Indian Idol 16 Winner ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
"ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର ଇଣ୍ଡିଆନ୍ ଆଇଡଲ୍- ସିଜିନ୍ ୧୬ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ଆଜି (ମଙ୍ଗଳବାର) ତାଙ୍କ ସରକାରୀ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି।
ଏଥି ସହିତ ଜ୍ୟୋତିର୍ମୟୀଙ୍କ କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।Advertisment Indian Idol 16: ମୁଁ କେବଳ ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଥିଲି: ଜ୍ୟୋତିର୍ମୟୀ ନାୟକ ଜ୍ୟୋତିର୍ମୟୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ପ୍ରଦର୍ଶନ କରିବା ସହିତ ଇଣ୍ଡିଆନ୍ ଆଇଡଲ୍"ର ସଫଳତା ପଛରେ ଥିବା ତାଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବିଷୟରେ ବର୍ଣ୍ଣନା କରିଥିଲେ।
ମୁଖ୍ୟମନ୍ତ୍ରୀ ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜର ଅସାଧାରଣ ପ୍ରତିଭା ଓ କଠିନ ସାଧନା ବଳରେ ଜାତୀୟ ସ୍ତରରେ ବିଜେତା ହୋଇ ରାଜ୍ୟ ପାଇଁ ସେ ଗୌରବ ଆଣିଛନ୍ତି ବୋଲି କହିଥିଲେ।
ନୂଆ ପିଢିର କଣ୍ଠଶିଳ୍ପୀଙ୍କ ପାଇଁ ଜ୍ୟୋତିର୍ମୟୀ ଏକ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ ସୂଚନାଯୋଗ୍ୟ ଯେ, ଜ୍ୟୋତିର୍ମୟୀ ତାଙ୍କର ସଙ୍ଗୀତ ପ୍ରତିଭାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଉପଯୋଗ କରୁଛନ୍ତି।
ରାଜ୍ୟର ଅନେକ କ୍ୟାନ୍ସର ହସ୍ପିଟାଲରେ ମ୍ୟୁଜିକ୍ ଥେରାପି ପ୍ରୟୋଗ କରି ସେମାନଙ୍କ କଷ୍ଟ ଲାଘବ କରିବାରେ ସହାୟତା କରିଛନ୍ତି।
ତାଙ୍କର ଏହି ବିରଳ ପ୍ରତିଭା ଓ ସେବା ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ସାରା ରାଜ୍ୟ ତଥା ଦେଶର ଏକ "ଯୁବ ଆଇକନ୍"।
ସଙ୍ଗୀତକୁ ରୋଗୀଙ୍କ ସେବା କ୍ଷେତ୍ରରେ ବ୍ୟବହାର କରିବାର ଏହି ଉଦ୍ୟମ ଆଗାମୀ ଦିନରେ ଏକ ନୂଆ ଟ୍ରେଣ୍ଡ୍ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।
ଜ୍ୟୋତିର୍ମୟୀଙ୍କ ଭଳି ଯୁବ ପ୍ରତିଭାଙ୍କ ନିଷ୍ଠା ଓ ଉଦ୍ୟମ ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାର୍ଥକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଜ୍ୟୋତିର୍ମୟୀଙ୍କ ଏହି ଯାତ୍ରାରେ ରାଜ୍ୟବାସୀ ବିପୁଳ ଉତ୍ସାହର ସହ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଜାତୀୟ ସ୍ତରର କୃତିତ୍ୱ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ଏବଂ ଏହା ଓଡିଶାର କଳା ପ୍ରତିଭାକୁ ଜାତୀୟ ସ୍ତରରେ ଆହୁରି ଉଜ୍ଜ୍ୱଳ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଜ୍ୟୋତିର୍ମୟୀଙ୍କ ପିତା ଚକ୍ରଧର ନାୟକ ଓ ମାତା ଗୌରୀ ନାୟକ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।