Income Tax :୧୬୭ତମ ଆୟକର ଦିବସ ପାଳିତ

Jul 24, 2026 - 23:16
Income Tax :୧୬୭ତମ ଆୟକର ଦିବସ ପାଳିତ

"ଭୁବନେଶ୍ବର: ଆୟକର ବିଭାଗ ଓଡ଼ିଶା ପକ୍ଷରୁ ଜୟଦେବ ଭବନରେ ୧୬୭ତମ ଆୟକର ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ପୂର୍ବତନ ଅଧ୍ୟକ୍ଷ ଜେ ବି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଶରତ କୁମାର ପାତ୍ର, ଦୁର୍ଗା ଚରଣ ରଣବୀର ଓ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଡକ୍ଟର ଡି ସୁଧାକର ରାଓ ଯୋଗଦେଇଥିଲେ।Advertisment ଆହୁରି ପଢନ୍ତୁ:Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଅଗ୍ରସର  କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବକ୍ତମାନେ ରାଷ୍ଟ୍ର ଗଠନରେ ଆୟକରର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

୧୮୬୦ ଜୁଲାଇ ୨୪ରେ ଦେଶରେ ଆୟକର ଲାଗୁ କରାଯାଇଥିଲା।

ସ୍ବଚ୍ଛତା, ପ୍ରଯୁକ୍ତିରେ ଉନ୍ନତି ଓ ଲୋକଙ୍କ ବିଶ୍ବାସକୁ ସୁଦୃଢ଼ କରିବାରେ ଆୟକର ବିଭାଗର ଉଦ୍ୟମକୁ ମଧ୍ୟ ସେମା‌ନେ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମର ଅଂଶସ୍ବରୂପ ବିଭାଗର ଅଧିକାରୀ ଓ ପରିବାର ସଦସ୍ୟମାନଙ୍କୁ ନେଇ ଖୋଲା ସିଟ୍‌ ଆଣ୍ଡ୍‌ ଡ୍ର, କୁଇଜ୍‌ ପ୍ରତିଯୋଗିତା, ୱାକାଥନ୍‌ ଓ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଆହୁରି ପଢନ୍ତୁ:CJP Food Donor: CJP ପ୍ରଦର୍ଶନକାରୀଙ୍କୁ ଖାଦ୍ୟ କିଏ ପଠାଉଛି  ?

ଶହ ଶହ ଖାଦ୍ୟ ପାସର୍ଲରେ ନାହିଁ ନାଁ ଏହାର ବିଜେତାମାନଙ୍କୁ ଅତିଥିମା‌ନେ ପୁରସ୍କୃତ କରିଥିଲେ।

ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକାରୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।

ବିଭିନ୍ନ ଅଧିକାରୀଙ୍କୁ ପିଆର୍‌ ସିସିଙ୍କ ସାର୍ଟିଫିକେଟ୍‌ ଅଫ୍‌ ମେରିଟ୍‌ ଓ ସାର୍ଟିଫିକେଟ୍‌ ଅଫ୍‌ ଏକ୍ସଲେନ୍ସ ପ୍ରଦାନ କରାଯାଇଥିଲା।

ଆୟକର ଆୟୁକ୍ତ (ପ୍ରଶାସନ) ମୋହିତ ମୃଣାଳ ଧନ୍ୟବାଦ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।