Husband Attacks: ସିନ୍ଦୁରପଙ୍କରେ ବିଉଟି ପାର୍ଲର ମାଲିକାଣୀଙ୍କୁ ଛୁରିରେ ଆକ୍ରମଣ କଲେ ସ୍ବାମୀ

Sep 16, 2026 - 13:18
Husband Attacks: ସିନ୍ଦୁରପଙ୍କରେ ବିଉଟି ପାର୍ଲର ମାଲିକାଣୀଙ୍କୁ ଛୁରିରେ ଆକ୍ରମଣ କଲେ ସ୍ବାମୀ

"ସମ୍ବଲପୁର: ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ ଛକରେ  ଥିବା ଏକ ବିଉଟି ପାର୍ଲର ମଧ୍ୟରେ ପଶି ତାଙ୍କ ସ୍ବାମୀ ପାର୍ଲର ମାଲିକାଣୀଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାଯାଇଛି।

ସେ ପାର୍ଲର ଭିତରକୁ ପଶି ମହିଳାଙ୍କ ହାତ ଏବଂ ପେଟକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର ଭାବେ ରକ୍ତାକ୍ତ କରି ପଳାଇବାକୁ ଚେଷ୍ଟା କରିଥିଲେ।Advertisment ଅଭିଯୁକ୍ତ ଅଟକ ପାର୍ଲରରୁ ଚିତ୍କାର ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ କାବୁ କରିବା ସହ ନିର୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି।

ଗୁରୁତର ଆହତ ମହିଳାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରମଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଅଭିଯୁକ୍ତଙ୍କୁ ଅଟକ ରଖିବା ସହିତ ପୁଲିସ ଜିମା ଦେଇଛନ୍ତି।

Dead Body: ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)