Horoscope 2026 September 21: ଜାଣନ୍ତୁ ଆଜିର ରାଶିଫଳ
"ମେଷ: ମାତା ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ସଜାଗ ରହିବେ।
ବେପାରରେ ଅଧୁରା ଥିବା କାମ ସୁରୁଖୁରରେ ହୋଇଯିବ।
ଅପରିଚିତଙ୍କ ଉପରେ ବିନା ଭାବିଚିନ୍ତି ବିଶ୍ବାସ କରନ୍ତୁ ନାହିଁ।
ଭବିଷ୍ୟତ ଯୋଜନା ଉପରେ କାମ କରନ୍ତୁ।
Advertisment ବୃଷ: କୌଣସି ବିପରୀତ ପରିସ୍ଥିତିରେ ସଂପର୍କିୟ ବା ପାରିବାରିକ ବନ୍ଧୁର ସହଯୋଗ ମିଳିବା ଯୋଗୁଁ ଆପଣଙ୍କର ସାହସ ଓ ଉତ୍ସାହ ଉଭୟ ବଜାୟ ରହିବ।
ଫୋନ ଓ ଇମେଲ୍ ମାଧ୍ୟମରେ ନୂଆ ତଥ୍ୟ ପାଇବେ।
ମିଥୁନ: ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଲାଭଦାୟକ ସାବ୍ୟସ୍ତ ହୋଇପାରେ।
ଖର୍ଚ୍ଚ ସୀମିତ ରଖନ୍ତୁ ନହେଲେ ଆପଣଙ୍କର ବଜେଟ୍ ବିଗିଡ଼ି ଯାଇପାରେ।
କାରବାର ବଢ଼ାଇବାର ଯୋଜନା ସଫଳ ହେବ। କର୍କଟ: ଘର, ଦୋକାନ ସମ୍ବନ୍ଧୀୟ ଅଶାନ୍ତି ସମାଧାନ ହୋଇପାରେ।
ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଯେଉଁ ପ୍ରକାର କାମ କରୁଥିଲେ ସେହି ପ୍ରକାର କରିବାକୁ ରହିବେ।
ପଦୋନ୍ନତି ହୋଇପାରେ।
ସିଂହ: ସନ୍ତାନର ଭବିଷ୍ୟତକୁ ନେଇ ଆପଣ ନୂଆ ଯୋଜନା ପ୍ରସ୍ତୁତ କରିବେ।
ବିଶେଷ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ନେଇ କାମ କରନ୍ତୁ।
ଅଧିକରୁ ଅଧିକ ଲାଭ ହେବ।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
କନ୍ୟା: ସମସ୍ୟାର ସମାଧାନ ହେବା ଯୋଗୁଁ ଆରାମ ଅନୁଭବ କରିବେ।
ଆହୁରି ପୂରା ଆତ୍ମବିଶ୍ବାସ ସହିତ ଅନ୍ୟ କାମ ଉପରେ ଧ୍ୟାନ କେନ୍ଦ୍ରିତ କରିପାରିବେ।
ବ୍ୟବସାୟ ଗତିବିଧିରେ ଲକ୍ଷ୍ୟ ପୂରଣ ହେବ।
ତୁଳା: ଭଲ ଖବର ମିଳିବା ଯୋଗୁଁ ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଓ ନୂଆ ଶକ୍ତିର ପ୍ରବାହ ରହିବ।
ବରିଷ୍ଠ ଲୋକଙ୍କ ପରାମର୍ଶ ଉପରେ ବିଚାର କରନ୍ତୁ।
ସରକାରୀ କର୍ମଚାରୀ ମହତ୍ବପୂର୍ଣ୍ଣ ଅଧିକାର ପାଇବା ଯୋଗୁଁ ଖୁସି ରହିବେ।
ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକ ସାବଧାନ ରହନ୍ତୁ।
ନହେଲେ ବିରୋଧୀ କ୍ଷତି ପହଞ୍ଚାଇବାରେ ସଫଳ ହୋଇପାରନ୍ତି।
ଆପଣଙ୍କର ଧନ ବୃଦ୍ଧି ହେବା ଯୋଗୁଁ ଖୁସି ରହିବେ।
ଧନୁ: ଅନୁଭବୀ ଲୋକ ସମ୍ମିଳନୀରେ ଯୋଗ ଦେବାର ଅବସର ପାଇବେ।
ବିଶେଷ ପ୍ରସଙ୍ଗ ଉପରେ ଲାଭଦାୟକ ବିଚର ବିମର୍ଶ ହେବ।
ଧାର ଦେଇଥିବା ଅର୍ଥ ପାଇବେ।
ଜ୍ଞାନ ବର୍ଦ୍ଧକ ଓ ଉତ୍ତମ ସାହିତ୍ୟ ପଢ଼ନ୍ତୁ।
ମକର: କିଛି ବିଶେଷ ତଥ୍ୟ ପାଇବେ।
ଯଦି ଘର, ଦୋକନ, ଭୂମି କିଣିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ସମୟ ଆପଣଙ୍କ ଲାଗି ଭଲ।
ବହୁତ ଅଧିକ ପ୍ରୟାସ କରିବା ପରେ ସଫଳତା ପାଇବେ।
କୁମ୍ଭ:-ଭାବିଥିବା କିଛି କାମ ସଂପୂର୍ଣ୍ଣ ହୋଇଯିବ।
କାରବାରରେ କିଛି ଲୋକ ସାହାଯ୍ୟକାରୀ ସାବ୍ୟସ୍ତ ହେବେ।
ଦାମ୍ପତ୍ୟ ଜୀବନ ଭଲ ରହିବ।
ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
ମୀନ: ନୂଆ ନୂଆ ତଥ୍ୟ ହାସଲ କରିବା ତଥା ଆପଣଙ୍କ ଦିନଚର୍ଯ୍ୟାର ସାମିଲ କରିବା ଆପଣଙ୍କ ବ୍ୟବହାରରେ ଆଶ୍ଚର୍ଯ୍ୟଜନକ ଓ ସକାରାତ୍ମକ ପରିବର୍ତ୍ତନ ଆଣିବ।
ଚାକିରିଜୀବୀଙ୍କର ଅଧିକାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
