England-Argentina: ଦ୍ବିତୀୟ ସେମିରେ ଆଜି ଇଂଲଣ୍ଡ-ଆର୍ଜେଣ୍ଟିନା

Jul 14, 2026 - 15:32
England-Argentina: ଦ୍ବିତୀୟ ସେମିରେ ଆଜି ଇଂଲଣ୍ଡ-ଆର୍ଜେଣ୍ଟିନା

"ଆଟଲାଣ୍ଟା: ଚଳିତ ଫିଫା ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ ବୁଧବାର ରାତି ୧୨.୩୦ରେ ଖେଳାଯିବ।

୩ ଥର ବିଜେତା ଆର୍ଜେଣ୍ଟିନା ସମ୍ମୁଖରେ ରହିଛି ପୁରୁଣା ପ୍ରତିଦ୍ବନ୍ଦ୍ବୀ ତଥା ୧୯୬୬ରେ ଥରେ ମାତ୍ର ଟ୍ରଫି ଜିତିଥିବା ଇଂଲଣ୍ଡ।

ମନଭିତରେ ଅର୍ଦ୍ଧଶତାବ୍ଦୀର ତିକ୍ତତା ଭରା ପ୍ରତିଶୋଧ ନେବାର ଆଶା ରହିଛି ଏହି ଲଢ଼େଇରେ।

ଚଳିତ ସଂସ୍କରଣରେ ଆର୍ଜଣ୍ଟିନା ୬ରୁ ୬ ବିଜୟ ସହ ସେମିଫାଇନାଲ୍‌ରେ ପହଞ୍ଚିଛି।

ଇଂଲଣ୍ଡ ୬ରୁ ୫ ଜିତି ଗୋଟିଏ ଡ୍ର" ରଖିଛି।

ଉୟୟ ଦେଶ ବିଶ୍ବକପ୍‌ ଇତିହାସରେ ୫ ଥର ମୁକାବିଲା କରିଛନ୍ତି।

ୟୁରୋପୀୟ ଦେଶ ଇଂଲଣ୍ଡ ୩-୨ରେ ଆଗୁଆ ରହିଛି।

୧୯୬୨, ୧୯୬୬, ୨୦୦୨ରେ ଇଂଲଣ୍ଡ ଜିତିଥିଲା।

୧୯୮୬ ଓ ୧୯୯୮ରେ ଆର୍ଜେଣ୍ଟିନା ବିଜୟ ପାଇଛି ଏହି ଦେଶ ବିପକ୍ଷରେ।

ଏବେ ବହୁ ପ୍ରତୀକ୍ଷିତ ସେମିଫାଇନାଲ୍‌ ପୁରୁଣା ପ୍ରତିଦ୍ବନ୍ଦ୍ବିତା, ଶତ୍ରୁତା, ଐତିହାସିକ କ୍ଷଣର ପୁନଃଜାଗରଣ କରିଛି।

ଦୁଇ ଦେଶର ଜାତୀୟ ଭାବନା ବି ଏହି ଲଢ଼େଇ ସହ ଯୋଡ଼ି ହୋଇଯାଇଛି।Advertisment ମାକ୍ରନଙ୍କ ନିଷ୍ପତ୍ତି ନେଇ ରୁଷର ଚିନ୍ତା ବଢ଼ିଲା ସେମିଫାଇନାଲ୍‌ରେ କିନ୍ତୁ ପରସ୍ପର ସହ ପ୍ରଥମ ଥର ମୁକାବିଲା କରିବେ।

ଯାହାକି ଏକ ନୂଆ ଅଧ୍ୟାୟ ସଂଯୋଗ କରିବ।

୧୯୬୬ରେ ଅଣ୍ଟୋନିଓ ରାଟିନଙ୍କ ନିିିଲମ୍ବନ ଓ ଇଂଲଣ୍ଡ ପ୍ରଶିକ୍ଷକ ଆଲଫ ରାମସେଙ୍କ "ପଶୁ" ପ୍ରତିକ୍ରିୟା ବିବାଦ ସୃଷ୍ଟି କରିଥିଲା।

୧୯୮୬ କ୍ବାର୍ଟରଫାଇନାଲ୍‌ରେ ଡିଏଗୋ ମାରାଡୋନାଙ୍କ "ହ୍ୟାଣ୍ଡ୍‌ ଅଫ୍‌ ଗଡ" ଗୋଲ୍‌ ମଧ୍ୟ ଏଥି ସହ ସତେଜ ହୋଇଉଠିଛି।

