Welcome!

Unlock your personalized experience.
Sign Up

Humayun: ସିଡ଼ି ପାହାଚରେ ଖସିଗଲା ଗୋଡ଼: ଅସମୟରେ ଜୀବନ ହାରିଥିଲେ ଏହି ମୋଗଲ ସମ୍ରାଟ

Oct 18, 2026 - 22:09
Humayun: ସିଡ଼ି ପାହାଚରେ ଖସିଗଲା ଗୋଡ଼: ଅସମୟରେ ଜୀବନ ହାରିଥିଲେ ଏହି ମୋଗଲ ସମ୍ରାଟ

ନୂଆଦିଲ୍ଲୀ: ଭାରତୀୟ ଇତିହାସରେ ମୋଗଲ୍ ସାମ୍ରାଜ୍ୟର ଦ୍ୱିତୀୟ ସମ୍ରାଟ୍ ହୁମାୟୁନଙ୍କ ମୃତ୍ୟୁକୁ ନେଇ ଏକ ବେଶ୍ ରୋଚକ ଓ ମର୍ମନ୍ତୁଦ ଇତିହାସ ଜଡ଼ିତ ରହିଛି। ଦିଲ୍ଲୀର ପ୍ରସିଦ୍ଧ ‘ପୁରୁଣା କିଲ୍ଲା’ ପରିସରରେ ଥିବା ତାଙ୍କର ବ୍ୟକ୍ତିଗତ ପାଠାଗାର (ଲାଇବ୍ରେରୀ) ‘ସେର ମଣ୍ଡଳ’ର ସିଡ଼ିରୁ ଖସିପଡ଼ି ହୁମାୟୁନଙ୍କର ଅକାଳ ବିୟୋଗ ହୋଇଥିଲା।

ଇତିହାସ ପୃଷ୍ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୫୫୬ ମସିହା ଜାନୁଆରୀ ୨୪ ତାରିଖ ସନ୍ଧ୍ୟାରେ ସମ୍ରାଟ୍ ହୁମାୟୁନ ‘ସେର ମଣ୍ଡଳ’ର ଦ୍ୱିତୀୟ ମହଲାରେ ଅବସ୍ଥିତ ନିଜ ଲାଇବ୍ରେରୀରେ ବସି ପୁସ୍ତକ ଅଧ୍ୟୟନ ଏବଂ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧୀୟ ଗ୍ରହମାନଙ୍କ ସ୍ଥିତି ଅନୁଧ୍ୟାନ କରୁଥିଲେ। ସେ ଜଣେ ଧର୍ମପ୍ରାୟ ବ୍ୟକ୍ତି ଥିବାରୁ, ସେଠାରୁ ଆଜାନ୍ (ନମାଜର ଆହ୍ୱାନ) ଶୁଣି ଶୀଘ୍ର ତଳକୁ ଓହ୍ଲାଇବାକୁ ଲାଗିଥିଲେ।

ଆହୁରି ପଢନ୍ତୁ: Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ

ସେହି ସମୟରେ ତାଙ୍କ ପାଦ ଲମ୍ବା ଓ ଶାହି ପୋଷାକ (ଜାମା) ସହ ଛନ୍ଦି ହୋଇଯିବାରୁ ତାଙ୍କର ଭାରସାମ୍ୟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ସେ ସିଡ଼ିରୁ ସିଧାସଳଖ ତଳକୁ ଖସିପଡ଼ିଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହି ସମୟରେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ନଥିବାରୁ, ଏହି ଦୁର୍ଘଟଣାର ମାତ୍ର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ହୁମାୟୁନଙ୍କ ମୃତ୍ୟୁ ପରେ ସାମ୍ରାଜ୍ୟରେ ଅସ୍ଥିରତା ଏଡ଼ାଇବା ପାଇଁ କିଛି ଦିନ ପାଇଁ ଘଟଣାକୁ ଗୋପନ ରଖାଯାଇଥିଲା ଏବଂ ପରେ ମାତ୍ର ୧୩ ବର୍ଷ ବୟସରେ ତାଙ୍କ ପୁତ୍ର ଆକବରଙ୍କୁ ସମ୍ରାଟ୍ ଭାବେ ରାଜ୍ୟାଭିଷେକ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)