India Post GDS Result 2026: ଜାରି ହେଲା ଜିଡିଏସ୍‌ର ପ୍ରଥମ ମେରିଟ୍ ଲିଷ୍ଟ, ଡାଉନଲୋଡ୍ କରନ୍ତୁ ରାଜ୍ୟୱାରୀ ପିଡିଏଫ୍‌…

Oct 12, 2026 - 18:38
India Post GDS Result 2026: ଜାରି ହେଲା ଜିଡିଏସ୍‌ର ପ୍ରଥମ ମେରିଟ୍ ଲିଷ୍ଟ, ଡାଉନଲୋଡ୍ କରନ୍ତୁ ରାଜ୍ୟୱାରୀ ପିଡିଏଫ୍‌…

"ନୂଆଦିଲ୍ଲୀ: ଇଣ୍ଡିଆ ପୋଷ୍ଟ ଗ୍ରାମୀଣ ଡାକ ସେବକ (ଜିଡିଏସ୍‌) ନିଯୁକ୍ତିର ପ୍ରଥମ ମେରିଟ୍ ଲିଷ୍ଟ ଜାରି ହୋଇଥିବା ସୂଚନା ମିଳିଛି।

ଏହି ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ନିଜ ରାଜ୍ୟ ଅନୁସାରେ ମେରିଟ୍ ଲିଷ୍ଟର ପିଡିଏଫ୍‌ ଡାଉନଲୋଡ୍ କରିପାରିବେ।

ଏଥିପାଇଁ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଲିଷ୍ଟ ଯାଞ୍ଚ କରନ୍ତୁ।Advertisment ଆହୁରି ପଢ଼ନ୍ତୁ- LIC HFL Management Trainee Recruitment 2026: ଏଲ୍‌ଆଇସି ହାଉସିଂ ଫାଇନାନ୍ସରେ ଖାଲିଥିବା ୫୦ଟି ପଦବି ହେବ ପୂରଣ ମେରିଟ୍ ଲିଷ୍ଟରେ କେଉଁ ତଥ୍ୟ ରହିଛି?

ଜିଡିଏସ୍‌ ପ୍ରଥମ ମେରିଟ୍ ଲିଷ୍ଟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ବିଭିନ୍ନ ତଥ୍ୟ ଦିଆଯାଇଛି।

ଏଥିରେ ରହିଛି:•    କ୍ରମିକ ସଂଖ୍ୟା•    ଡିଭିଜନ୍ ଓ ଡାକଘରର ନାମ•    ପୋଷ୍ଟ ଆଇଡି ଓ ପଦବୀର ନାମ•    ପ୍ରାର୍ଥୀଙ୍କ ବର୍ଗ•    ରେଜିଷ୍ଟ୍ରେସନ୍ ନମ୍ବର•    ପ୍ରାପ୍ତ ମାର୍କମେରିଟ୍ ଲିଷ୍ଟରେ ନାମ କିମ୍ବା ରେଜିଷ୍ଟ୍ରେସନ୍ ନମ୍ବର ଥିବା ପ୍ରାର୍ଥୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟାରେ ଭାଗ ନେବାକୁ ପଡ଼ିବ।

କେବଳ ମେରିଟ୍ ଲିଷ୍ଟରେ ନାମ ରହିବା ଦ୍ୱାରା ନିଯୁକ୍ତି ନିଶ୍ଚିତ ହୁଏ ନାହିଁ।

କିପରି ଡାଉନଲୋଡ୍ କରିବେ ଜିଡିଏସ୍‌ ଫାଷ୍ଟ ମେରିଟ୍‌ ଲିଷ୍ଟ ୨୦୨୬?

ନିଜ ରାଜ୍ୟର ମେରିଟ୍ ଲିଷ୍ଟ ଡାଉନଲୋଡ୍ କରିବା ପାଇଁ ଏହି ସହଜ ପଦକ୍ଷେପ ଅନୁସରଣ କରନ୍ତୁ।୧.

ପ୍ରଥମେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍ indiapost.gov.in/gdsonlineengagement ଖୋଲନ୍ତୁ।୨.

ୱେବସାଇଟ୍‌ରେ "Shortlisted Candidates: Schedule-II, July-2026" ଲିଙ୍କ୍ ଖୋଜନ୍ତୁ।୩.

ଏହା ଉପରେ କ୍ଲିକ୍ କରି ନିଜ ରାଜ୍ୟ ବାଛନ୍ତୁ।୪.

ଏହାପରେ ସମ୍ପୃକ୍ତ ରାଜ୍ୟର ମେରିଟ୍ ଲିଷ୍ଟ ପିଡିଏଫ୍‌ ଖୋଲିବ।୫.

