09 JULY 2026

Welcome!

Unlock your personalized experience.
Sign Up

IND vs ENG: ସଞ୍ଜୁ ସାମସନଙ୍କୁ କାହିଁକି ବାଦ୍ ଦିଆଗଲା ? ବଡ଼ କଥା କହିଲେ ହେଡ୍ କୋଚ୍ ଗୌତମ ଗମ୍ଭୀର

Jul 08, 2026 - 14:58
IND vs ENG: ସଞ୍ଜୁ ସାମସନଙ୍କୁ କାହିଁକି ବାଦ୍ ଦିଆଗଲା ? ବଡ଼ କଥା କହିଲେ ହେଡ୍ କୋଚ୍ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୦୮/୦୭; ପ୍ରଥମେ ଆୟର୍ଲାଣ୍ଡ ଏବେ ଇଂଲଣ୍ଡି ବିପକ୍ଷରେ ପରାଜ୍ୟର ସାମ୍ନା କରିଛି ଭାରତ । ଇଂଲଣ୍ଡ-ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ୨-୦ ସ୍ଥିତିରେ ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ତଥାପି ଦଳର ସ୍ଥିତିରେ କିଛି ପରିବର୍ତ୍ତନ ଆସିନାହିଁ । ସଞ୍ଜୁ ସାମସନ ଜିମ୍ୱାୱେ ଗସ୍ତରୁ ମଧ୍ୟ ଟିମ୍ ଇଣ୍ଡିଆରେ ନାହାନ୍ତି । ସାମସନଙ୍କୁ ନେଇ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଗୌତମ ଗମ୍ଭୀର ନିରବତା ଭାଙ୍ଗିଛନ୍ତି । ଗମ୍ଭୀର କହିଛନ୍ତି, ସଞ୍ଜୁଙ୍କୁ ସ୍ପଷ୍ଟତା ଦିଆଯାଇଥିଲା ଯାହାର ସୂଚନା ସେ ମିଡିଆ ଆଗରେ କହିବାକୁ ଚାହୁଁନଥିବା କହିଛନ୍ତି ।

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ଏବଂ ଜିମ୍ବାୱ ବିପକ୍ଷ ସିରିଜରୁ ସଞ୍ଜୁ ସାମସନଙ୍କୁ ବାଦ ଦିଆଯିବା ନେଇ ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର କହିଛନ୍ତି, "ସଞ୍ଜୁ ସାମସନଙ୍କୁ ମୋ ପକ୍ଷରୁ ସ୍ପଷ୍ଟତା ଦିଆଯାଇଛି। ଏହା ଖେଳାଳି ଏବଂ ମୁଖ୍ୟ ପ୍ରଶିକ୍ଷକଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଏକ ଆଲୋଚନା ଏବଂ ଏହା ବାହାରକୁ ଆସିବ ନାହିଁ । ସେ ଭାରତ ପାଇଁ କ'ଣ କରିଛନ୍ତି ତାହା ଆମେ ସ୍ପଷ୍ଟ । ବିଶ୍ୱକପରେ ସେ ଯାହା କରିଛନ୍ତି ତାହା ଚମତ୍କାର । କେବେ କେବେ ନିର୍ଦ୍ଧିଷ୍ଟ ଖେଳାଳିଙ୍କ ଫର୍ମକୁ ଦେଖିବାକୁ ପଡ଼ିବ । ଆମେ ସଞ୍ଜୁଙ୍କ ବିଷୟରେ ବହୁତ୍ ସ୍ପଷ୍ଟ । ସେ କମବ୍ୟାକ୍ କରିପାରିବେ ନାହିଁ ବୋଲି ସେପରି କୌଣସି କଠିନ ନିୟମ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନ୍ତର୍ଜାତୀୟ କ୍ରିକେଟରେ ଫଳାଫଳ ଗୁରୁତ୍ୱପୂର୍ଣ୍ଣ, ଆମେ ଯେଉଁ ସଂଯୋଜନକୁ ସର୍ବୋତ୍ତମ ବୋଲି ଭାବୁ, ଆମେ ସେହି ସଂଯୋଜନ ସହିତ ଖେଳୁ । ଆମେ ସମାନ ପ୍ଲେଇଂ ୧୧ ସହିତ ଖେଳୁ । ମୁଁ ସର୍ବଦା ଦୃଢ ବିଶ୍ୱାସୀ ଯେ ସମସ୍ତଙ୍କୁ ନିଜର ସ୍ଥାନ ତିଆରି କରିବାକୁ ପଡିବ । ସମସ୍ତଙ୍କୁ ଭାରତ ପାଇଁ ଖେଳିବାକୁ ଅଧିକାର ହାସଲ କରିବାକୁ ପଡିବ । "

ତୃତୀୟ ଟି-ଟ୍ୱେଣ୍ଟି ପରାଜୟକୁ ନେଇ ମୁଖ୍ୟ କୋଚ୍ କହିଛନ୍ତି, ଆମେ ପରିସ୍ଥିତିକୁ ଅନୁମାନ କରିପାରିଲୁ ନାହିଁ । ଯାହା କାରଣରୁ ଦଳ ଲଗାତାର ପରାସ୍ତ ହୋଇଛି । ଆମେ ନିଶ୍ଚିତ ଭାବରେ ଭାବରେ ଭଲ ପ୍ରଦର୍ଶନ କରିନାହୁଁ । ଏହା ସତ୍ୟ । ଆୟର୍ଲାଣ୍ଡ ହେଉ କି ଇଂଲଣ୍ଡ, ଏହି କାରଣରୁ ଆମେ ଫଳାଫଳରୁ ସମ୍ମୁଖୀନ ହେଉଛୁ । ଯଦି ଆମେ ଭଲ ପ୍ରଦର୍ଶନ କରିଥାନ୍ତୁ ଏବଂ ଯଦି ଆମେ ଭଲ କ୍ରିକେଟ୍ ଖେଳିଥାନ୍ତୁ ତେବେ ଆମେ ୪ଟି ମ୍ୟାଚ୍ ହାରିନଥାନ୍ତୁ ।

ଏହା ବି ପଢନ୍ତୁ...IND VS END: ଶ୍ରେୟସ ଆୟରଙ୍କ ମୁଣ୍ଡରେ କଳଙ୍କ; ପ୍ରଥମ ଥର ଟିମ୍ ଇଣ୍ଡିଆର ଏମିତି ଅବସ୍ଥା, ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।