Illegal Sand Mining in Keonjhar: ପୁଲିସକୁ ଦେଖି କୁଶେଇ ନଦୀରେ ପଶିଗଲା ବାଲି ମାଫିଆଙ୍କ ଟ୍ରାକ୍ଟର

Nov 02, 2026 - 16:40
Illegal Sand Mining in Keonjhar: ପୁଲିସକୁ ଦେଖି କୁଶେଇ ନଦୀରେ ପଶିଗଲା ବାଲି ମାଫିଆଙ୍କ ଟ୍ରାକ୍ଟର

ଆନନ୍ଦପୁର: ଆସମାନସେ ଗିରେ ଖଜୁର ମେଁ ଅଟକେ, ଅର୍ଥାତ୍‌ ଆକାଶରୁ ଖସି ଖଜୁରି ଗଛ ଉ‌ପରେ ଲାଖି ରହିବା।

ଏହି ରୁଢ଼ି ଆଜି (ସୋମବାର) କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି।

ବେଆଇନ ବାଲି ଚାଲାଣ ରୋକିବାକୁ ପୁଲିସ ଚଢ଼ାଉ କରିଥିଲା।

ପୁଲିସ ଟିମ୍‌କୁ ଦେଖି ବେଆଇନ ଭାବେ ନଦୀରୁ ବାଲି ଉତ୍ତୋଳନ କରୁଥିବା ଏକ ଟ୍ରାକ୍ଟର ନଦୀ ଜଳ ଭିତରେ ପଶି ଅଟକି ରହିଥିଲା।

ତେବେ ମାଫିଆଙ୍କ ଏଭଳି ସ୍ଥିତିରେ ପୁଲିସକୁ ମଧ୍ୟ କୌଣସି ସଫଳତା ମିଳିନଥିଲା।

ଅନେକ ସମୟ ଧରି ପୁଲିସ ନଦୀକୂଳରେ ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିଥିବା ଜଣାଯାଇଛି।

Advertisment Attack: ବାଲି ମାଫିଆଙ୍କର ଏତେ ସାହସ, ପୁଲିସ ଉପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ ସୂଚନାନୁସାରେ, କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳର ଦେଓଗାଁ ପଞ୍ଚାୟତ ଡିହସାହି ବାଲିଘାଟରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ପୁଲିସ ଟିମ୍ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲା।

Sand Smuggling: ୧୦ ବାଲି ମାଫିଆ କୋର୍ଟଚାଲାଣ, ୮୦ ଆକାଉଣ୍ଟ ଫ୍ରିଜ୍‌ ପୁଲିସକୁ ଦୂରରୁ ଦେଖି ଟ୍ରାକ୍ଟରଗୁଡ଼ିକ କୁଶେଇ ନଦୀ ପାଣି ଭିତରକୁ ପଶି ଯାଇଥିଲେ।

ଦୀର୍ଘ ସମୟ ଧରି ଟ୍ରାକ୍ଟରଗୁଡ଼ିକ ପାଣି ଭିତରେ ରହିଥିବା ବେଳେ ପୁଲିସ ନଦୀବନ୍ଧ ଉପରେ ଅପେକ୍ଷା କରିଥିଲା।

ଏହି ଘଟଣା ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।

ଶେଷରେ ଟ୍ରାକ୍ଟରଟି ପାଣି ଭିତରୁ ବାହାରି ପାରିନଥିଲା କି ପୁଲିସ ନଦୀ ଭିତରକୁ ଯାଇ ଟ୍ରାକ୍ଟର ଚାଳକ ଓ ଅନ୍ୟମାନଙ୍କୁ ଧରିପାରିନଥିଲା।

ଶେଷରେ ପୁଲିସ ବାଧ୍ୟ ହୋଇ ସେଠାରୁ ଫେରିଥିବା ଜଣାପଡ଼ିଛି।

ଅପରେସନ୍‌ 'ବୈତରଣୀ': ବାଲି ମାଫିଆଙ୍କ ଘରେ ପଶିଲା ପୁଲିସ ଏନେଇ ଥାନା ଅଧିକାରୀ କହିଛନ୍ତି, ବାଲି ଚାଲାଣ ଘଟଣାରେ ସମ୍ପୃକ୍ତ ଟ୍ରାକ୍ଟର ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ଓ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)