Houthi: ହୁତି କବ୍‌ଜାରେ ମାୟୁନ୍‌ ଦ୍ୱୀପ; ଆମେରିକାର ଆଫ୍ରିକାସ୍ଥିତ ସାମରିକ ଘାଟି ଉପରେ ବଢ଼ିଲା ବିପଦ

Sep 14, 2026 - 20:50
Houthi: ହୁତି କବ୍‌ଜାରେ ମାୟୁନ୍‌ ଦ୍ୱୀପ; ଆମେରିକାର ଆଫ୍ରିକାସ୍ଥିତ ସାମରିକ ଘାଟି ଉପରେ ବଢ଼ିଲା ବିପଦ

"ସାନା: ୟେମେନ୍‌ର ଇରାନ୍‌ ସମର୍ଥିତ ହୁତି ବିଦ୍ରୋହୀମାନେ ରେଡ୍‌ ସି"ର ଗୁରୁତ୍ବପୂର୍ଣ୍ଣ ବାବ୍‌ ଅଲ୍‌-ମନ୍ଦେବ୍‌ ଜଳପଥ ମଝିରେ ଥିବା ମାୟୁନ୍‌ ଦ୍ୱୀପକୁ ଦଖଲ କରିନେଇଛନ୍ତି।

ଏହାର ଗୋଟିଏ ଦିନ ପୂର୍ବରୁ ସେମାନେ ରେଡ୍‌ ସି" କୂଳର ଐତିହାସିକ ମୋଚା ବନ୍ଦରକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଥିଲେ।

ଏହା ଫଳରେ ଏସିଆ ଓ ୟୁରୋପ୍‌ ମଧ୍ୟରେ ଜାହାଜ ଚଳାଚଳ ଏବଂ ତୈଳ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏହି ଜଳପଥ ଉପରେ ହୁତିଙ୍କ ପ୍ରଭାବ ବଢ଼ିଛି।Advertisment ଆହୁରି ପଢନ୍ତୁ: Kapil Sibal: ଚୀନ୍‌ ବ୍ରିକ୍ସ ସମ୍ମିଳନୀରୁ ଅଧିକ ଲାଭାନ୍ବିତ ହୋଇଛି, ଭାରତ ମତଭେଦ ଦୂର କରିଛି: କପିଲ ସିବଲ ମାୟୁନ୍‌କୁ ପେରିମ୍‌ ମଧ୍ୟ କୁହାଯାଏ।

ଏହା ବାବ୍‌ ଅଲ୍‌-ମନ୍ଦେବ୍‌ର ମଝିରେ ଥିବା ଏକ ଛୋଟ ଆଗ୍ନେୟଗିରି ଦ୍ୱୀପ।

ଏହି ଜଳପଥ ଏହାର ସଂକୀର୍ଣ୍ଣ ସ୍ଥାନରେ ପ୍ରାୟ ୨୯ କିମି ଚଉଡ଼ା।

ମାୟୁନ୍‌ ଦଖଲ କରିବା ପରେ ହୁତିମାନେ ଜିବୁତି ଉପକୂଳଠାରୁ ପ୍ରାୟ ୩୨ କିମି ଦୂରରେ ପହଞ୍ଚିଛନ୍ତି।

ସେମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଆମେରିକାର ଆଫ୍ରିକାସ୍ଥିତ ପ୍ରମୁଖ ସାମରିକ ଘାଟି କ୍ୟାମ୍ପ ଲେମୋନିଅର୍‌ଠାରୁ ୧୩୦ କିମିରୁ କମ୍‌ ଦୂରରେ ରହିଛି।

କ୍ୟାମ୍ପ ଲେମୋନିଅର୍‌ ଆମେରିକାର ଆଫ୍ରିକା ମହାଦେଶର ଏକମାତ୍ର ସ୍ଥାୟୀ ସାମରିକ ଘାଟି।

ଏଠାରେ ୪,୦୦୦ରୁ ଅଧିକ ସାମରିକ ଓ ବେସାମରିକ କର୍ମଚାରୀ ରହିଛନ୍ତି।

ଆତଙ୍କବାଦ ବିରୋଧୀ ଅଭିଯାନ, ଡ୍ରୋନ୍‌ ଓ ସାମୁଦ୍ରିକ ସୁରକ୍ଷା କାର୍ଯ୍ୟକଳାପ ପାଇଁ ଏହି ଘାଟି ବ୍ୟବହାର ହୋଇଥାଏ।

