India won the series 3-0: ଭାରତ ୩-୦ରେ ଶୃଙ୍ଖଳା ଜିତିଲା: ବୈଭବ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

Jul 27, 2026 - 04:24
India won the series 3-0: ଭାରତ ୩-୦ରେ ଶୃଙ୍ଖଳା ଜିତିଲା: ବୈଭବ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

"ହରାରେ: ଆୟର୍ଲାଣ୍ଡ୍‌ ଓ ଇଂଲଣ୍ଡ ଗସ୍ତରେ ଶୋଚନୀୟ ପରାଜୟ ବରଣ କରିଥିବା ଶ୍ରେୟସ ଆୟରଙ୍କ ଭାରତୀୟ ଟ୍ବେଣ୍ଟି-୨୦ ଦଳ ଜିମ୍ବାୱେ ଗସ୍ତରେ ମୂଲପୋଛ ବିଜୟ ସହ ସମ୍ମାନ ରଖିଛି।

୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି।

ରବିବାର ଖେଳାଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ବଳରେ ଜିମ୍ବାୱେକୁ ୩୫ ରନ୍‌ରେ ପରାସ୍ତ କରିଥିଲା।

ଫଳରେ ଅଧିନାୟକତ୍ବର ତୃତୀୟ ଗସ୍ତରେ ଶ୍ରେୟସ ଆୟର ସଫଳତାର ସ୍ବାଦ ପାଇଛନ୍ତି।Advertisment Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା।

ଅଭି‌ଷେକ ଶର୍ମାଙ୍କ ବିଫଳତା ଧାରା ଜାରି ରହିଥିଲା।‌ ବୈଭବଙ୍କ ସହ ୨ଟି ଭଲ ଭାଗୀଦାର ଗଢ଼ିଥିଲେ ଈଶାନ କିଶନ (୨୯), ଶ୍ରେୟସ ଆୟର (୨୭)।

କିଶନଙ୍କ ସହ ୭୫ ରନ୍‌ ଏବଂ ଆୟରଙ୍କ ସହ ୫୦ ରନ୍‌ କରିଥିଲେ।

ତିନିଟି ଭିନ୍ନ ପର୍ଯ୍ୟାୟରେ ଖେଳିଥିବା ସୂର୍ଯ୍ୟବଂଶୀ ୪୮ ବଲ୍‌ରୁ ୮୧ ରନ୍ (୮ ଚୌକା, ୪ ଛକା) ସଂଗ୍ରହ କରିଥିଲେ।

ଶେଷ ୫ ଓଭରରୁ ଭାରତ ମାତ୍ର ୪୭ ରନ୍‌ ଯୋଡ଼ିବାରୁ କ୍ରମାଗତ ଭାବେ ୨୦୦+ ‌ସ୍କୋର କରିପାରିନାଥିଲା।

ତଥାପି ଶେଷ ଭାଗରେ ରିଙ୍କୁ ସିଂହ ୧୪ ବଲ୍‌ରୁ ୨୫ ରନ୍‌ ସଂଗ୍ରହ କରି ଏହାର ନିକଟତର କରାଇଥିଲେ।

ଜବାବରେ ମୟଙ୍କ ଯାଦବ (୩/୨୯), ୟଶ ଠାକୁର (୨/୪୫)ଙ୍କ ଜବରଦସ୍ତ ପ୍ରଦର୍ଶନ କାରଣରୁ ଜିମ୍ବାୱେ ୧୫୭/୭ରେ ଅଟକିଯାଇଥିଲା।

ବୈଭବ ମ୍ୟାଚ୍‌ର ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇ ବିରଳ ସଫଳତା ଅର୍ଜନ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୧୯୨/୫ (ବୈଭବ ସୂର୍ଯ୍ୟବଂଶୀ-୮୧, ଈଶାନ କିଶନ-୨୯, ଶ୍ରେୟସ ଆୟର-୨୭, ରିଙ୍କୁ ସିଂହ-୨୫, ବ୍ରାଡ୍‌ ଇଭାନ୍ସ-୨/୪୧)।

ଜିମ୍ବାୱେ ୨୦ ଓଭରରେ ୧୫୭/୭ (ରୢାନ ବୁର୍ଲ-୫୪*, ମୟଙ୍କ ଯାଦବ-୩/୨୯, ୟଶ ଠାକୁର-୨/୪୫, ଅଶୋକ ଶର୍ମା-୧/୨୦, ରବି ବିଷ୍ଣୋଇ-୧/୨୪)।

ଭାରତ ପୁଣି ୧ ନମ୍ବର ଟ୍ବେଣ୍ଟି-୨୦ ଦଳ ଦୁବାଇ: ଭାରତ ରବିବାର ପୁଣି ଥରେ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛି।

ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିବା ପରେ ମାନ୍ୟତାର ଏହି ଉନ୍ନତି ହୋଇଛି।

ଆୟର୍ଲାଣ୍ଡଠୁ ୦-୨ ଏବଂ ଇଂଲଣ୍ଡଠୁ ୦-୪ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ବିଶ୍ବ ବିଜେତା ଭାରତ ମାନ୍ୟତାର ତଳକୁ ଖସି ଯାଇଥିଲା।

ଜିମ୍ବାୱେ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଈଶାନ କିଶନ ୮୯୨ ପଏଣ୍ଟ ସହ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି।

ଭାରତୀୟ ଓପନର୍‌ ଅଭିଷେକ ଶର୍ମ (୮୫୮ ପଏଣ୍ଟ) ଦ୍ବିତୀୟରେ ଏବଂ ତିଳକ ବର୍ମା ୭୩୩ ପଏଣ୍ଟ ସହ ସପ୍ତମରେ ରହିଛନ୍ତି।

ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ଦଳରେ ନଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ (୬୮୩ ପଏଣ୍ଟ) କେବଳ ଭାରତୀୟ ଭାବେ ବୋଲିଂ ମାନ୍ୟତାର ଶୀର୍ଷ ୧୦ରେ ଅଛନ୍ତି।

Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ ଭୁବିଙ୍କ ସମକକ୍ଷ ହେଲେ ମୟଙ୍କ, ସୂର୍ଯ୍ୟବଂଶୀଙ୍କ ରେକର୍ଡ ଜିମ୍ବାୱେ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଅବସର‌ରେ ଦୁଇ ଯୁବ ଖେଳାଳି ମୟଙ୍କ ଯାଦବ ଏବଂ ବୈଭବ ସୂର୍ଯ୍ୟବଂଶୀ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି।

ମୟଙ୍କ ଚଳିତ ଶୃଙ୍ଖଳାରେ ଦୁଇ ଥର ପ୍ରଥମ ବଲ୍‌ରେ ୱିକେଟ୍‌ ନେବା ସହ ମୋଟ ଉପରେ ୩ ଥର ଏଭଳି କରିଛନ୍ତି।

ଫଳରେ ଭୁବନେଶ୍ବର କୁମାରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଭୁବନେଶ୍ବର କୁମାର ପୂର୍ବରୁ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପାଳିରେ ୩ ଥର ପ୍ରଥମ ବଲ୍‌ରେ ୱିକେଟ୍‌ ନେଇଥିଲେ।

ରବିବାର ମୟଙ୍କ ଘଣ୍ଟାପ୍ରତି ୧୪୭ କିଲୋମିଟର୍‌ ବେଗରେ ବୋଲିଂ କରିଥିବା ବେଳେ ବ୍ରାଏନ୍‌ ବେନେଟ୍‌ ହଡ଼ବଡ଼େଇ ଯିବା ସହ ସ୍ଲିପ୍‌ରେ ସୂର୍ଯ୍ୟବଂଶୀଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ।

ଏଥି ସହିତ ମୟଙ୍କ ଅନ୍ୟତମ ଭାରତୀୟ ଅଲ୍‌ରାଉଣ୍ଡର୍‌ ହାର୍ଦିକ ପଣ୍ଡ୍ୟା, ଦ୍ରୁତ ବୋଲର ଅର୍ଶଦୀପ ସିଂହ (ଉଭୟ ୨ ଥର‌ ଲେଖାଏଁ)ଙ୍କୁ ଅତିକ୍ରମ କରିଯାଇଥିଲେ।

୨ ବର୍ଷ ପରେ ଆହତ ସମସ୍ୟାରୁ ଫେରିଥିବା ମୟଙ୍କ ଜୁଲାଇ ୨୩ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମଧ୍ୟ ବ୍ରାଏନ୍ ବେନେଟଙ୍କୁ ପ୍ରଥମ ବଲ୍‌ରେ ଶିକାର କରିଥିଲେ।

ଅନ୍ୟପକ୍ଷରେ ଯୁବ ବାମହାତୀ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ୧୬ ବର୍ଷ ବୟସ ପୂର୍ଣ୍ଣ କରିବା ପୂର୍ବରୁ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକାଧିକ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ପ୍ରଥମ ମ୍ୟାଚ୍‌ରେ ୧୯ ବଲ୍‌ରୁ ୫୦ ରନ୍‌ କରିଥିବା ରବିବାର ୪୮ ବଲ୍‌ରୁ ୮୧ ରନ୍‌ କରିଥିଲେ।

ତାଙ୍କ ପୂର୍ବରୁ ନେପାଳର କୁଶାଲ ମଲ୍ଲ ୧୬ ବର୍ଷ ପୂର୍ବରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବାରୁ ପଛରେ ପଡ଼ିଯାଇଛନ୍ତି।

ରବିବାର ବୈଭବ ସତର୍କତାର ସହ ଖେଳିଥିଲେ।

ପ୍ରଥମ ୧୦ ବଲ୍‌ରୁ ୧୧ ରନ୍‌, ପରବର୍ତ୍ତୀ ୧୦ ବଲ୍‌ରୁ ୧୬ ରନ୍‌ ସଂଗ୍ରହ କରିବା ପରେ ୩୧ ବର୍ଷରୁ ନିଜ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।