Horoscope 2026 September 18: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ।
ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।
କାମ କରିବା ନିୟମରେ ପରିବର୍ତ୍ତନ ଆଣିବେ।
ଛାତ୍ର ପ୍ରତିଯୋଗୀ ପରୀକ୍ଷାରେ ଭଲ ପରିଣାମ ପାଇବେ।
Advertisment ବୃଷ: ଜୀବନରେ ଲାଗି ରହିଥିବା ବାଧା ଦୂର ହେବ।
ଧର୍ମକାର୍ଯ୍ୟରେ ମନ ଲଗାଇବେ।
ଆୟର ନୂଆ ଉତ୍ସ ପାଇବେ।
ମହିଳାମାନେ ରୋଷେଇଘରେ କାମ କରୁଥିବା ସମୟରେ ସାବଧାନ ରହନ୍ତୁ।
ମିଥୁନ: ବ୍ୟବସାୟୀଙ୍କୁ ଆର୍ଥିକ ଲାଭ ଯୋଗ ଅଛି।
ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।
ପରିବାରରେ ଆପୋସୀ ତାଳମେଳ ରହିବ।
ଘନିଷ୍ଠ ବନ୍ଧୁ ସହ ସାକ୍ଷାତ ହେବ।
କର୍କଟ: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।
ଯେଉଁ କାମ ହାତକୁ ନେବେ ସେଥିରେ ଯଥେଷ୍ଟ ସଫଳତା ପାଇବେ।
ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ।
ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ସିଂହ: କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ।
ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ।
ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ।
ବୈବାହିକ ଜୀବନରେ ସୌହାର୍ଦ୍ଦ ବଢ଼ିବ।
କନ୍ୟା: କରିଆସୁଥିବା ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ।
ଆପଣଙ୍କର ଭୂମିକା ନେତୃତ୍ବକାରୀ ହୋଇପାରେ।
ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।
ପରିବାର ଲୋକଙ୍କ ସହିତ ବଢ଼ିଆ କ୍ଷଣ ବିତାଇବେ।
ଆହୁରି ପଢ଼ନ୍ତୁ- Supreme Court : ସିବିଏସ୍ଇ ତ୍ରି-ଭାଷା ନୀତି: ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ବିକଳ୍ପ ସୁଯୋଗ ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ତୁଳା: ଆପଣଙ୍କର ଆକର୍ଷକ ସ୍ବଭାବ ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବ।
ବ୍ୟବସାୟରେ ଲାଭ ହେବାର ସମ୍ଭାବନା।
ବଡ଼ ଓକିଲଙ୍କ ପରାମର୍ଶ ଆପଣଙ୍କ ଲାଗି ଭଲ ସାବ୍ୟସ୍ତ ହେବ।
ସରକାରୀ କାମ ପୂରା ହେବ।
ବିଛା: ଆପଣଙ୍କ ଭିତରେ ନୂଆ ଶକ୍ତି ଅନୁଭବ କରିବେ।
ଭଲ ଜାଗାରେ ନିବେଶ କରିପାରନ୍ତି।
ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।
ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଧନୁ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ।
ନିଜ ଆଖପାଖର ଆଚରଣ ଉପରେ ଦୃଷ୍ଟି ରଖନ୍ତୁ।
କଳାକାରଙ୍କ ଲାଗି ଦିନଟି ଭଲ।
ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ମକର: ସକାରାତ୍ମକ ଦୃଷ୍ଟିକୋଣରେ ଜରୁରୀ କାମ ପୂରା ହେବ।
ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ।
କାହାରି ମାମଲାରେ ଦଖଲ ଦିଅନ୍ତୁନାହିଁ।
ଏକାନ୍ତରେ ଅଧ୍ୟୟନ କରନ୍ତୁ ପଢ଼ିବାରେ ମନ ଲାଗିବ। କୁମ୍ଭ: ପୂର୍ବରୁ କରିଥିବା ନିବେଶର ଲାଭ ପାଇବେ।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।
କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ।
ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମୀନ: ଲୋକମାନଙ୍କର ଭରସା ଆପଣଙ୍କ ଉପରେ ବଢ଼ିବ।
ଅର୍ଡ଼ର ସପ୍ଲାଇଙ୍କୁ ଯଥେଷ୍ଟ ଲାଭ ହେବ।
ପାରିବାରିକ ବାତାବରଣ ସକାରାତ୍ମକ ରହିବ।
ଦାମ୍ପତ୍ୟ ଜୀବନ ଖୁସିରେ ପୂର୍ଣ୍ଣ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
