India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର

Jun 26, 2026 - 06:44
India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର

"ବେଲ୍‌ଫାଷ୍ଟ: ଆୟର୍ଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଶୁକ୍ରବାର ବେଲଫାଷ୍ଟ୍‌ଠାରେ ଖେଳିବ।

ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ପଦାର୍ପଣ କରିବାର ସମ୍ଭାବନା ରହିଛି।

ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ରବିବାର ଖେଳାଯିବ।

ଭାରତୀୟ ଟ୍ବେଣ୍ଟି-୨୦ ଦଳର ନବନିଯୁକ୍ତ ଅଧିନାୟକ ଶ୍ରେୟସ୍‌ ଆୟରଙ୍କ ନେତୃତ୍ବରେ ଏହା ହେବ ଭାରତର ପ୍ରଥମ ଶୃଙ୍ଖଳା।

ଅନ୍ୟପକ୍ଷରେ ଆୟର୍ଲାଣ୍ଡ ମଧ୍ୟ ତା"ର ନବ ନିଯୁକ୍ତ ଅଧିନାୟକ ଲୋର୍କାନ ଟକର୍‌ଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଖେଳିବ।

Advertisment Cricket: କ୍ରି‌କେଟ୍‌ ପଡ଼ିଆରେ ବୈଭବଙ୍କ ସାନଭାଇ ଆଶୀର୍ବାଦଙ୍କ ଆତଙ୍କ: ମାରିଲେ ୧୧୯ ବଲ୍‌ରୁ ୧୬୮ ଇଂଲଣ୍ଡରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦୃଷ୍ଟିରୁ ଏହି ଦୁଇ ମ୍ୟାଚ୍‌ର ସମୟରେ କିଛିଟା ପରିବର୍ତ୍ତନ କରାଯାଇଛି।

ଏସବୁ ମ୍ୟାଚ୍‌ ସ୍ଥାନୀୟ ସମୟ ୧.୩୦ ବା ଭାରତୀୟ ସମୟ ସଂଧ୍ୟା ୬ଟାରେ ଆରମ୍ଭ ହେବ।

ବିଶ୍ବକପ୍‌ରେ ରବିବାର ଭାରତ-ଅଷ୍ଟ୍ରେଲିଆ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ରହିଛି ଓ ତାହା ସଂଧ୍ୟା ୭ରୁ ଆରମ୍ଭ ହେବ।

ଏଣୁ ଉଭୟ ମ୍ୟାଚ୍‌ର ଆରମ୍ଭ ସମୟରେ କିଛିଟା ବ୍ୟବଧାନ ରଖିବାକୁ ପୁରୁଷ ମ୍ୟାଚ୍‌କୁ ଆଗୁଆ କରାଯାଇଛି।

ଭାରତୀୟ ଦଳ ବେଲ୍‌ଫାଷ୍ଟରେ ପୂର୍ବରୁ  ଦିନିକିଆ ମ୍ୟାଚ୍‌ ଖେଳିଥିବାବେଳେ ଏଥର ପ୍ରଥମ ଥର ପାଇଁ ଟ୍ବେଣ୍ଟି-୨୦ ଖେଳିବାକୁ ଯାଉଛି।

ଆୟର୍ଲାଣ୍ଡ ଗସ୍ତପରେ ଭାରତୀୟ ଦଳ ଇଂଲଣ୍ଡ ଯାଇ ୫ ଟ୍ବେଣ୍ଟି-୨୦  ଓ ୩ ଦିନିକିଆ ଖେଳିବ।

ଇଂଲଣ୍ଡ ବିପକ୍ଷ ପ୍ରଥମ ୩ ଟ୍ବେଣ୍ଟି-୨୦ ଭାରତୀୟ ସମୟ  ରାତି ୧୦ଟାରେ ଆରମ୍ଭ ହେବାକୁ ଥିବାବେଳେ ଅବଶିଷ୍ଟ ୨ ମ୍ୟାଚ୍‌ ସଂଧ୍ୟା ୭ରୁ ଆରମ୍ଭ ହେବ।

Cricket: ଜାତୀୟ କ୍ରିକେଟ୍‌ ଦଳ ପାଇଁ ଓଡ଼ିଶାର ସମ୍ଭାବନା ଅନନ୍ୟା ସମ୍ଭାବ୍ୟ ଭାରତୀୟ ଦଳ: ଶ୍ରେୟସ୍‌ ଆୟର (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ବୈଭବ ସୂର୍ଯ୍ୟବଂଶୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ଶିବମ ଦୁବେ, ସୂର୍ୟାଂଶ ସେଡଗେ, ଈଶାନ କିଶନ (ୱିକେଟରକ୍ଷକ), ସଞ୍ଜୁ ସାମସନ (ୱିକେଟରକ୍ଷକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ପ୍ରସିଦ୍ଧ କୃଷ୍ଣ ଓ ରବି ବିଷ୍ଣୋଇ।

ସମ୍ଭାବ୍ୟ ଆୟର୍ଲାଣ୍ଡ ଦଳ: ଲର୍କାନ୍‌ ଟକର୍‌ (ଅଧିନାୟକ), ରସ୍‌ ଏଡାୟାର, ବେନ୍‌ କାଲିଜ୍‌, ଗାରେଥ୍‌ ଡେଲାନି, ଜର୍ଜ ଡକ୍‌ରେଲ୍‌, ଷ୍ଟିଫେନ୍‌ ଦୋହେନି, ମାଥ୍ୟୁ ହମ୍ଫ୍ରେସ୍‌, ଗାଭିନ୍‌ ହୋଏ, ମାଥ୍ୟୁ ହୋଲାର୍ଡ, ଲିଆମ୍‌ ମାକ୍‌କାର୍ଥି, ଜୟ ମୁନ୍ଦ୍ରା, ହ୍ୟାରି ଟକର୍‌, ଟିମ୍‌ ଟକର୍‌ ଓ ରୁବେନ୍‌ ୱିଲ୍‌ସନ୍‌।

"