ICMR: ଭାରତରେ ଫ୍ଲୁ ଆକ୍ରାନ୍ତଙ୍କ ୯୮% ମାମଲା, ଏଚ୍୧ଏନ୍୧-ଜନିତ ଭୟର କାରଣ ନ ଥିବା କହିଲା ଆଇସିଏମ୍ଆର୍
"ନୂଆଦିଲ୍ଲୀ: ଦେଶରେ ଇନ୍ଫ୍ଲୁଏଞ୍ଜା ଆକ୍ରାନ୍ତଙ୍କ ମଧ୍ୟରେ ଏଚ୍୧ଏନ୍୧ ଭୂତାଣୁ ପ୍ରମୁଖ ଭାବେ ଦେଖାଯାଉଛି।
ଭାରତରେ ପରୀକ୍ଷାକରାଯାଉଥିବା ଇନ୍ଫ୍ଲୁଏଞ୍ଜା ମାମଲାର ପ୍ରାୟ ୯୮ ପ୍ରତିଶତ ଏଚ୍୧ଏନ୍୧ ଭୂତାଣୁ-ଜନିତ ବୋଲି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍) ମହାନିର୍ଦ୍ଦେଶକ ଡା.
ରାଜୀବ ବାହଲ୍ ମଙ୍ଗଳବାର କହିଛନ୍ତି।
ତେବେ ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।Advertisment ଆହୁରି ପଢନ୍ତୁ :Moscow: ମସ୍କୋରେ ଅବତରଣ କଲା ଆମେରିକାର ସାମରିକ ବିମାନ, ସୂଚନା ନଥିବା ନେଇ କ୍ରେମଲିନର ଦାବି ଡା.
ବାହଲ୍ କହିଛନ୍ତି, ଗତ କିଛି ସପ୍ତାହ ହେବ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ବଢ଼ୁଛି।
ତେବେ ହସ୍ପିଟାଲ୍ରେ ଭର୍ତ୍ତି ହେବା ଭଳି ଗୁରୁତର ମାମଲା ସଂଖ୍ୟା ଅସ୍ୱାଭାବିକ ଭାବେ ବଢ଼ିନାହିଁ।
ଗୁରୁତର ଅବସ୍ଥାରେ ଥିବା ଅଧିକାଂଶ ରୋଗୀଙ୍କର ପୂର୍ବରୁ ଅନ୍ୟ ରୋଗ ବା ସ୍ୱାସ୍ଥ୍ୟ ସମସ୍ୟା ରହିଛି।
ଇନ୍ଫ୍ଲୁଏଞ୍ଜା ଯୋଗୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ରିପୋର୍ଟ ହୋଇନଥିବା ମଧ୍ୟ ସେ କହିଛନ୍ତି।
ଭାରତରେ ସାଧାରଣତଃ ଇନ୍ଫ୍ଲୁଏଞ୍ଜା ସଂକ୍ରମଣର ଦୁଇଟି ଶୀର୍ଷ ସମୟ ରହିଥାଏ।
ଆହୁରି ପଢନ୍ତୁ :Director: ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ ଗୋଟିଏ ମୌସୁମୀ ବର୍ଷା ସମୟରେ ଏବଂ ଅନ୍ୟଟି ଶୀତ ଋତୁରେ।
ବର୍ତ୍ତମାନର ସଂକ୍ରମଣ ବୃଦ୍ଧି ମଧ୍ୟ ସାଧାରଣ ଋତୁକାଳୀନ ଧାରା ଅନୁସାରେ ରହିଛି।
ଏଥିରେ କୌଣସି ଅସ୍ୱାଭାବିକ ଧାରା ଦେଖାଯାଇ ନ ଥିବାରୁ ଲୋକଙ୍କୁ ଆତଙ୍କିତ ନ ହୋଇ ସତର୍କ ରହିବାକୁ ଡା.
ବାହଲ୍ ପରାମର୍ଶ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
