Illegal Arms Seizure: ପୁଲିସର ଚାଲିଥିଲା ବ୍ଲକିଂ ଓ ଯାଞ୍ଚ, ମିଳିଲା ବିପୁଳ ବେଆଇନ ଅସ୍ତ୍ରଶସ୍ତ୍ର, ୨ ଗିରଫ
"ବ୍ରଜରାଜନଗର: ବ୍ରଜରାଜନଗର ଗୋଲଚକର ଛକରେ ଗାଡ଼ି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ଏକାଧିକ ଅପରାଧୀଙ୍କୁ କାବୁ କରାଯାଇଛି।
ଏହି ଅଭିଯାନର ପ୍ରଥମ ଚରଣରେ ଦୁଇ ଜଣ ଯୁବକଙ୍କୁ ଗିରଫକରାଯିବା ସହ ସେମାନଙ୍କ ନିକଟରୁ ୩ଟି ବେଆଇନ ଅସ୍ତ୍ର ଜବତ କରାଯାଇଛି।Advertisment Kingpin Arrested: ବେଆଇନ ଅସ୍ତ୍ରଶସ୍ତ୍ର ଲାଇସେନ୍ସ କାରବାରର ପର୍ଦାଫାସ, କିଙ୍ଗପିନ୍ ଗିରଫ ଏସ୍ଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବ୍ଲକିଂ ଓ ଯାଞ୍ଚ କରୁଥିଲେ।
ଏହି ସମୟରେ ଏକ ୟାମାହା ଆର୍-୧୫ (ଓଡି ୦୨ ଏୱାଇ ୧୩୦୪)ରେ ଦୁଇଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଦେଖି ଅଟକାଇଯାଞ୍ଚ କରିଥିଲେ।
ସେମାନେ ହେଲେ ବିଛୁଆପଡା, କୁଦାଲୋଇର ସନ୍ତୋଷ ଡାଙ୍ଗ ଓରଫ ଜୁକୁଲୁ (୨୪) ଏବଂ ଗଙ୍ଗାପଡା, କୁଦାଲୋଇର ମୁତୁରୁ ମୁଣ୍ଡା ଓରଫ କରଣ (୨୮)।
Intra-state: ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାରର ପର୍ଦ୍ଦାଫାସ, ବାସନ୍ତୀ କଲୋନିରୁ କିଙ୍ଗପିନ୍ ରତନ ସ" ଗିରଫ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଯାଞ୍ଚ କରିବା ବେଳେ ମୁତୁରୁ ମୁଣ୍ଡାର ଅଣ୍ଟାରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି।
ମୋବାଇଲ ଯାଞ୍ଚରୁ ଦୁଇଟି ରାଇଫଲ ଭଳି ଅସ୍ତ୍ରର ଫଟୋ ମଧ୍ୟ ମିଳିଛି।
ପଚରାଉଚରା ବେଳେ ସେ ନିଜ ଘରେ ଅସ୍ତ୍ର ଲୁଚାଇ ରଖିଥିବା ସ୍ୱୀକାର କରିଥିଲା।
ବେଆଇନ ଅସ୍ତ୍ରଶସ୍ତ୍ର ମାମଲା : ଧଳସାମନ୍ତଙ୍କ ଡିସଚାର୍ଜ ପିଟିସନ୍ ଖାରଜ ପରେ ପୋଲିସ ଗଙ୍ଗାପଡାସ୍ଥିତ ତା" ଘରେ ଚଢାଉ କରି ଲୁଚାଇ ରଖାଯାଇଥିବା ଦୁଇଟି ରାଇଫଲ ଭଳି ଅସ୍ତ୍ର ଜବତ କରିଛି।
ଏହି ଅସ୍ତ୍ର ସେ ବିଛୁଆପଡାର ବିଶାଲ ଡାଙ୍ଗଠାରୁ ଆଣିଥିବା କହିଛି।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ, ୧ଟି ଦେଶୀ ପିସ୍ତଲ, ୨ଟି ରାଇଫଲ ଭଳି ଅସ୍ତ୍ର ଓ ମୋଟରସାଇକଲ୍ ରହିଛି।
ଏନେଇ ପୁଲିସ ବିଏନ୍ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
