul 31, 2026 - 15:25
Indian Men's Squash Team : ବିଶ୍ବ କନିଷ୍ଠ ସ୍କ୍ବାସ୍‌: ଭାରତକୁ ପୁଣି କାଂସ୍ୟ

"ଓଣ୍ଟାରିଓ: ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍‌ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛି।

କାନାଡାର ଓଣ୍ଟାରିଓରେ ଆୟୋଜିତ ଏହି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତ ୦-୨ରେ ଆମେରିକାକୁ ହାରି ଏହି ପଦକରେ ସନ୍ତୁଷ୍ଟ ରହିଥିଲ।

ପ୍ରଥମ ମ୍ୟାଚ୍‌ରେ ଗୁରବୀର ସିଂହ ୭-୧୧, ୧୨-୧୦, ୯-୧୧, ୭-୧୧ରେ ବ୍ରେଣ୍ଡନ ଟାଗ୍‌ଲିଆରିନିଙ୍କଠୁ ହାରିବା ପରେ ଆର୍ଯ୍ୟବୀର ଦେୱାନ୍‌ ମଧ୍ୟ ଦ୍ବିତୀୟ ମ୍ୟାଚ୍‌କୁ ୫-୧୧, ୭-୧୧, ୫-୧୧ରେ ୟାସିନ ଶାଲାବାଏଙ୍କଠୁ ପରାସ୍ତ ହୋଇଥିଲେ।

ସେମିଫାଇନାଲିଷ୍ଟ ପରାଜିତ ଦଳ କାଂସ୍ୟ ପାଇବା ନିଶ୍ଚିତ ଥିବାରୁ ଭାରତ ଗତ ସଂସ୍କରଣ ପରି ଏହି ମଧ୍ୟ ଏହି ପଦକରେ ସନ୍ତୁଷ୍ଟ ରହିଥିଲା।

ପୂର୍ବରୁ ବାଳିକା ଦଳ ଆମେରିକାଠୁ କ୍ବାର୍ଟରଫାଇନାଲ୍‌ରେ ହାରି ପଦକରୁ ବଞ୍ଚିତ ରହିଥିଲା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।