Hunger Strike: ଟୋକନ ସମସ୍ୟାକୁ ନେଇ ଆମରଣ ଅନଶନରତ ୪ ଚାଷୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
"ଝାରବନ୍ଧ: ଧାନ ବିକ୍ରୟ ଟୋକନ ସମସ୍ୟାର ସମାଧାନ ଦାବିରେ ଝାରବନ୍ଧ ବ୍ଲକ ଡଭା ଠାରେ ଚାଲିଥିବା ଆମରଣ ଅନଶନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି।
ଅନଶନରତ ୪ ଜଣ ଚାଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିଛି।
ଅନଶନରେ ବସିଥିବା ଗୁପତ ସିଦାର, ରମେଶ ପ୍ରଧାନ, ଅରୁଣ ପ୍ରଧାନ ଏବଂ ଜୟନ୍ତ ସାହୁ ଅସୁସ୍ଥ ହୋଇପଡ଼ିଥିବାରୁ ସେମାନଙ୍କୁ ତୁରନ୍ତ ଡଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।Advertisment ପ୍ରଶାସନର ହସ୍ତକ୍ଷେପ ଦାବି ସୂଚନା ଅନୁଯାୟୀ, ଧାନ ବିକ୍ରୟ ପାଇଁ ଟୋକନ ପ୍ରଦାନରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଚାଷୀଙ୍କ ଦାବି ପୂରଣ ନ ହେବା ପ୍ରତିବାଦରେ ଏହି ଚାଷୀମାନେ ଆମରଣ ଅନଶନ ଆରମ୍ଭ କରିଥିଲେ।
ଦୀର୍ଘ ସମୟ ଧରି ଅନଶନରେ ରହିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା।
ପରେ ଚିକିତ୍ସା ପାଇଁ ସେମାନଙ୍କୁ ଡଭା ଡାକ୍ତରଖାନାକୁ ନିଆଯାଇଥିଲା।
ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଟୋକନ ସମସ୍ୟାର ସ୍ଥାୟୀ ସମାଧାନ ଓ ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଅନ୍ୟପକ୍ଷରେ ଚାଷୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି।
ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।
ସମସ୍ୟାର ଶୀଘ୍ର ସମାଧାନ ପାଇଁ ଚାଷୀ ଓ ସାଧାରଣ ଲୋକମାନେ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: FIFA: ଫିଫା ବିଶ୍ୱକପ୍ ଖେଳିବା ପାଇଁ ଆମେରିକା ପହଞ୍ଚିବେ ଇରାନୀ ଦଳ: ମିଳିଲା ସର୍ତ୍ତମୂଳକ ଭିସା ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।