IIT ଦିଲ୍ଲୀରେ ଓଡ଼ିଶାର ଗୌରବ ବଢ଼ାଇଲେ ଏରୋସ୍ପେସ୍ କ୍ଲବ୍‌ର ଚାରି ଛାତ୍ର

Oct 17, 2026 - 19:01
IIT ଦିଲ୍ଲୀରେ ଓଡ଼ିଶାର ଗୌରବ ବଢ଼ାଇଲେ ଏରୋସ୍ପେସ୍ କ୍ଲବ୍‌ର ଚାରି ଛାତ୍ର

"ଭୁବନେଶ୍ବର: ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (OUTR), ଭୁବନେଶ୍ୱରର ଏରୋସ୍ପେସ୍ କ୍ଲବ୍‌ର ଛାତ୍ରମାନେ।

ଦିଲ୍ଲୀସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)ରେ ଆୟୋଜିତ ଏକାଦଶ ବୋଇଂ ଜାତୀୟ ଏରୋମଡେଲିଂ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ଦଳ ପ୍ରଥମ ପୁରସ୍କାର ହାସଲ କରିଥିବା ଜଣାପଡ଼ିଛି।

ଏହି ସଫଳତା OUTR ସମେତ ଓଡ଼ିଶାର ବୈଷୟିକ ଶିକ୍ଷା ଓ ଛାତ୍ର ନବସୃଜନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଉପଲବ୍ଧି।Advertisment ଏହି ସଫଳ ଦଳରେ ରହିଛନ୍ତି ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ (ECE) ବିଭାଗର ଚତୁର୍ଥ ବର୍ଷର ଆଦିତ୍ୟ ପ୍ରୀତମ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (EE) ବିଭାଗର ଚତୁର୍ଥ ବର୍ଷର ସତ୍ୟଜିତ ପାତ୍ର ଏବଂ ମେକାନିକାଲ୍ ଇଞ୍ଜିନିୟରିଂ (ME) ବିଭାଗର ଚତୁର୍ଥ ବର୍ଷର ଅଶ୍ୱିନୀ ମଲ୍ଲିକ ଓ ସୌମ୍ୟ ମଣ୍ଡଳ।

ପ୍ରତିଯୋଗିତାରେ ସାରା ଦେଶର ବିଭିନ୍ନ IIT, NIT ଓ ସରକାରୀ ବୈଷୟିକ ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଦେଶର ଚାରିଟି ଜୋନ୍‌ରେ ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଦଳଗୁଡ଼ିକ ଜାତୀୟ ଅନ୍ତିମ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ।

ଭୁବନେଶ୍ୱରର KIITରେ ଆୟୋଜିତ ଜୋନାଲ୍ ପର୍ଯ୍ୟାୟରେ OUTR ଦଳ ତୃତୀୟ ସ୍ଥାନ ହାସଲ କରି ଅନ୍ତିମ ପର୍ଯ୍ୟାୟରେ ନିଜ ସ୍ଥାନ ସୁନିଶ୍ଚିତ କରିଥିଲା।

ଅନ୍ତିମ ପର୍ଯ୍ୟାୟରେ ଚାରିଟି ଜୋନ୍‌ର ୧୨ଟି ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା।

ଏହି ସଫଳତା ପଛରେ ରହିଛି ଦଳର ଦୀର୍ଘଦିନର ପରିଶ୍ରମ, ବିମାନ ମଡେଲ୍ ନିର୍ମାଣ, ବାରମ୍ବାର ପରୀକ୍ଷଣ, ବୈଷୟିକ ତ୍ରୁଟିର ସମାଧାନ ଏବଂ ଦଳଗତ ସମନ୍ୱୟ।

ବିମାନ ନିର୍ମାଣ ଓ ଉଡ଼ାଣରେ ନିଜର ଦକ୍ଷତା ପ୍ରମାଣ କରି ଛାତ୍ରମାନେ ଜାତୀୟ ମଞ୍ଚରେ ଅନୁଷ୍ଠାନର ପରିଚୟକୁ ଆହୁରି ମଜଭୁତ କରିଛନ୍ତି।

ପୁରସ୍କାର ବିତରଣୀ ସମାରୋହରେ ଏୟାର ମାର୍ଶାଲ୍ କେ.ଏ.ଏ.

ସଞ୍ଜୀବ ଏବଂ ବୋଇଂ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ସଲିଲ ଗୁପ୍ତେଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିବା ଦଳ ପକ୍ଷରୁ ସୂଚନା ମିଳିଛି।

ଏହି ସଫଳତା ଯୁବ ଇଞ୍ଜିନିୟରମାନଙ୍କ ମଧ୍ୟରେ ଏରୋସ୍ପେସ୍ ଗବେଷଣା, ବିମାନ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ପ୍ରତି ଆଗ୍ରହ ବଢ଼ାଇବା ସହ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କୁ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ପାଇଁ ପ୍ରେରଣା ଯୋଗାଇବ।

OUTR ଏରୋସ୍ପେସ୍ କ୍ଲବ୍‌ର ଏହି ଉପଲବ୍ଧି ଅନୁଷ୍ଠାନର ଛାତ୍ରମାନଙ୍କ ପ୍ରତିଭା, ଦୃଢ଼ ମନୋବଳ ଓ ପ୍ରଯୁକ୍ତିଗତ ଦକ୍ଷତାର ପରିଚୟ ବହନ କରୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)