Horror in Love Obsession: ନାବାଳିକାକୁ ପେଟ୍ରୋଲ୍ ଢାଳି ହତ୍ୟା ଉଦ୍ୟମ, ଜଣେ ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ
ବିବାହିତ ପୁରୁଷର ଉନ୍ମତ୍ତ କାଣ୍ଡ। ଏକତରଫା ପ୍ରେମରୁ ନାବାଳିକାଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ହୋଇଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ନାବାଳିକା ଜଣଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଉନ୍ମତ୍ତ ଯୁବକକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ଲୋକେ।
ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ I ସକାଳୁ ନାବାଳିକା ଛାତ୍ରୀ ଜଣକ ବିଦ୍ୟାଳୟକୁ ଯିବା ସମୟରେ ଏହି ଯୁବକ ଜଣକ ତାଙ୍କ ଉପରକୁ ପେଟ୍ରୋଲ ଢାଳିଥିଲେ। ଛାତ୍ରୀଙ୍କ ପାଟି ଶୁଣି ଯୁବକକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ଦୀର୍ଘଦିନ ଧରି ଯୁବକ ଜଣକ ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିବା ଜଣାପଡ଼ିଛି।..