IMEI Number: ଠକେଇରେ ସିମ୍ ବ୍ୟବହାର ହେଲେ ୫୦ ଲକ୍ଷ ଜରିମାନା, ୩ ବର୍ଷ ଜେଲ୍
"ନୂଆଦିଲ୍ଲୀ: ମୋବାଇଲ୍ର ଆଇଏମ୍ଇଆଇ ନମ୍ବରରେ ହେରଫେର କରିବା କିମ୍ବା ଟେଲିକମ୍ ପରିଚୟର ଦୁରୁପଯୋଗ କରିବା ଏଣିକି ମହଙ୍ଗା ପଡ଼ିବ।
ଏଭଳି ଅପରାଧ ପାଇଁ ସର୍ବାଧିକ ୩ ବର୍ଷ ଜେଲ୍, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।
ଟେଲିକମ୍ ବିଭାଗ ନାଗରିକମାନଙ୍କୁ ଏନେଇ ସତର୍କ କରିଛି।
ଟେଲିଯୋଗାଯୋଗ ଆଇନ ୨୦୨୩ ଓ ଏହା ଅଧୀନରେ ଥିବା ନିୟମରେ ଏଭଳି କାର୍ଯ୍ୟ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।Advertisment ଟେଲିକମ୍ ବିଭାଗ ନାଗରିକମାନଙ୍କୁ ସତର୍କ ଆଇନର ଧାରା ୪୨(୩)(ସି) ଅନୁଯାୟୀ ଟେଲିକମ୍ ପରିଚୟ ସଂଖ୍ୟାରେ ହେରଫେର କରିବା ନିଷିଦ୍ଧ।
କୌଣସି ଡିଭାଇସ୍ର ଆଇଏମ୍ଇଆଇ ନମ୍ବରକୁ ବଦଳାଇବା, ହଟାଇବା କିମ୍ବା ଅନଧିକୃତ ଭାବେ ପରିବର୍ତ୍ତନ କରିବା ଆଇନ ଅନୁଯାୟୀ ଅପରାଧ।
ଜାଲ କାଗଜପତ୍ରରେ ସିମ୍ ନେଲେ ବି କାର୍ଯ୍ୟାନୁଷ୍ଠାନ ହୋଇପାରେ।
ଧାରା ୪୨(୩)(ଇ) ଅନୁଯାୟୀ ଠକେଇ, ପ୍ରତାରଣା କିମ୍ବା ଅନ୍ୟର ପରିଚୟ ବ୍ୟବହାର କରି ସିମ୍ କାର୍ଡ କିମ୍ବା ଟେଲିକମ୍ ପରିଚୟ ହାସଲ କରିବା ମଧ୍ୟ ଅପରାଧ।
ଏଭଳି ମାମଲାରେ ମଧ୍ୟ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ନିଜ ନାମରେ ନିଆଯାଇଥିବା ସିମ୍ କାର୍ଡକୁ ଅନ୍ୟ ବ୍ୟକ୍ତିଙ୍କୁ ବିକ୍ରି, ଭଡ଼ା, ଧାର କିମ୍ବା ବ୍ୟବହାର ପାଇଁ ଦେବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଟେଲିକମ ବିଭାଗ ପରାମର୍ଶ ଦେଇଛି।
ନିଜ ନାମରେ ସିମ୍ ନେଇ ଅନ୍ୟକୁ ଦେବା ପରେ ତାହା ସାଇବର ଠକେଇ କିମ୍ବା ଅନ୍ୟ ବେଆଇନ କାର୍ଯ୍ୟରେ ବ୍ୟବହୃତ ହେଲେ ମୂଳ ଗ୍ରାହକ ମଧ୍ୟ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି।
ସେହିପରି ମୋବାଇଲ୍ ଆପ୍, ୱେବ୍ସାଇଟ୍ କିମ୍ବା ଅନ୍ୟ କୌଣସି ଉପାୟରେ କଲିଂ ଲାଇନ୍ ଆଇଡେଣ୍ଟିଟି (ସିଏଲ୍ଆଇ) କିମ୍ବା ଅନ୍ୟ ଟେଲିକମ୍ ପରିଚୟକୁ ବଦଳାଇବାକୁ ମଧ୍ୟ ବାରଣ କରାଯାଇଛି।
ଟେଲିକମ୍ ପରିଚୟର ଦୁରୁପଯୋଗ ଯୋଗୁଁ ନେଟୱର୍କ ସୁରକ୍ଷା ଓ ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଟେଲିକମ୍ ବିଭାଗ କହିଛି।
ଏଭଳି ଅପରାଧରେ ସହଯୋଗ କରୁଥିବା କିମ୍ବା ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମାନ ଦଣ୍ଡର ବ୍ୟବସ୍ଥା ରହିଛି।
ଆଇନର ଧାରା ୪୨(୬) ଅନୁଯାୟୀ ଅପରାଧକୁ ସହଯୋଗ କିମ୍ବା ପ୍ରୋତ୍ସାହନ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ।
ଏହି ଅପରାଧଗୁଡ଼ିକ ଦଣ୍ଡନୀୟ ଓ ଜାମିନବିହୀନ ବୋଲି ଧାରା ୪୨(୭)ରେ ଉଲ୍ଲେଖ ରହିଛି।
ନିଜ ମୋବାଇଲ୍ ହ୍ୟାଣ୍ଡସେଟ୍ ସୁରକ୍ଷିତ କି ନାହିଁ ଜାଣିବା ପାଇଁ ସଞ୍ଚାର ସାଥୀ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ ବ୍ୟବହାର କରିବାକୁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି।
ପୁଲିସ ହେପାଜତରେ ଇମ୍ରାନଙ୍କ ୩ ଭଉଣୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
