Indian Businessman Arrested In US: ଆମେରିକାରେ ଭାରତୀୟ ବ୍ୟବସାୟୀ ଗିରଫ, ୯୫୦ କୋଟିର ବ୍ୟାଙ୍କ ଠକେଇ ଓ ଡ୍ରଗ୍ସ ପାର୍ଟିର ଅଭିଯୋଗ
"ଲସ୍ ଆଞ୍ଜେଲସ୍: ଆମେରିକାରେ ଜଣେ ଭାରତୀୟ ବଂଶୋଦ୍ଭବ କୋଟିପତି ବ୍ୟବସାୟୀଙ୍କ କଳାକାରନାମା ସାମ୍ନାକୁ ଆସିଛି।
ବୀମା ପଲିସିର କାଗଜପତ୍ର ଜାଲିଆତି କରି ଏକ ଆମେରିକୀୟ ବ୍ୟବସାୟିକ ବ୍ୟାଙ୍କରୁ ପ୍ରାୟ ୧୦୦ ମିଲିୟନ ଡଲାର (ପ୍ରାୟ ୯୫୪.୨ କୋଟି ଟଙ୍କା) ଠକେଇ କରିବା ଅଭିଯୋଗରେ ୪୪ ବର୍ଷୀୟ ମହେନ୍ଦ୍ର ମଖିଜାନୀଙ୍କୁ ଗିରଫ କରାଯାଇଛି।
ମହେନ୍ଦ୍ର ଗ୍ରୀନ୍ କାର୍ଡ ସହାୟତାରେ ଦୀର୍ଘ ଦିନ ହେବ ଆମେରିକାରେ ରହୁଥିଲେ।
ବୁଧବାର ସକାଳେ କାଲିଫର୍ଣ୍ଣିଆର ନ୍ୟୁପୋର୍ଟ ବିଚ୍ ସ୍ଥିତ ତାଙ୍କର ଏକ ଆଲିସାନ ବାସଭବନରୁ ଫେଡେରାଲ ଏଜେନ୍ସି ତାଙ୍କୁ ଗିରଫ କରିଛି।
ଅଭିଯୋଗ ପ୍ରମାଣିତ ହେଲେ ତାଙ୍କୁ ସର୍ବାଧିକ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।Advertisment ତାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ରହିଛି ତାଙ୍କ ବିରୋଧରେ କେବଳ ବ୍ୟାଙ୍କ ଠକେଇ ନୁହେଁ, ବରଂ ଅସ୍ତ୍ରଶସ୍ତ୍ର ବଳରେ ହୋଟେଲ ଓ ରେଷ୍ଟୁରାଣ୍ଟ କବଜା କରିବା, ଅଣ୍ଡରୱାର୍ଲ୍ଡ ଶୈଳୀରେ ଲୋକଙ୍କୁ ଧମକାଇବା, ଏବଂ ବେଆଇନ ଡ୍ରଗ୍ସ ଓ ସେକ୍ସ ପାର୍ଟି ଆୟୋଜନ କରିବା ଭଳି ଅନେକ ସଙ୍ଗିନ ଅଭିଯୋଗ ରହିଛି।
ଆମେରିକାର ଆଭ୍ୟନ୍ତରୀଣ ରାଜସ୍ୱ ସେବା (ଆଇଆରଏସ୍) ର ସୂଚନା ଅନୁଯାୟୀ, ମହେନ୍ଦ୍ର ନିଜର ''କ୍ୟାଣ୍ଟର ଗ୍ରୁପ୍'' କମ୍ପାନି ଏବଂ କିଛି ସେଲ୍ କମ୍ପାନି (ନକଲି ସଂସ୍ଥା) ସହାୟତାରେ ବ୍ୟାଙ୍କ ପ୍ରତିନିଧିମାନଙ୍କୁ ଭ୍ରମିତ କରି ଏହି ବଡ଼ ଘୋଟାଲା କରିଥିଲେ।
ଖାଲି ସେତିକି ନୁହେଁ, ସେ ଆୟୋଜନ କରୁଥିବା ହାଇ-ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟିରେ କିଛି ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ହେଉଥିଲେ ଏବଂ ମହେନ୍ଦ୍ର ସେହି ଘଟଣାର ଭିଡିଓ ଓ ତଥ୍ୟ ରଖି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ।
ନିଜ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଯଦି ମୁହଁ ଖୋଲନ୍ତି, ତେବେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ସେ ମଧ୍ୟ ଧମକ ଦେଉଥିଲେ।
ଗତ ମାସରେ ଅନ୍ୟ ଏକ ବ୍ୟବସାୟିକ ବିବାଦ ମାମଲାରେ କୋର୍ଟ ତାଙ୍କ ଉପରେ ପ୍ରାୟ ୧୨,୩୯୧ କୋଟି ଟଙ୍କାର ଜରିମାନା ମଧ୍ୟ ଲଗାଇଥିଲେ।
ଉପରେ ପୁଣି ଆକ୍ରମଣ କଲା ଆମେରିକା: ସୂର୍ଯ୍ୟୋଦୟ ପୂର୍ବରୁ ଏୟାର ଷ୍ଟ୍ରାଇକ୍ ହୋଇଥିବା କହିଲା ସେଣ୍ଟକମ୍ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।