ଜିବୁତିରେ ଚୀନ୍‌, ଫ୍ରାନ୍ସ ଓ ଜାପାନ୍‌ର ମଧ୍ୟ ସାମରିକ ସୁବିଧା ରହିଛି।

ୟେମେନ୍‌ରେ ୨୦୨୨ରେ ଜାତିସଂଘ ମଧ୍ୟସ୍ଥତାରେ ଅସ୍ତ୍ରବିରତି ହେବା ପରେ ପ୍ରାୟ ଶାନ୍ତି ରହିଥିଲା।

ଜୁଲାଇରୁ ପରିସ୍ଥିତି ପୁଣି ଖରାପ ହେବା ଆରମ୍ଭ ହୋଇଥିଲା।

ହୁତିମାନେ ୟେମେନ୍‌ର ଅନ୍ତର୍ଜାତୀୟ ସ୍ବୀକୃତ ସରକାର ବିରୋଧରେ ଏକାଧିକ ମୋର୍ଚ୍ଚା ଖୋଲିଥିଲେ।

ଆହୁରି ପଢନ୍ତୁ: Angul Tragedy: ଭିଣୋଇ ଦଶାହ ତୁଠରେ ଶାଳକଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୁତିଙ୍କ ଅଗ୍ରଗତି ରୋକିବାକୁ ସାଉଦି ଆରବ ସମର୍ଥିତ ୟେମେନ୍‌ ସରକାରୀ ବାହିନୀ ପାଲଟା ଆକ୍ରମଣ କରିଛି।

ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରି କହିଛନ୍ତି, ୪୮ ଘଣ୍ଟା ମଧ୍ୟରେ ସାଉଦି ବିମାନ ୭ଟି ପ୍ରଦେଶରେ ୧୨୯ ଥର ଆକ୍ରମଣ କରିଛି।

ତେବେ ସାଉଦି ଆରବ ଏହି ଆକ୍ରମଣକୁ ଆନୁଷ୍ଠାନିକ ଭାବେ ସ୍ବୀକାର କରିନାହିଁ।

ଏପଟେ ହୁତିମାନେ ସାଉଦି ଆରବର ଶରୁରାହ୍‌ସ୍ଥିତ ସାମରିକ ଘାଟି ଉପରେ ଆକ୍ରମଣ କରିଥିବା ଦାବି କରିଛନ୍ତି।

ସାଉଦି କର୍ତ୍ତୃପକ୍ଷଙ୍କ ଅନୁସାରେ, ଜିଜାନ୍‌ରେ ଅନ୍ୟ ଏକ ହୁତି ପ୍ରକ୍ଷେପାସ୍ତ୍ର ପଡ଼ି ୨ ଜଣ ଆହତ ହୋଇଛନ୍ତି ଏବଂ ଏକ ମସଜିଦ୍‌, ଗାଡ଼ି ଓ କିଛି କୋଠା କ୍ଷତିଗ୍ରସ୍ତ ହୋଇଛି।

ଯୁଦ୍ଧ ଯୋଗୁଁ ସେପ୍ଟେମ୍ବର ଆରମ୍ଭରୁ ୮୨,୦୦୦ରୁ ଅଧିକ ୟେମେନ୍‌ବାସୀ ବିସ୍ଥାପିତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୨,୦୦୦ରୁ ଅଧିକ ଲୋକ ସଂକୀର୍ଣ୍ଣ ଜଳପଥ ପାର ହୋଇ ଜିବୁତିରେ ପହଞ୍ଚିଛନ୍ତି।

ମାୟୁନ୍‌ ଓ ମୋଚା ଦଖଲ ପରେ ୟେମେନ୍‌ ଯୁଦ୍ଧ ଏବେ ସାଉଦି ଆରବର ସୁରକ୍ଷା, ବିଶ୍ବ ତୈଳ ଯୋଗାଣ ଏବଂ ଇରାନ୍‌-ଆମେରିକା ମଧ୍ୟରେ ଚାଲିଥିବା ବିବାଦ ସହ ଅଧିକ ଜଡ଼ିତ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)