Income Tax Inspector: ଖୁବଶୀଘ୍ର ପୁରଣ ହେବ ଆୟକର ନିରୀକ୍ଷକ ପାଇଁ ଖାଲି ଥିବା ପଦବି; ଶୀଘ୍ର କରନ୍ତୁ ଆବେଦନ
"ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ଖୁସି ଖବର।
ଷ୍ଟାଫ୍ ସିଲେକ୍ସନ୍ କମିଶନ (ଏସଏସସି) ଏସଏସସି ସିଜିଏଲ ୨୦୨୬ ପରୀକ୍ଷା ମାଧ୍ୟମରେ ଆୟକର ନିରୀକ୍ଷକ ସମେତ ଅନେକ ପ୍ରତିଷ୍ଠିତ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମନୋନୀତ ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧୀନରେ ଆୟକର ବିଭାଗରେ କାମ କରିବାର ସୁଯୋଗ ପାଇବେ।Advertisment ୨୮ ବର୍ଷ ବୟସରେ ରାଜନୀତିରେ ପ୍ରବେଶ, ଚର୍ଚ୍ଚିତ ଥିଲା ଶିବଲିଙ୍ଗ ବିବାଦ ଆୟକର ନିରୀକ୍ଷକ ପଦବି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।
ତଥାପି, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ଧାର୍ଯ୍ୟ କରାଯାଇଛି।
ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ବାଧ୍ୟତାମୂଳକ ରହିଛି।
ଯେକୌଣସି ବିଭାଗରେ ସ୍ନାତକ କରିଥିବା ପ୍ରାର୍ଥୀମାନେ ଏସଏସସି ସିଜିଏଲ- ୨୦୨୬ ପାଇଁ ଆବେଦନ କରିପାରିବେ।
ଏସଏସସି ସିଜିଏଲ ପରୀକ୍ଷା ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ।
ପ୍ରଥମେ ଟାୟାର ୧ ପରୀକ୍ଷା କରାଯିବ।
ପରବର୍ତ୍ତୀ ସମୟରେ, ସଫଳ ପ୍ରାର୍ଥୀମାନଙ୍କୁ ଟାୟାର ୨ ପରୀକ୍ଷା ଦେବାକୁ ପଡ଼ିବ।
ଉଭୟ ପର୍ଯ୍ୟାୟରେ ପ୍ରଦର୍ଶନ ଆଧାରରେ ଏକ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ।
ଅନ୍ତିମ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ।
ଆୟକର ଇନ୍ସପେକ୍ଟର ପଦବି ପାଇଁ ମନୋନୀତ ପ୍ରାର୍ଥୀମାନଙ୍କ ପ୍ରାରମ୍ଭିକ ଦରମା ୪୭,୬୦୦ ରୁ ଆରମ୍ଭ ହୋଇ ୧.୫୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
ଏହା ସହିତ ମହଙ୍ଗା ଭତ୍ତା, ଘର ଭଡ଼ା ଭତ୍ତା ଯାତ୍ରା ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପ୍ରଦାନ କରାଯିବ।
ଆବେଦନ ପ୍ରକ୍ରିୟା ପ୍ରାର୍ଥୀମାନେ ପ୍ରଥମେ ସରକାରୀ ଏସଏସସି ୱେବସାଇଟ୍, ssc.gov.in କୁ ଏକକାଳୀନ ପଞ୍ଜୀକରଣ କରିବାକୁ ହେବ।
ତାପରେ, ଏସଏସସି ସିଜିଏଲ ୨୦୨୬ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରି ଆବଶ୍ୟକୀୟ ବିବରଣୀ ପୁରଣ କରିବେ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବା ସମସ୍ତ ସୂଚନା ଯାଞ୍ଚ କରିବା ପରେ ଫର୍ମ ଦାଖଲ କରନ୍ତୁ ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।