Increasing trade relations with 5 states: ୫ ରାଜ୍ୟ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ରାସ୍ତା ଖୋଲିଲା: ସୁରତକୁ ଗଡ଼ିଲା ସବୁଦିନିଆ ଟ୍ରେନ୍
"ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶା ସହ ଗୁଜରାଟର ସମ୍ପର୍କ ବଢ଼ିବ।
ବ୍ୟବସାୟିକ, ଅର୍ଥନୈତିକ ଓ ସାଂସ୍କୃତିକ ଅଭିବୃଦ୍ଧି ହେବ।
ଭାରତୀୟ ରେଳ ଏହାର ମାଧ୍ୟମ ସାଜିବ।
ଗୁଜରାଟର ସୁରତ ସହରକୁ ଆଜିଠାରୁ ବ୍ରହ୍ମପୁରରୁ ସବୁଦିନିଆ ରେଳ ଚଳାଚଳ ଆରମ୍ଭ ହୋଇଛି।
ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଆଗରୁ ସପ୍ତାହକୁ ୩ ଦିନ ଗଡ଼ୁଥିବା ଏହି ଟ୍ରେନ୍ ଏବେ ସବୁଦିନ ଚାଲିବ।Advertisment Education: ବର୍ଷା କାଦୁଅ ପାଇଁ ଅଧାବାଟରୁ ଫେରିଆସିଲେ ଛାତ୍ରଛାତ୍ରୀ ବ୍ରହ୍ମପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଆଉ ୩ଟି ରାଜ୍ୟ ଏହି ରେଳ ଚଳାଚଳ ଦ୍ବାରା ଉପକୃତ ହେବେ।
ଓଡ଼ିଶାର ବ୍ରହ୍ମପୁରରୁ ଟ୍ରେନ୍ ବାହାରି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଦେଇ ଗୁଜରାଟର ଉଧନାରେ ପହଞ୍ଚିବ।
ପ୍ରତିଦିନ ଏଠାରୁ ରାତି ୧୧ଟା ୪୫ରେ ଟ୍ରେନ୍ ବାହାରି ଗୋଟିଏ ଦିନ ବ୍ୟବଧାନରେ ଉଧନାରେ ସକାଳ ୮ଟା ୪୫ରେ ପହଞ୍ଚିବ।
୧୭୧୦ କିମି ବ୍ୟାପୀ ଏହି ଟ୍ରେନ୍ ଯାତ୍ରା ଭିତରେ ୨୩ଟି ଷ୍ଟେସନ୍ରେ ରହଣି ସୁବିଧା ରହିଛି।
ଏଥିପାଇଁ ଯାତ୍ରୀଙ୍କୁ ପ୍ରାୟ ୩୩ ଘଣ୍ଟାର ରେଳଯାତ୍ରା କରିବାକୁ ପଡ଼ିବ।
ଅମୃତ ଭାରତ ଏକ୍ସପ୍ରେସ୍ ସ୍ବଳ୍ପ ମୂଲ୍ୟରେ ଦୂରଯାତ୍ରା ଯୋଗାଉଛି।
ବ୍ରହ୍ମପୁରରୁ ଉଧନାକୁ ଯିବାକୁ ଟିକଟ ମୂଲ୍ୟ ୪୫୦ଟଙ୍କା ରହିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ସୁରତରେ ରହୁଥିବା ଓଡ଼ିଆମାନେ ଏହି ସବୁଦିନିଆ ଟ୍ରେନ୍ ଚଳାଚଳ ଲାଗି ଦାବି କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଜାଣିବା ପରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଟ୍ରେନ୍ ସବୁଦିନ ଯାତାୟାତ କରିବା ଦ୍ବାରା ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ବ୍ରହ୍ମପୁରରୁ ସିଧାସଳଖ ସୁରତ ଅଭିମୁଖେ ଯାଇପାରିବେ।
ସ୍ବଳ୍ପ ମୂଲ୍ୟର ଟିକଟ ହୋଇଥିବାରୁ ଶ୍ରମିକ, ଗରିବ ଓ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବ୍ରହ୍ମପୁରର ଆଚାର ଓ ପାମ୍ପଡ଼ଠାରୁ ନେଇ ବ୍ରହ୍ମପୁରୀ ପାଟ ପର୍ଯ୍ୟନ୍ତ ସାମଗ୍ରୀ ଅନ୍ୟ ରାଜ୍ୟକୁ ରପ୍ତାନି ସହଜ ହେବ।
ସେହିପରି ସୁରତ ସହରରେ ରହୁଥିବା ଏଠାକାର ଓଡ଼ିଆ ଲୋକମାନେ ସହଜରେ ଯାତାୟାତ କରିପାରିବେ।
ଏହାଦ୍ବାରା ୫ ରାଜ୍ୟର ବ୍ୟବସାୟିକ ସମ୍ପର୍କ ବି ସୁଦୃଢ଼ ହୋଇପାରିବ।
ଖୁବ୍ଶୀଘ୍ର ୩୦୦ କୋଟି ବ୍ୟୟରେ ବ୍ରହ୍ମପୁର ନୂତନ ରେଳଷ୍ଟେସନ୍ ନିର୍ମାଣ ଶେଷ ହେବ।
ଏହାଦ୍ବାରା ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମି ଆହୁରି ଦୃଢ଼ ହୋଇପାରିବ।
ଅନ୍ୟମାନଙ୍କ ମଧ୍ୟରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ୍ ପ୍ରମୁଖ ମଞ୍ଚାସୀନ ଥିଲେ।
