India vs West Indies: ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି: ହାଇଦ୍ରାବାଦରେ ବି ବଡ଼ ସ୍କୋର୍‌ ଆଶା

Oct 14, 2026 - 10:47
India vs West Indies: ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ ଆଜି: ହାଇଦ୍ରାବାଦରେ ବି ବଡ଼ ସ୍କୋର୍‌ ଆଶା

"ହାଇଦ୍ରାବାଦ: ରାଞ୍ଚି ଓ ଇନ୍ଦୋର ପରେ ହାଇଦ୍ରାବାଦରେ ମଧ୍ୟ ହେବ ରନ୍‌ ବର୍ଷା।

ପୂର୍ବ ଦୁଇ ମ୍ୟାଚ୍‌ ଭଳି ବୁଧବାର ଏଠାରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟ୍ବେଣ୍ଟି-୨୦ରେ ବି ବ୍ୟାଟରଙ୍କ ଦବ୍‌ଦବା ଦେଖିବାକୁ ମିଳିବ।

ଏଭଳି ଆକଳନ କରିଛନ୍ତି କ୍ରିକେଟ୍‌ ପଣ୍ଡିତ ଓ ପିଚ୍‌ ବିଶେଷଜ୍ଞମାନେ।

ହାଇଦ୍ରାବାଦ ପିଚ୍‌ ପାରମ୍ପରିକ ଭାବେ ବ୍ୟାଟର୍‌ଙ୍କୁ ସୁହାଇ ଆସୁଥିବାରୁ ଆସନ୍ତାକାଲି ଉଭୟ ଦଳର ବ୍ୟାଟର୍‌ ବଡ଼ବଡ଼ ସଟ୍‌ ଖେଳି ବୃହତ୍ ସ୍କୋର କରିବାର ଆଶା ମଧ୍ୟ ଅଧିକ।

ତେବେ ପ୍ରଥମ ତିନି ମୁକାବିଲାରୁ ଦୁଇଟିକୁ ଜିତି ୨-୧ରେ ଆଗୁଆ ଥିବା ଘରୋଇ ଭାରତ ବିଜୟ ଧାରା ବଜାୟ ରଖି ଶୃଙ୍ଖଳାକୁ ହାଇଦ୍ରାବାଦରେ ହିଁ ଆଗୁଆ କବ୍‌ଜା କରିନେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଅନ୍ୟପକ୍ଷରେ ଶୃଙ୍ଖଳାକୁ ଜୀବନ୍ତ ରଖିବା ଲାଗି ୱେଷ୍ଟଇଣ୍ଡିଜ୍‌ ପାଇଁ ଏହି ମ୍ୟାଚ୍‌ ଶେଷ ସୁଯୋଗ ହେବ।

ଦୁଇ ଦଳ ମଧ୍ୟରେ ପଞ୍ଚମ ତଥା ଶେଷ ମୁକାବିଲା ବେଙ୍ଗାଲୁରୁରେ ୧୭ ତାରିଖରେ ଖେଳାଯିବ।

ହେଲେ ସେହି ମ୍ୟାଚ୍‌କୁ ଶୃଙ୍ଖଳା ବିଜୟର ଭାର ନେଇ ଯିବାକୁ ଟିମ୍‌ ଇଣ୍ଡିଆ ଚାହିବନି।

ଇଣ୍ଡିଜ କିନ୍ତୁ ଚତୁର୍ଥ ଟ୍ବେଣ୍ଟି-୨୦କୁ ଜିତି ଶୃଙ୍ଖଳା ନିର୍ଣ୍ଣୟକୁ ପଞ୍ଚମ ମ୍ୟାଚ୍‌କୁ ଟାଣିବା ଯୋଜନାରେ ରହିବ।

Advertisment Mayurbhanj: ଡାହାଣୀ ଓ ଅନ୍ଧବିଶ୍ୱାସ ସଂଖ୍ୟା ବୃଦ୍ଧି; ୫ ବର୍ଷରେ ୭୦ ମାମଲା ରୋଚକ ହେବ ଅଭିଷେକ-ରସ୍ତନ ମୁକାବିଲାଅତୀତରେ ହାଇଦ୍ରାବାଦରେ ବଡ଼ ଲକ୍ଷ୍ୟକୁ ସଫଳତାର ସହ ପିଛା କରାଯାଇଛି।

ଏପରିକି ଏଠାରେ ଭାରତ ଏକଦା ୩୦୦ ରନ୍‌ର ନିକଟତର ହୋଇଥିଲା।

ସେହିଭଳି ଆଇପିଏଲ୍‌ରେ ମଧ୍ୟ ହାଇଦ୍ରାବାଦ ଉଚ୍ଚ ସ୍କୋର ପାଇଁ ପରିଚିତ।

ତଥାପି ଏହି ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଅଭିଷେକ ଶର୍ମା ଓ ୱେଷ୍ଟଇଣ୍ଡିଜ୍‌ର ଅଫ୍‌ସ୍ପିନର୍‌ ରସ୍ତନ ଚେଜ୍‌ଙ୍କ ମଧ୍ୟରେ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ।

