Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

Sep 22, 2026 - 00:16
Horoscope 2026 September 22: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ସିମେଣ୍ଟ ବ୍ୟବସାୟୀଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ଚାକିରିଜୀବୀଙ୍କୁ ମନମୁତାବକ କାମ ମିଳିବା ଯୋଗୁଁ ପ୍ରସନ୍ନତା ହେବ।

କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।‌ Advertisment ବୃଷ: ପୂଜ‌ାପାଠରେ ସମୟ ବିତିବ।

ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ।

ପାରିବାରିକ ଜୀବନରେ ଭଲ ପରିଣାମ ଦେଖିବେ।

ଆପଣଙ୍କ ସହିତ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ।

ମିଥୁନ: ବିବାଦଠାରୁ ଦୂରରେ ରହନ୍ତୁ।

ନିଜର ସ୍ବଭାବ ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ।

ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ।

ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

କର୍କଟ: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ।

ନିଜର ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁନାହିଁ।

ବନ୍ଧୁ ଓ ଭାଇ ଦ୍ବାରା ଧନଲାଭର ସମ୍ଭାବନା ଅଛି।

ଜୀବନସାଥୀ ବ୍ୟବହାରରେ ପରିବର୍ତ୍ତନ ଆସିବ।

ସିଂହ: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

କନ୍ୟା: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ।

ଆର୍ଥିକ ସ୍ଥିତି ଯଥେଷ୍ଟ ସୁଦୃଢ଼ ହେବ।

ଶତ୍ରୁ ଓ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ।

ଜୀବନସାଥୀଠାରୁ ଭଲ ଖବର ପାଇବେ।

ଆହୁରି ପଢ଼ନ୍ତୁ- Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍‌: ପ୍ରକାଶ ରାଜ ତୁଳା: ବ୍ୟବସାୟ କାମରେ ଯାତାୟାତ ଅଧିକ କରିବାକୁ ପଡ଼ିପାରେ।

ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ।

ଆପଣ କୌଣସି ଭଲଖବର ପାଇବେ।

ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ବିଛା: ବାପାଙ୍କ କହିବା ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ।

ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିପାରେ।

ଭଲ ସାମାଜିକକର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।

ବନ୍ଧୁ ଓ ପରିବାର ପାଇଁ ଖର୍ଚ୍ଚ କରିପାରନ୍ତି।

ଧନୁ: ଭାଗୀଦାରିରେ କୌଣସି କାରବାର ଆରମ୍ଭ କରିପାରନ୍ତି।

ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଭଲ ଲୋକଙ୍କ ସଙ୍ଗତିରେ କିଛି ଶିକ୍ଷାଲାଭ କରିବେ।

ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।

ମକର: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇପାରିବେ।

ବେପାରୀଙ୍କ ଲାଗି ଦିନଟି ଭଲ।

ସୋସିଆଲ୍ ମିଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ।

କୁମ୍ଭ: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମୀନ: ଅଫିସରେ ଆପଣଙ୍କ ସଚ୍ଚୋଟତା ପାଇଁ କର୍ତୃପକ୍ଷ ଆପଣଙ୍କର ଦରମା ବୃଦ୍ଧି କରାଇବେ।

ଶତ୍ରୁ ଆପଣଙ୍କଠାରୁ ଦୂରରେ ରହିବେ।

ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)