ଦଶନ୍ଧୀ ଦଶନ୍ଧୀ ଲଢ଼େଇ ଏବେ ନୂଆ ସ୍ତର ଛୁଇଁବ ବୋଲି ବିଶ୍ବାସ ରଖିଛନ୍ତି ପ୍ରଶଂସକ।ନୂଆ ଲଢ଼େଇ ନିଶ୍ଚିତ ପଡ଼ିଆ ଭିତରେ ଲିଓନେଲ୍‌ ମେସି-ହ୍ୟାରି‌ କେନ୍‌ ଏବଂ ପଡ଼ିଆ ବା‌ହାରେ ଲିଓନେଲ୍‌ ସ୍କାଲୋନି-ଥମାସ ଟକେଲଙ୍କ ବ୍ୟକ୍ତିଗତ ଲଢ଼େଇଠାରୁ ଆହୁରି ଉପରକୁ ଉଠିଯିବ।

ଦୁଇ ଦେଶ ମଧ୍ୟରେ ଥିବା ମଧୁର ତିକ୍ତ ସମ୍ପର୍କ ବି ଉତ୍ତେଜକ ମୁହୂର୍ତମାନଙ୍କୁ ଯୋଡ଼ିଦେବ।

ଉନ୍ନବିଂଶ ଶତାବ୍ଦୀରେ ଆର୍ଜଣ୍ଟିନାରେ ଫୁଟ୍‌ବଲ୍‌ ପ୍ରଣୟନ କରିଥିଲେ ବ୍ରିଟେନ୍‌ବାସୀ।

ବିଶେଷ କରି ରେଳବାଇ କର୍ମୀ ଏହା କରିଥିଲେ।

ଏବେ ଦୁଇ ଦେଶ ବିଶ୍ବ ମଇଦାନରେ ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତ।

କ୍ରମାଗତ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ଆର୍ଜେଣ୍ଟିନା ଆର୍ଜେଣ୍ଟିନା ଚଳିତ ସଂସ୍କରଣରେ ବିଜେତା ଭାବେ ଖେଳୁଛି।

ଲିଓନେଲ୍‌ ମେସି ୮ ଗୋଲ୍‌ ସହ ଜବରଦସ୍ତ ଲୟରେ ରହିଛନ୍ତି।

କ୍ରମାଗତ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ଆର୍ଜେଣ୍ଟିନା।

ଇଂଲଣ୍ଡ କିନ୍ତୁ ଠିକ ୬୦ ବର୍ଷ ତଳର ସ୍ବପ୍ନ ଦୋହରାଇବ ବୋଲି ଆଶା ବାନ୍ଧିଛି।

ଇଂଲଣ୍ଡ ୧୯୬୬ରେ ଥରେ ମାତ୍ର ବିଜେତା ହୋଇଥିବାବେଳେ ୧୯୯୦ ଓ ୨୦୧୮ରେ ସେମିଫାଇନାଲ୍‌ରେ ଅଟକିଯାଇଥିଲା।

ଚତୁର୍ଥ ଥର ପାଇଁ ସେମିଫାଇନାଲ୍‌ ଖେଳିବାକୁ ଯାଉଛି ଏହି ଦେଶ।ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିବା ପରେ ନକ୍‌ ଆଉଟ୍‌ରେ ଡିଆର୍‌ କ‌ଙ୍ଗୋ, ମେକ୍ସିକୋ ଓ ନରୱେକୁ ପରାହତ କରି ଇଂଲଣ୍ଡ ଏବେ ସେମିରେ ରହିଛି।

ଅନ୍ୟପକ୍ଷରେ ଆର୍ଜେଣ୍ଟିନା ୩-୨ରେ କେପ୍‌ ଭର୍ଡେ, ୩-୨ରେ ଇଜିପ୍‌ଟ ଓ ୩-୧ରେ ସ୍ବିଜରଲାଣ୍ଡ୍‌କୁ ନକ୍‌ ଆଉଟ୍‌ କରି କ୍ରମାଗତ ବିଶ୍ବକପ୍‌ ଜିତିବା ଆଶାକୁ କାଏମ ରଖିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।