ICC Olympic: ଆଇସିସିର ଅଲିମ୍ପିକ୍ସ ଯୋଗ୍ୟତା ମାନଦଣ୍ଡ ଘୋଷିତ: ଭାରତୀୟ ପୁରୁଷ ଓ ମହିଳା ଦଳର ସ୍ଥାନ ପକ୍କା
"ଦୁବାଇ: ୧୦୦ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବାକୁ ଯାଉଛି।
୨୦୨୮ ଲସ୍ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ହୋଇଛି।
ଏହି ଅଲିମ୍ପିକ୍ସର କ୍ରିକେଟ୍ରେ କେଉଁ ଦଳ ଅଂଶଗ୍ରହଣ କରିବେ ତା"ର ଯୋଗ୍ୟତା ମାନଦଣ୍ଡ ଆଇସିସି ସୋମବାର ଘୋଷଣା କରିଛି।
ଅଲିମ୍ପିକ୍ସ କ୍ରିକେଟ୍ ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଖେଳାଯିବାକୁ ଥିଲା ବେଳେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୬ ଦଳ ଭାଗନେବେ।
ଆଇସିସି ମାନଦଣ୍ଡ ଅନୁଯାୟୀ ଏଥିରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ନିଜ ନିଜ ସ୍ଥାନ ପକ୍କା କରିପାରେ।
ଭାରତୀୟ ପୁରୁଷ ଦଳକୁ ଚଳିତ ବର୍ଷ ଶେଷରେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଅନୁଯାୟୀ ଏସିଆର ସର୍ବୋଚ୍ଚ ସ୍ଥାନ ଅଧିକାର କଲେ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନେବ।
ସଂପ୍ରତି ପୁରୁଷ ଦଳ ଏସିଆ ଦେଶ ଭିତରେ ୧ ନଂରେ ରହିଛି।
ସେହିପରି ଇଂଲଣ୍ଡରେ ଚାଲିଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମହାଦେଶ ଭିତରେ ଶୀର୍ଷ ୪ ଭିତରେ ଭାରତ ରହିଛି।
ଦଳ ସେମିଫଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନଥିଲେ ମଧ୍ୟ ଏସିଆ ମହାଦେଶ ଭିତରେ ପ୍ରଥମ ସ୍ଥାନରେ ରହିଛି।
ଆଇସିସି ପୁରୁଷ ଦଳ ପାଇଁ କରିଥିବା ଯୋଗ୍ୟତା ମାନଦଣ୍ଡ ହେଲା ୨୦୨୬ ଡିସେମ୍ବର ୩୧ ତାରିଖରେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଅନୁଯାୟୀ ନିଜ ନିଜ ମହାଦେଶରେ ଶୀର୍ଷ ସ୍ଥାନ ଦଖଲ କରିବାକୁ ପଡ଼ିବ।
୪ ମହାଦେଶରୁ ୪ ଦଳ ଯୋଗ୍ୟତା ଅର୍ଜନ କରିବେ।
ଅବଶିଷ୍ଟ ଦଳ ଫାଇନାଲ ଗ୍ଲୋବାଲ ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚ୍ ଖେଳି ଆସିବେ।
Advertisment S8UL Esports: ଭାରତର ଏସ୍୮ୟୁଏଲ୍କୁ ଏସୀୟ କ୍ରୀଡ଼ା ଯୋଗ୍ୟତା ମହିଳାରେ ଚଳିତ ବିଶ୍ବକପ୍ରେ ବିଭିନ୍ନ ମହାଦେଶର ଶୀର୍ଷ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ।
ଏହି ମାନଦଣ୍ଡ ଅନୁଯାୟୀ, ଅଷ୍ଟ୍ରେଲିଆ (ଓସେନିଆ), ଦକ୍ଷିଣ ଆଫ୍ରିକା (ଆଫ୍ରିକା) ଓ ଇଂଲଣ୍ଡ (ୟୁରୋପ) ସେମିଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବା ପରେ ପ୍ରାରମ୍ଭିକ ସ୍ଲଟ୍ ଦଖଲ କରି ନେଇଛନ୍ତି।
ଗ୍ରେଟ୍ ବ୍ରିଟେନ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବାରୁ, କେବଳ ଗୋଟିଏ ବ୍ରିଟିଶ୍ ଦେଶ, ଇଂଲଣ୍ଡ, କୋଟାରେ ଅଂଶଗ୍ରହଣ କରିପାରିବ।
ୱେଷ୍ଟଇଣ୍ଡିଜ୍ ଚଳିତ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିଥିବାରୁ ଶ୍ରେଷ୍ଠ ୪ ଭିତରେ ରହିଛି।
ହେଲେ ଏହି ଦଳ ଏକାଧିକ କାରବୀୟ ରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବାରୁ ନ୍ୟାସ୍ନାଲ୍ ଅଲିମ୍ପିକ୍ କମିଟି (ଏନ୍ଓସି) ସ୍ବୀକୃତିପ୍ରାପ୍ତ ନୁହେଁ।
ତେଣୁ, ଏହି ଦଳ ଅଲିମ୍ପିକ୍ସ ଅଂଶଗ୍ରହଣ କରିବା କିମ୍ବା ଗୋଟିଏ ଦେଶ ଭାବରେ କୋଟାରେ ସ୍ଥାନ ପାଇବା ପାଇଁ ଅଯୋଗ୍ୟ।
ୱେଷ୍ଟଇଣ୍ଡିଜ୍ ଦଳ ଆଣ୍ଟିଗୁଆ, ବାରବୁଡା, ବାରବାଡସ୍, ବ୍ରିଟିଶ୍ ଭର୍ଜିନ୍ ଆୟର୍ଲାଣ୍ଡ୍ସ, ଡୋମିନିକା, ଗ୍ରେନାଡା, ଗାୟନା, ଜାମାଇକା, ସେଣ୍ଟ କିଟ୍ସ ଓ ନେଭିସ୍, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍ସେଣ୍ଟ ଓ ଗ୍ରେନାଡିନ୍ସ, ତ୍ରିନିଦାଦ ଓ ଟୋବାଗୋ ଏବଂ ୟୁଏସ୍ ଭର୍ଜିନ୍ ଆୟର୍ଲାଣ୍ଡ୍ସକୁ ନେଇ ଗଠିତ।
ଏହି ଦେଶଗୁଡ଼ିକ ଏନ୍ଓସିରେ ଅଛନ୍ତି କିନ୍ତୁ ଆଇସିସି ଇଭେଣ୍ଟ୍ରେ ଅଲଗାଅଲଗା ଭାବେ ଭାଗ ନିଅନ୍ତିନି।
ଆୟୋଜକ ଭାବେ ଆମେରିକାର ଉଭୟ ପୁରଷ ଓ ମହିଳା ଦଳ ଯୋଗ୍ୟତା ପାଇଁ ଅତି କମ୍ରେ ଆଇସିସି ମାନ୍ୟତାର ଶୀର୍ଷ ୧୫ ଭିତରେ ରହିବାକୁ ପଡ଼ିବ ବୋଲି କହିଛି।
ଏହାବାଦ୍ ଅବଶିଷ୍ଟ ଦଳ ଫାଇନାଲ ଗ୍ଲୋବାଲ୍ ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚ୍ ଖେଳି ଆସିବେ।
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା"