Horror Crime: ଦାଦାର ନାରକୀୟ କାଣ୍ଡ, ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ !

Jul 10, 2026 - 14:08
Horror Crime: ଦାଦାର ନାରକୀୟ କାଣ୍ଡ, ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ !

ପୁଣି କଳଙ୍କିତ ହେଲା ପବିତ୍ର ସମ୍ପର୍କ। ସମ୍ପର୍କୀୟ ଦାଦାର ନାରକୀୟ କାଣ୍ଡ। ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ଆଉ ତାପରେ ହତ୍ୟା ଉଦ୍ୟମ। ଅଭିଯୁକ୍ତ ଦାଦାକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ଲୋକେ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ରାଇଗୋଡ଼ା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ, ନାବାଳିକାକୁ ସମ୍ପର୍କୀୟ ଦାଦା ଟ୍ରକରେ ଅପହରଣ କରିନେବା ସହିତ ଦୁଷ୍କର୍ମ କରିଥିଲା ।

ପରେ ପଥରରେ ଛେଚି ମାରିଦେବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଚିତ୍କାର ଶୁଣି ରାସ୍ତାରେ ଯାଉଥିବା କିଛି ଲୋକ ନାବାଳିକାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା। ପୋଲିସ ଅଭିଯୁକ୍ତକୁ କାବୁ କରି ଘଟଣାର ଛାନଭିନ କରୁଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।     

କେନ୍ଦୁଝରରେ ପୁଣି ଲଜ୍ଜା
ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ !
ନାବାଳିକାକୁ ସମ୍ପର୍କୀୟ ଦାଦାର ଦୁଷ୍କର୍ମ !
ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଉଦ୍ୟମ !
ଛେଚି ମାରିବାକୁ ଉଦ୍ୟମ ବେଳେ ଧରାପଡ଼ିଲା ପାପୀ
ନାବାଳିକାକୁ ବଞ୍ଚାଇଦେଲେ ପଥିକ, ଅଭିଯୁକ୍ତ କାବୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।