A bigger perfectionist than Aamir: ‘ଆମିରଙ୍କୁଠାରୁ ବି ବଡ଼ ପର୍‌ଫେକ୍ସନିଷ୍ଟ’

Jul 27, 2026 - 08:19
A bigger perfectionist than Aamir: ‘ଆମିରଙ୍କୁଠାରୁ ବି ବଡ଼ ପର୍‌ଫେକ୍ସନିଷ୍ଟ’

"ଆମିର ଖାଁ ବଲିଉଡ୍‌ ଶିଳ୍ପର "ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ" ବୋଲି ସମସ୍ତେ ଜାଣନ୍ତି।

ଏହାର ଅର୍ଥ ହେଉଛି ସବୁ କାମ ନିଖୁଣ ଭାବରେ ସମ୍ପାଦନ କରିବା ତାଙ୍କ ପସନ୍ଦ।

ତେବେ ଭେଟେରାନ୍ ଅଭିନେତ୍ରୀ ଶଗୁଫ୍ତା ଅଲୀଙ୍କ ମତରେ ଗୋବିନ୍ଦା ହେଉଛନ୍ତି ଆମିରଙ୍କଠାରୁ ବଡ଼ ପର୍‌ଫେକ୍ସନିଷ୍ଟ।

ତାଙ୍କର ଏ ଦାବି ପଛର ନିଜସ୍ବ ଅଭିଜ୍ଞତା ରହିଛି।

ସେ କହିଛନ୍ତି "ହିରୋ ନମ୍ବର ୧" ଚଳଚ୍ଚିତ୍ର ସେଟ୍‌ରେ ସେମାେନ ଏକାଠି ଅଭିନୟ କରିବା ବେଳେ ଗୋବିନ୍ଦା ଗୋଟିଏ ଗୋଟିଏ ଦୃଶ୍ୟ ଲାଗି ୨୫ ଥର ରିହର୍ସାଲ୍‌ କରୁଥିଲେ ଏବଂ ସନ୍ତୁଷ୍ଟ ହେବା ଯାଏ ବାରମ୍ବାର ସେହି ଦୃଶ୍ୟର ସୁଟିଂ କରୁଥିଲେ।

ଏଥିପାଇଁ ସହଅଭିନେତାମାନେ କ୍ଳାନ୍ତ ହୋଇଯାଉଥିଲେ।

ଏପରିକି ନିର୍ଦେଶକ ଡେଭିଡ୍‌ ଧଵନ ସିନ୍‌କୁ ଓକେ କରିଦେବା ସତ୍ତ୍ବେ ଗୋବିନ୍ଦା ରିଟେକ୍‌ ପାଇଁ ଅନୁରୋଧ କରୁଥିଲେ ଏବଂ ଅନ୍ୟ ସମସ୍ତଙ୍କୁ ସେଥିପାଇଁ କ୍ଷମା ମଧ୍ୟ ମାଗୁଥିଲେ।Advertisment Horror movies: ହରର୍‌ ସିନେମାରେ ଅହାନ୍‌ ତେଣୁ ଶଗୁଫ୍ତାଙ୍କ ମତରେ ଗୋବିନ୍ଦା ଆମିରଙ୍କଠାରୁ ବି ବଡ଼ ପର୍‌ଫେକ୍ସନିଷ୍ଟ।

ତେବେ ଗୋବିନ୍ଦାଙ୍କ ଗୋଟିଏ ନକାରାତ୍ମକ ଦିଗକୁ ମଧ୍ୟ ଶଗୁଫ୍ତା ଉତ୍‌ଥାପନ କରିଛନ୍ତି।

ତାହା ହେଲେ ଗୋବିନ୍ଦା କେବେ ସେଟ୍‌କୁ ଠିକ୍ ସମୟରେ ଆସୁ ନଥିଲେ।

୯ଟାରେ ସୁଟିଂ ଆରମ୍ଭ ହେବାର ଥିଲେ ଗୋବିନ୍ଦା ଗୋଟାଏ-ଦୁଇଟାରେ ସେଟ୍‌କୁ ଆସୁଥିଲେ ବୋଲି ଶଗୁଫ୍ତା ପ୍ରଘଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶଗୁଫ୍ତା ଗୋବିନ୍ଦାଙ୍କ ସହିତ ୩-୪ଟି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଛନ୍ତି।

ନବମ ଦଶକରେ ଗୋବନ୍ଦା ବଲିଉଡ୍‌ର ସବୁଠାରୁ ବଡ଼ ତାରକା ପାଲଟିଯାଇଥିଲେ।

ତେବେ ୨୦୦୦ ମସିହା ପରେ ତାଙ୍କ କ୍ୟାରିଅର୍‌ରେ ପତନ ଦେଖାଗଲା।

୨୦୦୭ରେ ତାଙ୍କ "ପାର୍ଟନର୍‌" ଚଳଚ୍ଚିତ୍ର ସଫଳତା ପାଇଥିଲା, କିନ୍ତୁ ସେ ସେହି ସଫଳତା ଆଉ ବଜାୟ ରଖିପାରି ନ ଥିଲା।

ଶେଷ ଥର ସେ ୨୦୧୯ରେ ମୁକ୍ତିଲାଭ କରିଥିବା "ରଙ୍ଗୀଲା ରାଜା"ରେ ଦେଖାଦେଇଥିଲେ କିନ୍ତୁ ତାହା ବକ୍ସ ଅଫିସରେ ବିଫଳ ହୋଇଥିଲା।

ସେ ସାତ ବର୍ଷର ବ୍ୟବଧାନ ପରେ "ରୁପା" ଚଳଚ୍ଚିତ୍ର ଜରିଆରେ ପୁଣି ଥରେ ବଡ଼ ପରଦାକୁ ଫେରୁଛନ୍ତି ବୋଲି ନିକଟରେ ଘୋଷଣା କରିଛନ୍ତି।

Friday film release tradition: ଶୁକ୍ରବାର ଫିଲ୍ମ ରିଲିଜ୍‌ ପରମ୍ପରା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।