Illegal Sand Smuggling Busted: ୨ ହଜାର ଟ୍ରିପ୍ ବାଲି ଜବତ କଲାଣି ପ୍ରଶାସନ, ଚୋରାଚାଲାଣର ପର୍ଦ୍ଦାଫାସ

Jul 02, 2026 - 18:29
Illegal Sand Smuggling Busted: ୨ ହଜାର ଟ୍ରିପ୍ ବାଲି ଜବତ କଲାଣି ପ୍ରଶାସନ, ଚୋରାଚାଲାଣର ପର୍ଦ୍ଦାଫାସ

୫ ଦିନରେ ଜବତ ହେଲାଣି ୪ କୋଟିରୁ ଅଧିକ ଟଙ୍କାର ବାଲି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ତାର୍ତ୍ତୋଲ ନିକଟରେ ଉପଜିଲ୍ଲାପାଳଙ୍କ ଚଢ଼ାଉ। ଆଜି ପୁଣି ୪ଶହ ଟ୍ରିପ ବେଆଇନ ଗଛିତ ଥିବା ବାଲି ଜବତ ହୋଇଛି। ଜବତ ବାଲିର ମୂଲ୍ୟ ଆନୁମାନିକ ଏକ କୋଟି ଟଙ୍କା ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ ମଙ୍ଗଳବାର ଦିନ ନାଉଗାଁ ତହସିଲ ବୋଦର ଓ ଏରଡା ଠାରେ ଚଢ଼ାଉ କରି ୯୦୦ ଟ୍ରିପରୁ ଅଧିକ ବାଲି ଜବତ କରାଯାଇଥିଲା। ଘଟଣାରେ ଜିଲ୍ଲାପାଳ ନାଉଗାଁ ତହସିଲଦାର ଅକ୍ଷୟ ବଡୁ ଓ ନୂଆପାରି ଆରଆଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ପୂର୍ବରୁ ମଧ୍ୟ ବିରିଡି ତହସିଲ ଶଙ୍ଖାରିସାହି ଠାରେ ଚଢ଼ାଉ କରି ଉପଜିଲ୍ଲାପାଳ ୫ଶହ ଟ୍ରିପରୁ ଅଧିକ ବାଲି ଜବତ କରିଥିଲେ। ବର୍ଷା ଦିନ ପୂର୍ବରୁ ବାଲି ମାଫିଆମାନେ ନଦୀଗର୍ଭରୁ ବେଆଇନ ଭାବେ ହଜାର ହଜାର ଟ୍ରିପ ବାଲି ଉଠାଇ ବାହାରେ ଠୁଳ କରୁଛନ୍ତି। ପରେ ଏହି ବାଲିକୁ ଚଢା ଦରରେ ବିକ୍ରି କରି ବେଶ ଲାଭ ଉଠାଉଥିବା ଅଭିଯୋଗ ହେଉଛି।...

ଜଗତସିଂହପୁରରେ ସକ୍ରିୟ ବାଲି ମାଫିଆ 
ବର୍ଷା ପୂର୍ବରୁ ନଦୀପଠାରୁ ଖାଲି ହେଉଛି ବାଲି 
୪ ଦିନରେ ଜବତ ହେଲାଣି ୪ କୋଟି ଟଙ୍କାର ବାଲି 
ପ୍ରାୟ ୨ ହଜାର ଟ୍ରିପ୍ ବାଲି ଜବତ କଲାଣି ପ୍ରଶାସନ 
ଆଜି ବେଆଇନ ଗଚ୍ଛିତ ୪୦୦ ଟ୍ରିପ୍ ବାଲି ଜବତ
ପୂର୍ବରୁ ଜବତ ହୋଇଥିଲା ୧୪ଶହ ଟ୍ରିପ୍ ବାଲି 
ବାଲି ମାଫିଆଙ୍କ କାରବାର ଉପରେ ଆକ୍ସନ