ପୁରୀ-କୋରାପୁଟ ନୂଆ ଟ୍ରେନ୍ ଗଡ଼ିଲା ପୁରୀ: ଶ୍ରୀକ୍ଷେତ୍ରରୁ ଶାବର ଶ୍ରୀକ୍ଷେତ୍ରକୁ ନୂଆ ରେଳ ଜରିଆରେ ସଂଯୋଗ; ଏକ "ସଂଯୋଗ" ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ରୂପାନ୍ତରଣର ଏକ ଅଂଶ ବିଶେଷ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ପୁରୀ ରେଳ ଷ୍ଟେସନ୍ରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ପୁରୀ-କୋରାପୁଟ-ପୁରୀ ନୂତନ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ ପାଇଁ ଯେଉଁ ଅଭିଯାନ ଚାଲିଛି ସେଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି।
ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ ଏହି ଟ୍ରେନ୍ର ଲୋକାର୍ପଣ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କର ଏକ ସୁନ୍ଦର ଉପହାର।
ଉତ୍ତର ଓଡିଶା ପାଇଁ ନୂଆ ଟ୍ରେନ୍ ଆରମ୍ଭ ହେବମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ଅଶ୍ବିନୀଙ୍କ ଘୋଷଣାରେଳବାଇ କ୍ଷେତ୍ରରେ "ସ୍ୱର୍ଣ୍ଣ ଚତୁର୍ଭୁଜ" ଲକ୍ଷ୍ୟ ଏହି ଟ୍ରେନ୍ ସପ୍ତାହକୁ ତିନି ଦିନ ଚାଲିବ।
ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡିଶାକୁ ଯୋଡ଼ି ସମସ୍ତଙ୍କ ପାଇଁ ଏକ ସୁଖଦ ଯାତ୍ରାର ଅନୁଭବ ଆଣିବ।
ଦକ୍ଷିଣ ଓ ପଶ୍ଚିମ ଓଡିଶାର ଯେଉଁମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିବେ କିମ୍ବା ଭୁବନେଶ୍ୱରକୁ ଆସିବେ ସେମାନଙ୍କ ପାଇଁ ଏହି ଟ୍ରେନ୍ ଏକ ଆଶୀର୍ବାଦ ହେବ।
ବର୍ତ୍ତମାନ ରାଜ୍ୟର ସବୁ ଜିଲ୍ଲାରେ ରେଳ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି।
ମୋର ମଧ୍ୟ ଇଚ୍ଛା ଥିଲା କି ଉତ୍ତର ଓଡ଼ିଶା ଯୋଡ଼ା ହେଉ।
ଏହି ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଉତ୍ତର ଓଡ଼ିଶାକୁ ଖୁବ୍ଶୀଘ୍ର ଯୋଡ଼ିବା ନେଇ ଘୋଷଣା କରିଛନ୍ତି।
ଓଡିଶାରେ ବର୍ତ୍ତମାନ ୯୭ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି।
୫୯ ରେଳଷ୍ଟେସନକୁ "ଅମୃତ ଭାରତ" ଯୋଜନାରେ ଆଧୁନିକୀକରଣ କରାଯାଉଛି।
୧୮୪ କୋଟି ବ୍ୟୟରେ ପୁରୀ ଷ୍ଟେସନର କାମ ଚାଲିଛି।
ପୁରୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବୈଭବକୁ ଦୃଷ୍ଟିରେ ରଖି ଏହାର ଡିଜାଇନ କରାଯାଇଛି।
ଆସନ୍ତା ବର୍ଷ ଏହା ସମ୍ପୂର୍ଣ୍ଣ ହେବ।
Lalkila: ଲାଲକିଲ୍ଲା ବିସ୍ଫୋରଣ ମାମଲା: ୧୧ ପୀଡ଼ିତଙ୍କ ଫରେନ୍ସିକ ରିପୋର୍ଟ ଦାଖଲ କଲା ଏନ୍ଆଇଏ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଉପକୂଳ ଓଡ଼ିଶାକୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସହ ଯୋଡ଼ିବା ପାଇଁ ବହୁ ଦିନରୁ ଜନସାଧାରଣଙ୍କ ଦାବି ରହିଥିଲା।
ମୁଖ୍ୟମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ଚିଠି ଲେଖିଥିଲେ।
ଦୁଇ ବର୍ଷ ତଳେ ଆମେ ପ୍ରତିଶ୍ରୁତି ଦେଇଥିଲୁ ୫ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ ହେବ।
ଦୁଇ ବର୍ଷରେ ୯୭ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି।
ଜାତୀୟ ରାଜପଥ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ପରି ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଲକ୍ଷ୍ୟ ରଖିଛନ୍ତି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ଓ ପୁରୀ ସାଂସଦ ଡା.
ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପୁରୀ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।