Horoscope 2026 July 27: ଜାଣନ୍ତୁ ଆଜିର ରାଶିଫଳ
"୨୭ ଜୁଲାଇ ୨୦୨୬, ସୋମବାର।
ତିଥି: ଆଷାଢ଼ ଶୁକ୍ଳ ତ୍ରୟୋଦଶୀ।
ନକ୍ଷତ୍ର: ମୂଳା।
ଚନ୍ଦ୍ର: ଧନୁ।
ନୀଳାଦ୍ରି ବିଜେ, ରସଗୋଲା ଦିବସ, ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା, କଲାମଙ୍କ ତିରୋଧାନ।
ସୂର୍ଯ୍ୟୋଦୟ: ୫ଟା୨୪, ସୂର୍ଯ୍ୟାସ୍ତ: ୬ଟା୨୧।
ଘାତଚନ୍ଦ୍ର: ତୁଳା ଓ କୁମ୍ଭ।
ଘାତବାର: ମିଥୁନ।
ଶୁଭବେଳା: ପ୍ରାତଃ ୫ଟା୨୪ରୁ ୭ଟା୧, ଦିବା ୧୦ଟା୩୫ରୁ ୧ଟା୧୦, ଦିବା ୪ଟା୪୪ରୁ ୫ଟା୩୦, ସନ୍ଧ୍ୟା ୭ଟା୬ରୁ ୯ଟା୧୮, ରାତ୍ରି ୧୧ଟା୫୩ରୁ ୨ଟା୨୭ ପର୍ଯ୍ୟନ୍ତ।Advertisment ମେଷ: ଶାନ୍ତିରେ ସବୁ କାମ କରିବାକୁ ଚେଷ୍ଟା କରନ୍ତୁ।
ଘର କାମରେ ଆପଣଙ୍କର ଅର୍ଥ ଲାଗିବ।
ନିଜର ବାଣୀ ମଧୁର ରଖନ୍ତୁ।
ଜୀବନସାଥୀର ଭାବନାକୁ ବୁଝିବାରେ ସଫଳତା ମିଳିପାରେ।ବୃଷ: କୋର୍ଟ କଚେରି ମାମଲାରେ ଚିନ୍ତା ଓ ଖର୍ଚ୍ଚ ବଢ଼ିପାରେ।
କୌଣସି ବନ୍ଧୁର ସହଯୋଗ ପାଇବେ।
ପରିବାର ଲୋକ ଆପଣଙ୍କ କଥାରେ ସହମତ ହେବେ।
ମିଥୁନ: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ।
ଆପଣଙ୍କ ଉପରେ ପରିବାରର ଦାୟତ୍ବ ଆସିବ।
ଆର୍ଥିକ ସ୍ଥିତି ଭଲ ରହିବ।
ଲୋକେ ଆପଣଙ୍କ କାମରେ ଖୁସି ରହିବେ।
କର୍କଟ: ଧାର୍ମିକ ଗତିବିଧିରେ ସାମିଲ ହେବାର ଯୋଗ ଅଛି।
ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ।
ଅନ୍ୟମାନଙ୍କ ସହିତ କଥାବାର୍ତ୍ତାରୁ ଆପଣଙ୍କୁ ଫାଇଦା ହେବ।
ସିଂହ: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ।
ନୂଆ ବ୍ୟବସାୟ କରିବାକୁ ଚାହୁଁଥିବା ଲୋକ ବଜାର ସ୍ଥିତି ନେଇ ବିଚାର କରିବା ଭଲ ହେବ।
ଅଫିସରେ ନୂଆ ଦାୟିତ୍ବ ପାଇବେ।
କନ୍ୟା: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।
ନୂଆ ବ୍ୟବସାୟ ଆରମ୍ଭ କରିବାରେ ବଡ଼ଭାଇର ସହଯୋଗ ପାଇବେ।
ବ୍ୟସ୍ତବହୁଳ ଜୀବନରୁ ପିଲାଙ୍କ ପାଇଁ ସମୟ ବାହାର କରନ୍ତୁ।ତୁଳା: ଜୀବନସାଥୀର ପ୍ରତ୍ୟେକ କଥାକୁ ବୁଝିବାକୁ ଚେଷ୍ଟା କରିବେ।
ଘର ଲୋକଙ୍କ ସାହାଯ୍ୟରେ ଆପଣଙ୍କ ଜରୁରୀ କାମ ପୂରା ହେବ।
ସାମାଜିକ କାର୍ଯ୍ୟ କରି ଆପଣଙ୍କୁ ଭଲ ଲାଗିବ।ବିଛା: ସମସ୍ତେ ଆପଣଙ୍କ ମତ ନେବାକୁ ଚାହିଁବେ।
ଆର୍ଥିକ ଲାଭ ପାଇବେ।
ବନ୍ଧୁ ସନ୍ଧ୍ୟା ପାଇଁ ବଢ଼ିଆ ଯୋଜନା ବନାଇ ଆପଣଙ୍କୁ ଖୁସି କରିଦେବେ।
ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଧନୁ: ପରିବାର ଲୋକଙ୍କ ଆଗରେ ନିଜର ମତ ରଖିବାର ପୂରା ମଉକା ପାଇବେ।
ଆପଣଙ୍କ ଯୋଜନାରେ ଲୋକ ପ୍ରଭାବିତ ହେବେ।
ବିଦ୍ୟାର୍ଥୀ ଅଧ୍ୟୟନରେ ପୂରା ଧ୍ୟାନକେନ୍ଦ୍ରିତ କରନ୍ତୁ।
ମକର: ଭାଇ ବା ଭଉଣୀଙ୍କ ସହିତ ଫୋନରେ କଥା ହୋଇ ଆପଣଙ୍କୁ ବହୁତ ଭଲ ଲାଗିବ।
ନୂଆ ବ୍ୟଞ୍ଜନ ପ୍ରସ୍ତୁତି ଶିଖିବାକୁ ଚେଷ୍ଟା କରିବେ।
ଲୋକମାନଙ୍କ ସହିତ ମିଳାମିଶା ବଢ଼ାନ୍ତୁ।
କୁମ୍ଭ: ପୁରୁଣା ସମସ୍ୟା ନେଇ ବନ୍ଧୁ ସହିତ କଥାବାର୍ତ୍ତା କରିବେ।
ବ୍ୟବସାୟ ଭଲରେ ଚାଲିବ।
ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରିବେ।
ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ।
ମୀନ: ସରକାରୀ କାମର ନୀତି ଓ ନିୟମ ଉପରେ ପୂରା ଧ୍ୟାନ ଦିଅନ୍ତୁ।
କୌଣସି ମାମଲାରେ ତରବରିଆ ଦେଖାନ୍ତୁ ନାହିଁ।
ଆପଣଙ୍କ ମିଠା କଥା ପାଇଁ ମାନ ସମ୍ମାନ ପାଇବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।