IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍‌ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍‌ ପଦରୁ ହଟାଇଲା ଆଇଆଇଟି ବମ୍ବେ

Sep 21, 2026 - 22:57
IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍‌ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍‌ ପଦରୁ ହଟାଇଲା ଆଇଆଇଟି ବମ୍ବେ

"ନୂଆଦିଲ୍ଲୀ: ଆଇଆଇଟି ବମ୍ବେର ଛାତ୍ର ସାହିଲ ୱାକୋଡ୍‌ଙ୍କ ମୃତ୍ୟୁକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର ହେବାପରେ ଅନୁଷ୍ଠାନ ପ୍ରଫେସର୍‌ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍‌ ପଦରୁ ହଟାଇଛି।

ତେବେ ତାଙ୍କୁ ପ୍ରଫେସର୍‌ ପଦରୁ ନିଲମ୍ବିତ କରାଯାଇନାହିଁ।

ୱାକୋଡ୍‌ଙ୍କ ପରୀକ୍ଷାରେ ଦୁଲ୍ଲା ଇନ୍‌ଭିଜିଲେଟର ଥିଲେ।

ଛାତ୍ରଙ୍କ ପରିବାର ତାଙ୍କ ବିରୋଧରେ ଜାତିଆଣ ଭେଦଭାବ ଓ ତିନି ମାସ ଧରି ନିର୍ଯାତନାଦେବାର ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗ ଆଧାରରେ ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌କୁ ହସ୍ତାନ୍ତର ହୋଇଛି।Advertisment ଆହୁରି ପଢନ୍ତୁ :Manipur: ମଣିପୁରରେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା ଚଳିତ ମାସରେ ୧୦ ଜଣଙ୍କର ହିଂସାରେ ମୃତ୍ୟୁ ଏହା ମଧ୍ୟରେ ତିନି ଦିନ ଧରିଆନ୍ଦୋଳନ କରୁଥିବା ଛାତ୍ରଙ୍କ ସହ ରବିବାର ବିଳମ୍ବିତ ରାତିରେ ପ୍ରାୟ ତିନି ଘଣ୍ଟା ଧରି ବୈଠକ କରିଥିଲେ ଆଇଆଇଟି ବମ୍ବେ ନିର୍ଦ୍ଦେଶକ ପ୍ରଫେସର୍‌ ଶିରୀଷ କେଦାରେ।

ଛାତ୍ରଙ୍କ ୧୮ ସୂତ୍ରୀ ଦାବିପତ୍ରରେ ସେ ସ୍ୱାକ୍ଷର କରିଛନ୍ତି।

ଏଥିରେ ଦୁଲ୍ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଛାତ୍ର କଲ୍ୟାଣ, ମାନସିକ ସ୍ୱାସ୍ଥ୍ୟ ସେବା, ଅଭିଯୋଗ ସମାଧାନ ଓ ଅନୁଷ୍ଠାନିକ ସ୍ୱଚ୍ଛତା ସମ୍ପର୍କିତ ଦାବି ରହିଛି।

ତେବେ ସମସ୍ତ ଦାବି ଉପରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅନୁଷ୍ଠାନ କହିଛି।

ଅନ୍ୟପକ୍ଷେ, ୱାକୋଡ୍‌ଙ୍କ ମୃତ୍ୟୁ ସମ୍ପର୍କରେ ପୂର୍ବରୁ ଦେଇଥିବା ଟିପ୍ପଣୀ ପାଇଁ ଆଇଆଇଟି ବମ୍ବେ କ୍ଷମା ମାଗିଛି।

ଆହୁରି ପଢନ୍ତୁ :Senior Newspaper Distributor ବରିଷ୍ଠ ଖବରକାଗଜ ବିତରକ ଲମ୍ବୋଦର ମହାପାତ୍ରଙ୍କ ଦେହାନ୍ତ ପୂର୍ବ ଟିପ୍ପଣୀରେ ପରୀକ୍ଷା ସମୟରେ ୱାକୋଡ୍‌ ଚାଟ୍‌ଜିପିଟି ବ୍ୟବହାର କରିଥିବା କୁହାଯାଇଥିଲା।

ଅନୁଷ୍ଠାନ କହିଛି, ଘଟଣାର ପରିସ୍ଥିତି ଜାଣିବା ପାଇଁ ତଦନ୍ତ ଚାଲିଛି ଏବଂ ଏହାର ଫଳାଫଳ ଆସିବା ପୂର୍ବରୁ ଏଭଳି ଟିପ୍ପଣୀ ଦେବା ଉଚିତ ନ ଥିଲା।

ଏଥି ସହ ଆଇଆଇଟି ବମ୍ବେ ସ୍ପଷ୍ଟ କରିଛି ଯେ ନିର୍ଦ୍ଦେଶକ ପ୍ରଫେସର୍‌ ଶିରୀଷ କେଦାରେ ଇସ୍ତଫା ଦେଇନାହାନ୍ତି।

ଇତି ମଧ୍ୟରେ ଆଇଆଇଟି ବମ୍ବେ ଫ୍ୟାକଲ୍ଟି ଫୋରମ୍‌ ପ୍ରଫେସର୍‌ ଦୁଲ୍ଲାଙ୍କ ସମର୍ଥନରେ ବାହାରିଛି।

ସେ ଇସ୍ତଫା ଦେଇ ନାହାନ୍ତି ଏବଂ ତାଙ୍କୁ ନିରପେକ୍ଷ ତଦନ୍ତରେ ସହଯୋଗ ପାଇଁ ପ୍ରଶାସନିକ ଦାୟିତ୍ୱରୁ ଅସ୍ଥାୟୀ ଭାବେ ମୁକ୍ତ କରାଯାଇଥିବା ଫୋରମ୍‌ କହିଛି।

ୱାକୋଡ୍‌ ସେପ୍ଟେମ୍ବର ୧୮ରେ ମୃତ୍ୟୁବରଣ କରିଥିଲେ।

ଏହା ପରେ ତାଙ୍କ ପରିବାରର ଅଭିଯୋଗ ଓ ଛାତ୍ରଙ୍କ ଦାବି ଆଧାରରେ ଘଟଣାର ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)