India Pakistan Kashmir: ‘ପାକିସ୍ତାନର ନିରାଶା ଉପରେ ମନ୍ତବ୍ୟ ଦେବାର କାରଣ ନାହିଁ’: ଏମ୍ଇଏ
"ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ଙ୍କ ମନ୍ତବ୍ୟକୁ ନେଇ ପାକିସ୍ତାନ ଆପତ୍ତି ଉଠାଇବା ପରେ ଭାରତ ନିଜ ପ୍ରତିକ୍ରିୟା ରଖିଛି।
ପାକିସ୍ତାନର "ହତାଶା" ଉପରେ ମନ୍ତବ୍ୟ ଦେବାର କୌଣସି କାରଣ ନାହିଁ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) କହିଛି।
ଏଥିସହ ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଓ ଅଖଣ୍ଡ ଅଂଶ ବୋଲି ପୁଣିଥରେ ଦୋହରାଇଛି।Advertisment ନୂଆଦିଲ୍ଲୀରେ ଶୁକ୍ରବାର ଏମ୍ଇଏର ଦ୍ବି-ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ପାକିସ୍ତାନର ପ୍ରତିକ୍ରିୟା ସମ୍ପର୍କରେ ପଚରାଯାଇଥିଲା।
ଜୟସ୍ୱାଲ କହିଥିଲେ, ଜମ୍ମୁ, କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ।
ସେଗୁଡ଼ିକ ଅତୀତରେ ଥିଲା, ବର୍ତ୍ତମାନ ଅଛି ଓ ଆଗକୁ ମଧ୍ୟ ରହିବ।
ପାକିସ୍ତାନର ନିରାଶା ଉପରେ ମନ୍ତବ୍ୟ ଦେବାର କୌଣସି କାରଣ ସେ ଦେଖୁନାହାନ୍ତି ବୋଲି କହିଥିଲେ।
ଏହି ବିବାଦର ଆରମ୍ଭ ଅଗଷ୍ଟ ୧୯ରେ ଆମେରିକାର ଭାରତସ୍ଥିତ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ଙ୍କ ଜମ୍ମୁ-କାଶ୍ମୀର ଗସ୍ତ ପରେ ହୋଇଥିଲା।
ଶ୍ରୀନଗରରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ସାକ୍ଷାତ୍ ପରେ ଗୋର୍ ଜମ୍ମୁ-କାଶ୍ମୀରକୁ ଭାରତର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କହିଥିଲେ।
୨୦୧୯ରେ ଧାରା ୩୭୦ ଉଚ୍ଛେଦ ଏବଂ ୨୦୨୫ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହା ଜମ୍ମୁ-କାଶ୍ମୀରକୁ ଆମେରିକାର ଜଣେ ରାଷ୍ଟ୍ରଦୂତଙ୍କ ପ୍ରଥମ ସ୍ବତନ୍ତ୍ର ଗସ୍ତ ଥିଲା।
ଗୋର୍ ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥାରେ କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଏଥିସହ ଅଞ୍ଚଳ ପାଇଁ ଆମେରିକାର ଯାତ୍ରା ସତର୍କତାକୁ ପୁନଃସମୀକ୍ଷା କରାଯାଇ ତାହାକୁ ହ୍ରାସ କରାଯାଇପାରେ ବୋଲି ସଙ୍କେତ ଦେଇଥିଲେ।
ଗୋର୍ଙ୍କ ମନ୍ତବ୍ୟ ପରେ ଅଗଷ୍ଟ ୧୯ରେ ଇସ୍ଲାମାବାଦ ଆମେରିକାର କୂଟନୀତିଜ୍ଞଙ୍କୁ ଡାକି ଆନୁଷ୍ଠାନିକ ପ୍ରତିବାଦ ଜଣାଇଥିଲା।
J&K Anti-Terror Raids: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ: ଉତ୍ତରରୁ ଆରମ୍ଭ କରି ଦକ୍ଷିଣ କାଶ୍ମୀର ପର୍ଯ୍ୟନ୍ତ ଚଢାଉ ଗୋର୍ଙ୍କ ମନ୍ତବ୍ୟ "ତଥ୍ୟଗତ ଭାବେ ଭୁଲ" ଏବଂ କାଶ୍ମୀର ସମ୍ପର୍କରେ ୱାସିଂଟନର ପୁରୁଣା ଆଭିମୁଖ୍ୟର ବିରୋଧୀ ବୋଲି ପାକିସ୍ତାନ କହିଥିଲା।
ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନ ସହ କୌଣସି ବିତର୍କରେ ନ ଯାଇ ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ନିଜର ଦୀର୍ଘଦିନର ଆଭିମୁଖ୍ୟକୁ ପୁଣି ସ୍ପଷ୍ଟ କରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