ପିଡିଏଫ୍‌ରେ ନିଜ ରେଜିଷ୍ଟ୍ରେସନ୍ ନମ୍ବର ଖୋଜି ଚୟନ ସ୍ଥିତି ଯାଞ୍ଚ କରନ୍ତୁ।୬.

ଭବିଷ୍ୟତରେ ଆବଶ୍ୟକ ପଡ଼ିପାରେ, ତେଣୁ ପିଡିଏଫ୍‌ ଡାଉନଲୋଡ୍ କରି ସେଭ୍ କରି ରଖନ୍ତୁ।

ଆହୁରି ପଢ଼ନ୍ତୁ- Government Health Helpline: ମାଗଣା ଚିକିତ୍ସା ଓ ଶସ୍ତା ଔଷଧ ପାଇଁ ସାହାଯ୍ୟରେ ଆସିବ ୨ଟି ହେଲ୍ପଲାଇନ୍‌ ନମ୍ବର ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କେଉଁ କାଗଜପତ୍ର ଆବଶ୍ୟକ?

ମେରିଟ୍ ଲିଷ୍ଟରେ ନାମ ଥିବା ପ୍ରାର୍ଥୀମାନେ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଆଗୁଆ ପ୍ରସ୍ତୁତି କରି ରଖନ୍ତୁ।

ଆବଶ୍ୟକ କାଗଜପତ୍ର ମଧ୍ୟରେ ରହିଛି:•    ଶିକ୍ଷାଗତ ଯୋଗ୍ୟତାର ମାର୍କସିଟ୍ ଓ ସାର୍ଟିଫିକେଟ୍•    ପରିଚୟ ପତ୍ର•    ଜାତି ପ୍ରମାଣପତ୍ର, ଯଦି ପ୍ରଯୁଜ୍ୟ•    ଦିବ୍ୟାଙ୍ଗ ପ୍ରମାଣପତ୍ର, ଯଦି ପ୍ରଯୁଜ୍ୟ•    ଇଡବ୍ଲ୍ୟୁଏସ୍‌ ପ୍ରମାଣପତ୍ର, ଯଦି ପ୍ରଯୁଜ୍ୟ•    ଟ୍ରାନ୍ସଜେଣ୍ଡର ପ୍ରମାଣପତ୍ର, ଯଦି ପ୍ରଯୁଜ୍ୟ•    ଜନ୍ମତାରିଖର ପ୍ରମାଣପତ୍ର•    ସରକାରୀ ହସ୍ପିଟାଲ୍, ଡିସ୍ପେନ୍ସାରି କିମ୍ବା ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକୃତ ଡାକ୍ତରଙ୍କ ଦ୍ୱାରା ଜାରି ମେଡିକାଲ୍ ସାର୍ଟିଫିକେଟ୍•    ନିର୍ଦ୍ଦିଷ୍ଟ ରାଜ୍ୟରେ ନିଯୁକ୍ତି ପାଇଁ ଆବଶ୍ୟକ ହେଲେ ସ୍ଥାନୀୟ ଭାଷା ବା ଉପଭାଷା ସମ୍ପର୍କିତ ପ୍ରମାଣପତ୍ର ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ମୂଳ କାଗଜପତ୍ର ସହ ଦୁଇ ସେଟ୍ ଫଟୋକପି ନେଇଯିବାକୁ ପଡ଼ିପାରେ।

ତେବେ କେଉଁ କାଗଜପତ୍ର ଦାଖଲ କରିବାକୁ ହେବ ଓ ଯାଞ୍ଚର ତାରିଖ କ"ଣ ରହିଛି, ସେଥିପାଇଁ ଅଫିସିଆଲ୍ ନୋଟିସ୍ ଭଲଭାବେ ପଢ଼ନ୍ତୁ।

ପ୍ରାର୍ଥୀମାନେ ଧ୍ୟାନ ଦିଅନ୍ତୁ ଜିଡିଏସ୍‌ ମେରିଟ୍ ଲିଷ୍ଟ ଓ ଡକ୍ୟୁମେଣ୍ଟ ଭେରିଫିକେସନ୍ ସମ୍ପର୍କିତ ସମସ୍ତ ଅପଡେଟ୍ ପାଇଁ କେବଳ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍‌କୁ ଅନୁସରଣ କରନ୍ତୁ।

ମେରିଟ୍ ଲିଷ୍ଟରେ ନାମ ଥିଲେ ମଧ୍ୟ ନିଯୁକ୍ତି ପୂର୍ବରୁ ଆବଶ୍ୟକ ଯାଞ୍ଚ ଓ ଅନ୍ୟାନ୍ୟ ଔପଚାରିକତା ପୂରଣ କରିବା ଜରୁରି।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)