ରାଞ୍ଚିରେ ଅଭିଷେକଙ୍କ ସହ ଈଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ଆଉଟ୍‌ କରି ଭାରତକୁ ଚେଜ୍ ଅଡ଼ୁଆରେ ପକାଇଥିଲେ।

ବିଶେଷକରି ବାମହାତୀ ବ୍ୟାଟରଙ୍କ ବିପକ୍ଷରେ ତାଙ୍କ ବୋଲିଂ ପ୍ରଭାବଶାଳୀ ରହିଥିଲା।

ଯାହା ବୁଧବାର ବି ଜାରି ରହିପାରେ।

ଉଭୟ ଦଳରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା କମ୍‌।

ଭାରତ ଏହି ମ୍ୟାଚ୍‌ରେ ଇନ୍ଦୋରରେ ଖେଳାଇଥିବା ଦଳକୁ ଅପରିବର୍ତ୍ତିତ ରଖିପାରେ।

ସ୍ପିନର କୁଲଦୀପ ଯାଦବଙ୍କ ବଦଳରେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ସୁଯୋଗ ଦେବା ନିଷ୍ପତ୍ତି ସେଠାରେ ସଫଳ ହୋଇଥିଲା।

ଏଣୁ ଭାରତ ପୁଣି ସମାନ ରଣନୀତି ଆପଣାଇବା ସମ୍ଭାବନା ରହିଛି।

ୱେଷ୍ଟଇଣ୍ଡିଜ୍‌ ଦଳ ପାଇଁ ଅଲ୍‌ରାଉଣ୍ଡର ରୋମାରିଓ ସେଫର୍ଡଙ୍କ ଫିଟ୍‌ନେସ୍‌ ଚିନ୍ତାର କାରଣ ହୋଇଛି।

ରାଞ୍ଚିରେ ବୋଲିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ।

ଯଦିଓ ସେହି ମ୍ୟାଚ୍‌ରେ ବ୍ୟାଟିଂ କରି ୧୩ ବଲ୍‌ରୁ ଅପରାଜିତ ୩୪ ରନ୍‌ କରିଥିଲେ, ଇନ୍ଦୋର ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ।

ହାଇଦ୍ରାବାଦରେ ସେ ଖେଳିବେ କି ନାହିଁ, ତାହା ଏବେବି ସ୍ପଷ୍ଟ ହୋଇନି।

Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ବ୍ୟାଟରଙ୍କୁ ସୁହାଇବ ପିଚ୍‌ସମ୍ପ୍ରତି ହାଇଦ୍ରାବାଦ ପିଚ୍‌ର ପୁନଃନିର୍ମାଣ କରାଯାଇଥିଲେ ମଧ୍ୟ ଏଠାରେ ବଡ଼ ସ୍କୋର ହେବାର ସମ୍ଭାବନା ରହିଛି।

ଗତ ଦୁଇ ବର୍ଷ ମଧ୍ୟରେ ଏହି ଭେନ୍ୟୁରେ ୩୧୦, ୨୯୭, ୨୮୬ ଓ ୨୭୭ ରନ୍‌ ଭଳି ବଡ଼ ସ୍କୋର ହୋଇଛି।

ଏହା ଭାରତରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ର ସର୍ବାଧିକ ଆଠଟି ଦଳଗତ ସ୍କୋର ମଧ୍ୟରୁ ଚାରିଟି।

ଏଥିରେ କାକରର ପ୍ରଭାବ ଯୋଡ଼ି ହେଲେ ବୋଲରଙ୍କ ପାଇଁ ଆହ୍ୱାନ ଆହୁରି ବଢ଼ିପାରେ।

ବର୍ଷାର ଆଶଙ୍କା ନ ଥିବାରୁ ଦର୍ଶକ ଆଉ ଏକ ରୋମାଞ୍ଚ ଓ ରନ୍‌ଭରା ମ୍ୟାଚ୍‌ ଦେଖିବା ଆଶା କରାଯାଉଛି।

ଭାରତ (ସମ୍ଭାବ୍ୟ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍‌ରକ୍ଷକ), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧୀର, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ୍‌, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ ଓ ଅର୍ଶଦୀପ ସିଂହ।

ୱେଷ୍ଟଇଣ୍ଡିଜ୍‌ (ସମ୍ଭାବ୍ୟ ଏକାଦଶ): ସାଇ ହୋପ୍‌ (ଅଧିନାୟକ ଓ ୱିକେଟ୍‌ରକ୍ଷକ), କାମିଲ୍‌ ପୁରନ୍‌, ଶିମରନ୍‌ ହେଟମାୟର, ରୋଭମାନ୍‌ ପାୱେଲ୍‌, ଶେରଫାନ୍‌ ରଦରଫୋର୍ଡ, ରୋମାରିଓ ସେଫର୍ଡ/କ୍ୱେଣ୍ଟିନ୍‌ ସାମ୍ପସନ୍‌, ରସ୍ତନ ଚେଜ୍‌, ସମର ସ୍ପ୍ରିଙ୍ଗର, କିମୋ ପଲ୍‌, ସମର ଜୋସେଫ୍‌ ଓ ଗୁଡ଼ାକେଶ ମୋତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)