India Announce Hockey World Cup Squad: ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ଓଡିଶାରୁ ଦୁଇ ଖେଳାଳିଙ୍କୁ ସୁଯୋଗ

Jul 21, 2026 - 15:36
India Announce Hockey World Cup Squad: ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା, ଓଡିଶାରୁ ଦୁଇ ଖେଳାଳିଙ୍କୁ ସୁଯୋଗ

ଆଗାମୀ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଜାତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କର ଚମତ୍କାର ସନ୍ତୁଳନ ଦେଖିବାକୁ ମିଳିଛି।

ଆସନ୍ତା ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ବେଲଜିୟମ୍ ଓ ନେଦରଲ୍ୟାଣ୍ଡସରେ ଏହି ବିଶ୍ୱକପ୍ ଖେଳାଯିବ। ଷ୍ଟାର୍ ଡିଫେଣ୍ଡର ହରମନପ୍ରୀତ ସିଂହ ଦଳର ନେତୃତ୍ୱ ନେବେ। ଅଭିଜ୍ଞ ମିଡଫିଲ୍ଡର ମନପ୍ରୀତ ସିଂହ ଦଳକୁ ମଜବୁତ କରିବେ। ଦଳ ଚୟନରେ ଫର୍ମ ଓ ରଣନୀତିକୁ ପ୍ରାଥମିକତା ଦିଆଯାଇଥିବା ପ୍ରଧାନ କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି।

ଗୋଲକିପର ଭାବେ ମୋହିତ ଏଚ୍.ଏସ୍. ଓ ସୁରଜ କରକେରା ରହିଛନ୍ତି। ଡିଫେନ୍ସରେ ହରମନପ୍ରୀତ, ଜରମନପ୍ରୀତ, ଅମିତ ରୋହିଦାସ, ଜୁଗରାଜ, ସଞ୍ଜୟ, ସୁମିତ ଓ ୟଶଦୀପ ସିୱାଚ ଅଛନ୍ତି।
ମିଡଫିଲ୍ଡରେ ମନପ୍ରୀତ, ହାର୍ଦ୍ଦିକ, ବିବେକ ସାଗର, ନୀଳକଣ୍ଠ, ରାଜିନ୍ଦର ଓ ଆଦିତ୍ୟ ଅଛନ୍ତି ଏବଂ ଫରୱାର୍ଡ ଲାଇନରେ ମନଦୀପ, ଦିଲପ୍ରୀତ, ଅଭିଷେକ, ସୁଖଜୀତ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି।

ଭାରତ ପୁଲ୍-ଡି’ରେ ଇଂଲଣ୍ଡ, ୱେଲ୍ସ ଓ ପାକିସ୍ତାନ ସହ ରହିଛି। ନେଦରଲ୍ୟାଣ୍ଡସର ଆମଷ୍ଟେଲଭିନ୍‌ରେ ଭାରତ ନିଜର ସମସ୍ତ ମ୍ୟାଚ୍ ଖେଳିବ। ଅଗଷ୍ଟ ୧୫ରେ ୱେଲ୍ସ ବିପକ୍ଷରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବ। ଅଗଷ୍ଟ ୧୭ରେ ଇଂଲଣ୍ଡ ଓ ୧୯ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭାରତ ଭେଟିବ। ୧୯୭୫ ପରେ ଦୀର୍ଘ ଦିନର ବିଶ୍ୱକପ୍ ଟ୍ରଫି ପ୍ରତୀକ୍ଷା ଶେଷ କରିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି।

ଗୋଲକିପର: ମୋହିତ ଏଚ୍.ଏସ୍., ସୁରଜ କରକେରା।
ଡିଫେଣ୍ଡର: ହରମନପ୍ରୀତ ସିଂହ (ଅଧିନାୟକ), ଜରମନପ୍ରୀତ ସିଂହ, ଅମିତ ରୋହିଦାସ, ଜୁଗରାଜ ସିଂହ, ସଞ୍ଜୟ, ସୁମିତ, ୟଶଦୀପ ସିୱାଚ।
ମିଡଫିଲ୍ଡର: ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ନୀଳକଣ୍ଠ ଶର୍ମା, ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ।
ଫରୱାର୍ଡ: ମନଦୀପ ସିଂହ, ଦିଲପ୍ରୀତ ସିଂହ, ଅଭିଷେକ, ସୁଖଜୀତ ସିଂହ, ଶିଳାନନ୍ଦ ଲାକ୍ରା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।