Hungarian Prime Minister : ପାକିସ୍ତାନରୁ ଆମ୍ବ ଉପହାର ପାଇ ଖୁସି ହେଲେ ହଙ୍ଗେରୀ ପ୍ରଧାନମନ୍ତ୍ରୀ

Jul 14, 2026 - 15:32
Hungarian Prime Minister : ପାକିସ୍ତାନରୁ ଆମ୍ବ ଉପହାର ପାଇ ଖୁସି ହେଲେ ହଙ୍ଗେରୀ ପ୍ରଧାନମନ୍ତ୍ରୀ

"ବୁଦାପେଷ୍ଟ/ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ହଙ୍ଗେରୀର ପ୍ରଧାନମନ୍ତ୍ରୀ ପିଟର ମ୍ୟାଗୟାରଙ୍କୁ ଆମ୍ବ ଉପହାର ପଠାଇଛନ୍ତି।

ମ୍ୟାଗୟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଖବର ସେୟାର କରିଛନ୍ତି।

ମ୍ୟାଗୟାର ଏହାକୁ ଏକ ସୁନ୍ଦର ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ, ଆମ୍ବଗୁଡ଼ିକ ଗୋଟିଏ ଘଣ୍ଟା ମଧ୍ୟରେ ସରିଯିବ।

ଉଲ୍ଲେଖନୀୟ, ସେହି ପୋଷ୍ଟରେ, ଉପହାର ପାଇଁ ଶାହବାଜ ସରିଫଙ୍କୁ ପ୍ରଶଂସା କରିବା ସହିତ, ସେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍‌ଙ୍କୁ ମାଜାଳିଆ ଢଙ୍ଗରେ କଟାକ୍ଷ କରିଛନ୍ତି।

ପିଟର ମ୍ୟାଗୟାର ତାଙ୍କ ପୋଷ୍ଟରେ ଲେଖିଛନ୍ତି, ସମସ୍ତେ ଉପହାର ଭାବରେ ରିଭଲଭର ଦିଅନ୍ତି ନାହିଁ।

ଏକ ଐତିହାସିକ ଦିନର ଶେଷରେ, ମୋ କାର୍ଯ୍ୟାଳୟରେ ଏକ ସୁନ୍ଦର ଆଶ୍ଚର୍ଯ୍ୟ ମୋ ପାଇଁ ଅପେକ୍ଷା କରିଥିଲା।

ଆମେ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କଠାରୁ ୯୦ଟି ଆମ୍ବ ଉପହାର ଭାବରେ ପାଇଲୁ।

ସେ ଶାହବାଜ ସରିଫଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, ଗୋଟିଏ ଘଣ୍ଟା ପ‌ରେ,ଆଉ କେବଳ କିଛି ଆମ୍ବ ବାକି ରହିଛି।Advertisment ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ଅରବିନ୍ଦ କେଜ୍ରିୱାଲ ତୁର୍କୀରେ ନାଟୋ ଶିଖର ସମ୍ମିଳନୀ ସମୟରେ ଏର୍ଦୋଗାନ୍ ହଙ୍ଗେରିଆନ ନେତାଙ୍କୁ ଏକ ରିଭଲଭର ଉପହାର ଦେଇଥିଲେ।

ଏହା ଏକ ମ୍ୟାଗନମ୍ ରିଭଲଭର ଥିଲା।

ରିଭଲଭରରେ ପିଟର ମ୍ୟାଗ୍ୟାରଙ୍କ ନାମ ଖୋଦିତ ହୋଇଥିଲା।

ଏହାର ଏକ ଫଟୋ ପୋଷ୍ଟ କରି ମାଗ୍ୟାର ଏକ୍ସ‌ରେ ଲେଖିଥିଲେ, ନାଟୋ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ୍‌ଙ୍କ ଠାରୁ ଏକ ଅସାଧାରଣ ଉପହାର ପାଇଲି, ଗୁଳି ସହିତ ଏକ ମ୍ୟାଗନମ୍ ରିଭଲଭର, ଯେଉଁଥିରେ ମୋର ନାମ ଖୋଦିତ ହୋଇଛି।

ସୂଚନାଯୋଗ୍ୟ,ଚଳିତ ମାସର ଆରମ୍ଭରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଆମ୍ବ କୂଟନୀତି ଅନ୍ତର୍ଗତ ବିଶ୍ୱର ୭୬ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ପ୍ରମୁଖ କୂଟନୈତିକ ବ୍ୟକ୍ତିଙ୍କୁ ପାକିସ୍ତାନୀ ଆମ୍ବ ଉପହାର ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

୫ କିଲୋଗ୍ରାମର ୬,୮୯୬ ବାକ୍ସରେ ୩୪ ଟନ୍ ଆମ୍ବ ପଠାଯାଇଥିଲା।

ସବୁଠାରୁ ବଡ଼ ପରିମାଣ ସାଉଦି ଆରବ, ତୁର୍କୀ, ଚୀନ୍ ଏବଂ ବ୍ରିଟେନ୍‌କୁ ପଠାଯାଇଥିଲା।

ଏହି ପଦକ୍ଷେପର ଲକ୍ଷ୍ୟ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନୀ ଫଳକୁ ପ୍ରୋତ୍ସାହିତ କରିବା ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କ ସହିତ କୂଟନୈତିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ ​​କରିବା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।